ଆର୍ତ୍ତବଲ୍ଲଭ ମହାନ୍ତି

ଆର୍ତ୍ତବଲ୍ଲଭ ମହାନ୍ତି, ଜଣେ ଓଡ଼ିଆ ଲେଖକ ଓ ଶିକ୍ଷାବିତ ।

କାଳିନ୍ଦୀ ଚରଣ ପାଣିଗ୍ରାହୀ

କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ ସବୁଜ ଯୁଗ ନାମରେ ଏକ ନୂଆ ଯୁଗର ଆରମ୍ଭ କରିଥିଲେ ।

ଗୋକୁଳାନନ୍ଦ ମହାପାତ୍ର

ଗୋକୁଳାନନ୍ଦ ମହାପାତ୍ର (୨୪ ମଇ ୧୯୨୨ - ୧୦ ଜୁଲାଇ, ୨୦୧୩) ଜଣେ ଓଡ଼ିଆ ବୈଜ୍ଞାନିକ ଓ ବିଜ୍ଞାନ ଲେଖକ ଥିଲେ । ୧୯୨୨ ମସିହା ମଇ ୨୪ ତାରିଖରେ ଭଦ୍ରକ ସହର ଅନ୍ତର୍ଗତ କୁଆଁସଠାରେ ଜନ୍ମଗ୍ରହଣ କରିଥିବା ଡଃ. ମହାପାତ୍ର ନିଜ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା, ନାରାୟଣ ଚନ୍ଦ୍ର ଓ ଭଦ୍ରକ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରିବା ପରେ ରେଭେନ୍‌ଶା କଲେଜରୁ ରସାୟନ ବିଜ୍ଞାନରେ ସମ୍ମାନ ସହିତ ବି.ଏସ୍‌ସି. ଏବଂ କଲିକତାର ପ୍ରେସିଡେନ୍‌ସି କଲେଜରୁ ଏମ୍.ଏସ୍‌ସି ପାସ କରିଥିଲେ । ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କ ଶ୍ୱଶୁର ଭଦ୍ରକ ଜିଲ୍ଲାର ଭୂୟାଁୱ୍ୟାସର ଜମିଦାର ସ୍ୱର୍ଗତଃ ବିନୋଦ ବିହାରୀ ରାୟଙ୍କ ସାହାଯ୍ୟ ଉଲ୍ଲେଖନୀୟ । ୧୯୫୮ ମସିହାରେ ସେ ପି.ଏଚ୍‌ଡି. ହାସଲ କରିଥିଲେ । ୧୯୬୧ ମସିହାରେ ଉଚ୍ଚତର ଗବେଷଣା ପାଇଁ ଆମେରିକା ଯାଇଥିଲେ । ପରିବାର ନେଇ ଭାରତ ବାହାରକୁ ଯିବାରେ ସେ ଥିଲେ ତୃତୀୟ ଓଡ଼ିଆ ଗବେଷକ ।

ଚତୁର୍ମାସ୍ୟା

ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ଦିନ ଠାରୁ ଚତୁର୍ମାସ୍ୟା ଆରମ୍ଭ ହୋଇଯାଏ । ଏହା ସାଧାରଣତଃ ଅଶୁଦ୍ଧ କାଳ ବୋଲି ବିବେଚନା କରାଯାଏ, ତେଣୁ ଏହି ସମୟରେ କୌଣସି ଶୁଭ କର୍ମ କରାଯାଏ ନାହିଁ । ଏହି ସମୟରେ ଭଗବାନ ବିଷ୍ଣୁ ଶୟନରେ ଥା’ନ୍ତି ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏହା ଶ୍ରୀହରିଙ୍କୁ ଆରାଧନା କରିବାର ପ୍ରକୃଷ୍ଟ ସମୟ ବୋଲି ଅନେକ ମତ ଦିଅନ୍ତି । ବର୍ଷା ଚାରିମାସ ମଧ୍ୟରେ ମନୁଷ୍ୟ ଯେତେଦିନ ଜନାର୍ଦ୍ଦନଙ୍କ ସମ୍ମୁଖରେ ସମୟ ଅତିବାହିତ କରେ, ସେତେ ସମୟ ପର୍ଯ୍ୟନ୍ତ ସେ ଅଶ୍ୱମେଧ ଯଜ୍ଞର ଫଳ ଲାଭକରେ । ମହୋଦଧିର ପବିତ୍ର ଜଳରେ ସ୍ନାନପୂର୍ବକ ଭଗବାନ ଶ୍ରୀ ପୁରୁଷୋତ୍ତମଙ୍କର ଦର୍ଶନ କରି ଚତୁର୍ମାସ୍ୟା ବ୍ରତ ପାଳନ କରିବାଦ୍ୱାରା ମୁକ୍ତିର ସାଧନ ସୁଗମ ହୁଏ । ଏଥିପାଇଁ ସାଧକମାନେ ଏହି ସମୟରେ ପୁରୁଷୋତ୍ତମ କ୍ଷେତ୍ରରେ ବାସ କରନ୍ତି । କୁହାଯାଏ ଯେ ବର୍ଷର ଆଠମାସ କାଳ ଭଗବାନଙ୍କୁ ଦର୍ଶନ କରି ମନୁଷ୍ୟ ଯେଉଁ ପୁଣ୍ୟ ଅର୍ଜନ କରିଥାଏ ଚତୁର୍ମାସ୍ୟାର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳେ । ସାଧାରଣତଃ ଶାକହାର କିମ୍ବା ଫଳାହାରଦ୍ୱାରା ଏହି ବ୍ରତ ପାଳନ କରାଯାଇଥାଏ । ଯେଉଁମନେ ଆଧ୍ୟାତ୍ମିକସ୍ତରରେ ଉଚ୍ଚତର ସୋପାନକୁ ଯିବା ପାଇଁ ଇଚ୍ଛୁକ ଥାଆନ୍ତି ସେମାନେ ଏହି ସମୟରେ କୌଣସି ନିର୍ଜନ ସ୍ଥାନକୁ ଯାଇ ତପସ୍ୟାରେ ନିମଗ୍ନ ହୋଇଯାଆନ୍ତି । ସାଧାରଣ ଗୃହୀ ସାଧକମାନେ ଜପମାଳା ଧରି ଏହି ସମୟରେ ଜପାଦି କର୍ମ କରିଥାନ୍ତି ।

ଧୀରେନ୍ଦ୍ର ନାଥ ମଲ୍ଲିକ

ଧୀରେନ୍ଦ୍ର ନାଥ ମଲ୍ଲିକ(ଧୀର ମଲ୍ଲିକ), ଜଣେ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ । ସେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତା ଓ ବର୍ତ୍ତମାନ "ଓଡ଼ିଶା ନାଟ୍ୟ ସଂଘ"ର ସଭାପତି ଭାବରେ କାର୍ଯ୍ୟରତ ।ଧୀର ମଲ୍ଲିକଙ୍କୁ ନାଟ୍ୟକଳା ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଆଖଣ୍ଡଳମଣୀ ଯାତ୍ରାଦଳ ପରିବାରରେ ଥିଲା ଓ ବାପା, ଭାଇ ସମସ୍ତେ ନାଟକ ସହିତ ଜଡିତ ଥିଲେ । ୧୯୬୧ ମସିହାରେ, ମାତ୍ର ୯ ବର୍ଷ ବୟସରେ, ସେ "କଂସା କବାଟ" ନାଟକରୁ ଅଭିନୟ ଆରମ୍ଭ କରିଥିଲେ । କଲେଜରେ ଡ୍ରାମାଟିକ ସମ୍ପାଦକ ଥିବା ଧୀରେନ୍ଦ୍ରନାଥ, ୧୯୭୩ ମସିହାରେ ରିଜର୍ଭ ବ୍ୟାଙ୍କରେ ଚାକରି ଆରମ୍ଭ କରିଥିଲେ । ୧୯୭୫ ମସିହାରେ, ଅଭିନୟ ଶିକ୍ଷା ଉଦ୍ଦେଶ୍ୟରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ୧୯୭୬ ମସିହାରେ, ସେ 'ଶତାବ୍ଦୀର କଳାକାର' ନାଟ୍ୟସଂସ୍ଥା ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିଥିଲେ । ୧୯୮୮ ମସିହାରେ, ସେ "ଓଡ଼ିଶା ନାଟ୍ୟ ସଂଘ"ର ପ୍ରଥମ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ଏହାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ।

ନରେନ୍ଦ୍ର କୁମାର ବେହେରା

ନରେନ୍ଦ୍ର କୁମାର ବେହେରା ଓଡ଼ିଆ କଥାଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ଥିଲେ । ଦର୍ଶକଙ୍କ ନିକଟରେ 'ନରି' ଭାବେ ବେଶି ପରିଚିତ ଥିଲେ । ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁଙ୍କ ସହ ସେ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ।

ନିମାଇଁ ଚରଣ ହରିଚନ୍ଦନ

ନିମାଇଁ ଚରଣ ହରିଚନ୍ଦନ (୧୯୦୧-୧୯୮୩) ହେଉଛନ୍ତି ଓଡ଼ିଶାର ପ୍ରଥମ ପେଶାଦାର କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ପ୍ରାଚୀନ ଭଜନ ଓ ଜଣାଣ, ଓଡ଼ିଶୀ, ଛାନ୍ଦ, ଚମ୍ପୂ, ପଲ୍ଲୀଗୀତ ଓ ପ୍ରେରଣାପ୍ରଦ ଗୀତ ଗାଉଥିଲେ ।

ପ୍ରତାପ ଚନ୍ଦ୍ର ଭଞ୍ଜଦେଓ

ପ୍ରତାପ ଚନ୍ଦ୍ର ଭଞ୍ଜଦେଓ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱିତୀୟ ପୁତ୍ର । ବଡ଼ଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରେ ପ୍ରତାପ ଚନ୍ଦ୍ର ୨୩ ଅପେଲ ୧୯୨୮ରେ ଶାସନ ଭାର ଗ୍ରହନ କରିଥିଲେ । ସେ ରାଜପୁତନାର ସାହାପୁର ଷ୍ଟେଟର ମେବାର ରାଜବଂଶୀୟ ଜେମା ପ୍ରେମକୁମାରୀଙ୍କୁ ବିବାହ କରିଥିଲେ ।

ଭୈରବ ଚନ୍ଦ୍ର ମହାନ୍ତି

ଭୈରବ ଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ କ୍ରୀଡ଼ା ସଂଗଠକ ଓ ରାଜନେତା ଥିଲେ ।

ସୁନାବେଶ

ସୁନାବେଶ (ବା ରାଜବେଶ ବା ବଡ଼ତଢାଉ ବେଶ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ ।

ହରିଶୟନ ଏକାଦଶୀ

ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ହରି ଶୟନୀ’ ବା ପଦ୍ମା ଏକାଦଶୀ । ଆଷାଢ଼ ମାସ ଶୁକ୍ଳପକ୍ଷରେ ‘ହରି ଶୟନୀ ଏକାଦଶୀ’ ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ଉତ୍ତମ ଏକାଦଶୀ ବ୍ରତ କରେ, ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ । ‘ହରିଶୟନୀ ଏକାଦଶୀ’ ଦିନ ମୋର ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରେ । ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ । ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ । ଏକାଦଶୀ ରାତିରେ ଜାଗରଣ କରି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ । ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ । ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ମୋର\ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ । ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ମୋର\ବିଷ୍ଣୁଙ୍କର ଅତି ପ୍ରିୟ । ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ । ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । ‘ଶୟନୀ’ ଓ ‘ବୋଧିନୀ’ ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ । ଅନ୍ୟ ମାସର କୃଷ୍ଣପକ୍ଷୀୟ ଏକାଦଶୀ ଗୃହସ୍ଥ ପାଇଁ ବ୍ରତ ରଖିବା ଯୋଗ୍ୟ ନୁହେଁ । ଶୁକ୍ଳପକ୍ଷର ସମସ୍ତ ଏକାଦଶୀ କରିବା ଉଚିତ୍ ।

୧୦ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଜୁଲାଇ ବର୍ଷର ୧୯୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୯୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୭୪ ଦିନ ବାକି ଅଛି ।

୧୬ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜୁଲାଇ ବର୍ଷର ୧୯୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୯୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୬୮ ଦିନ ବାକି ଅଛି ।

୧୯ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୯ ଜୁଲାଇ ବର୍ଷର ୨୦୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୦୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୬୫ ଦିନ ବାକି ଅଛି ।

୨ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ଜୁଲାଇ ବର୍ଷର ୧୮୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୮୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୮୨ ଦିନ ବାକି ଅଛି ।

୨୩ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଜୁଲାଇ ବର୍ଷର ୨୦୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୦୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୬୧ ଦିନ ବାକି ଅଛି ।

୨୪ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୪ ଜୁଲାଇ ବର୍ଷର ୨୦୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୦୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୬୦ ଦିନ ବାକି ଅଛି ।

୨୮ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଜୁଲାଇ ବର୍ଷର ୨୦୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୫୬ ଦିନ ବାକି ଅଛି ।

୩୦ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୩୦ ଜୁଲାଇ ବର୍ଷର ୨୧୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୫୪ ଦିନ ବାକି ଅଛି ।

୯ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଜୁଲାଇ ବର୍ଷର ୧୯୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୯୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୭୫ ଦିନ ବାକି ଅଛି ।

ଅନ୍ୟ ଭାଷାରେ ପଢିବେ