୧୭୭୧

ଶତାବ୍ଦୀ: 17th ଶତାବ୍ଦୀ – 18th ଶତାବ୍ଦୀ – 19th ଶତାବ୍ଦୀ
ଦଶନ୍ଧି: ୧୭୪୦ ଦଶକ  ୧୭୫୦ ଦଶକ  ୧୭୬୦ ଦଶକ  – ୧୭୭୦ ଦଶକ –  ୧୭୮୦ ଦଶକ  ୧୭୯୦ ଦଶକ  ୧୮୦୦ ଦଶକ
ବର୍ଷ:   ୧୭୬୮  ୧୭୬୯  ୧୭୭୦୧୭୭୧ –  ୧୭୭୨  ୧୭୭୩  ୧୭୭୪

୧୭୭୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

ଘଟଣା

ଅକ୍ଟୋବର-ଡିସେମ୍ବର

ଜନ୍ମ

ଅକ୍ଟୋବର-ଡିସେମ୍ବର

ମୃତ୍ୟୁ

ଆଠଗଡ଼ ଗଡ଼ଜାତ ରାଜ୍ୟ

ଆଠଗଡ଼ ଇଂରେଜ ଶାସନ ସମୟର ଏକ ଗଡ଼ଜାତ/ଦେଶୀୟ ରାଜ୍ୟ । ଏହି ରାଜ୍ୟ ଶ୍ରୀ କରଣ ନିଳାଦ୍ରୀ ବେବର୍ତ୍ତା ପଟନାଏକଙ୍କଦ୍ୱାରା ଖ୍ରୀ.ଅ. ୧୧୭୮ରେ ସ୍ଥାପିତ ହୋଇଥିଲା । ଏହାର ରାଜଧାନୀ ଆଠଗଡ଼ ସହର ଥିଲା । ଏହା ୧୯୫୦ ମସିହାରେ ଭାରତ ସହିତ ମିଶିଥିଲା । ୧୯୪୯ ମସିହାରେ ଆଠଗଡ଼ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିଲା ।

ଧ୍ରୁବୀୟ ଜ୍ୟୋତି

ଧ୍ରୁବୀୟ ଜ୍ୟୋତି (ଈଂରାଜୀରେ Aurora ବା Polar Lights ବା Northern Lights ବା Southern Lights) ଆକାଶରେ ଦୃଶ୍ୟମାନ ହେଉଥିବା ଏକ ପ୍ରକାରର ପ୍ରାକୃତିକ ଜ୍ୟୋତି । ଏହା ମୁଖ୍ୟତଃ କୁମେରୁ ବୃତ୍ତ/କୁମେରୁ ଓ ସୁମେରୁ ବୃତ୍ତ/ସୁମେରୁ ପରି ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଦେଖାଯାଇଥାଏ । ଉତ୍ତର ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ ଈଂରାଜୀରେ "ଔରୋରା ବୋରିଆଲିସ୍" (Aurora Borealis) ଓ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ “ଔରୋରା ଅଷ୍ଟ୍ରାଲିସ୍” ‍‍(Aurora Australis) ବୋଲି କୁହାଯାଏ ।

ପୃଥିବୀର ଚୁମ୍ବକୀୟ ଗୋଲକ ଯୋଗୁଁ ପୃଥିବୀ ଚାରିପଟେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଚୁମ୍ବକୀୟ ଗୋଲକର ଦୁଇ ମେରୁ ପୃଥିବୀର ଦୁଇ ମେରୁ ନିକଟରେ ରହିଥାଏ । ଏହି ଚୁମ୍ବକୀୟ ଗୋଲକ ଦୁଇ ମେରୁ ନିକଟରେ ସୀମିତ ଓ ଦୁର୍ବଳ । କିନ୍ତୁ ସୁମେରୁ ବୃତ୍ତରୁ କୁମେରୁ ବୃତ୍ତ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ର ବିସ୍ତୃତ । ସୌର ପ୍ରବାହ ସମୟରେ ସୂର୍ଯ୍ୟରୁ ପୃଥିବୀ ଆଡକୁ ଆସୁଥିବା ଆୟନ୍, ଇଲେକ୍ଟ୍ରନ୍ ଓ ପ୍ରୋଟୋନ୍ ରୂପୀ ଚାର୍ଜ୍ କଣିକାମାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ଅଧିକାଂଶ ଚାର୍ଜ୍ କଣିକା ଚୁମ୍ବକୀୟ କ୍ଷେତ୍ରରୁ ବିକର୍ଷିତ ହୋଇଥାନ୍ତି । କିନ୍ତୁ ଉଭୟ ମେରୁ ନିକଟରେ କିଛି କିଛି କଣିକା ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିଯାନ୍ତି । ବାୟୁମଣ୍ଡଳକୁ ଆସିଲା ପରେ ଏହି ଚାର୍ଜ୍ କଣିକାମାନ ଅନ୍ୟ ଗ୍ୟାସ୍ ଯଥା ଯବକ୍ଷାରଜାନ, ଅମ୍ଳଜାନରେ ରହିଥିବା କଣିକା ମାନଙ୍କୁ ଶକ୍ତି ପ୍ରଦାନ କରନ୍ତି ଓ ନିଜ ଶକ୍ତି ହରାନ୍ତି ।

ଏହି ଶକ୍ତି ପୁଣି ଗ୍ୟାସୀୟ ଅଣୁମାନଙ୍କଦ୍ୱାରା ଫୋଟୋନ୍ ରୂପରେ ବିକିରିତ ହୁଏ । ବିକିରିତ ଫୋଟୋନ୍ ବିଭିନ୍ନ ରଙ୍ଗର ଅନୁପମ ଜ୍ୟୋତି ସୃଷ୍ଟି କରନ୍ତି । କେଉଁ ସ୍ଥାନରେ ଏହି ଚାର୍ଜ୍ କଣିକାଗୁଡ଼ିକ ଗ୍ୟାସୀୟ ଅଣୁଙ୍କ ସହିତ ଧକ୍କା ହୁଅନ୍ତି ତାହା ଅନୁସାରେ ଧ୍ରୁବୀୟ ଜ୍ୟୋତିର ରଙ୍ଗ ନିରୂପିତ ହୁଏ । ପୃଥିବୀ ପୃଷ୍ଠରୁ ୧୫୦ ମାଇଲ୍ ପର୍ଯ୍ୟନ୍ତ ଉଚ୍ଚତାରେ ଅମ୍ଳଜାନ ଅଣୁମାନେ ହଳଦିଆ ଓ ସବୁଜ ରଙ୍ଗର ଫୋଟୋନ୍ ବିକିରିତ କରନ୍ତି । ୧୫୦ ମାଇଲ୍‍ରୁ ଅଧିକ ଉଚ୍ଚତାରେ ଅମ୍ଳଜାନ ଅଣୁ ଲାଲ୍ ଓ ଗୋଲାପୀ ରଙ୍ଗ ସୃଷ୍ଟି କରନ୍ତି । ଭୂପୃଷ୍ଠରୁ ୬୦ ମାଇଲ୍ ଉଚ୍ଚତା ମଧ୍ୟରେ ଯବକ୍ଷାରଜାନ ଅଣୁ ସହିତ ଚାର୍ଜ୍‍ମାନଙ୍କ ଧକ୍କା ହେଲେ ନୀଳ ରଙ୍ଗର ଜ୍ୟୋତି ସୃଷ୍ଟି ହୁଏ । ପୁଣି ସବୁ ରଙ୍ଗ ମିଶିଲେ ବାଇଗଣୀ, ଗୋଲାପୀ ଏପରି ଅନେକ ରଙ୍ଗ ମଧ୍ୟ ସୃଷ୍ଟି ହୋଇପାରେ । ମେରୁ ଅଞ୍ଚଳରେ ଚାର୍ଜ୍ କଣିକାମାନଙ୍କଦ୍ୱାରା ବାୟୁମଣ୍ଡଳୀୟ ଅଣୁମାନଙ୍କୁ କେତେ ଶକ୍ତି ମିଳେ ତାହା ଅନୁସାରେ ଧ୍ରୁବୀୟ ଜ୍ୟୋତିର ପ୍ରକାର ଭେଦ ଦେଖାଦିଏ । ନିମ୍ନ ଅକ୍ଷାଂଶରେ ସାଧାରଣତଃ ପ୍ରୋଟୋନ୍ ଧ୍ରୁବୀୟ ଜ୍ୟୋତି ଦେଖାଯାଏ । ପ୍ରୋଟୋନ୍‍ମାନେ ବାୟୁମଣ୍ଡଳରେ ଇଲେକ୍ଟ୍ରନ୍ ଗ୍ରହଣ କରି ଉଦ୍‍ଜାନରେ ପରିଣତ ହୋଇ ପ୍ରକାଶୀୟ ବିକିରଣ କରନ୍ତି ।

ନବକଳେବର

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତେଜି ନୂତନ ଶରୀର ଧାରଣ ନବକଳେବର ବୋଲି ଜଣା ।

ପରମ୍ପରା ଅନୁସାରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ ସେହିବର୍ଷ ନବକଳେବର ପାଳନ ହୁଏ । ଯୋଡ଼ା ଆଷାଢ଼ ସାଧାରଣତଃ ୮ ବର୍ଷରେ, ୧୧ ବର୍ଷରେ କିମ୍ବା ୧୯ ବର୍ଷରେ ପଡ଼ିଥାଏ । ୨୦୧୫ ନବକଳେବର ୧୯ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ।

ଏହା ପୂର୍ବରୁ ୧୭୩୩, ୧୭୪୪, ୧୭୫୨, ୧୭୭୧, ୧୭୯୦, ୧୮୦୯, ୧୮୨୮, ୧୮୩୬, ୧୮୫୫, ୧୮୭୪, ୧୮୯୩, ୧୯୧୨, ୧୯୩୧, ୧୯୫୦, ୧୯୬୯, ୧୯୭୭ ଓ ୧୯୯୬ ମସିହାରେ ନବକଳେବର ହୋଇଥିଲା ।

ରାଧାନାଥ ରାୟ

ରାଧାନାଥ ରାୟ (୧୮୪୮-୧୯୦୮) ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା ଭାବରେ ସମ୍ମାନିତ । ସେ ତାଙ୍କର କାବ୍ୟକବିତା ରଚନା ନିମନ୍ତେ କବିବର ଉପାଧିରେ ଭୂଷିତ ।

ରିସୋଦ

ରିସୋଦ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ୱଶିମ୍ ଜିଲ୍ଲାରେ ଅବସ୍ଥିତ ।

୧୭୬୮

୧୭୬୮ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୭୬୯

୧୭୬୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୭୭୦

୧୭୭୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୭୭୨

୧୭୭୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୭୭୩

୧୭୭୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୭୭୪

୧୭୭୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.