ମିଳିତ ଜାତିସଂଘ

ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର ,  ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ୱନ୍ଦର ସମାଧାନ କରିବା । 

United Nations organization sketch by Franklin Roosevelt with the Four Policemen in 1943
୧୯୪୩ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଜାତିସଂଘର ପରିକଳ୍ପନା ପାଇଁ ହାତରେ କରିଥିବା ଲେଖନ 
United Nations Member States-1945
୧୯୪୫ରେ ଜାତିସଂଘର ପ୍ରତିଷ୍ଠା ପରେ ହଲ୍କା ନୀଳ ରଙ୍ଗ ଥିବା ଦେଶ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ଗାଢ ନୀଳ ରଙ୍ଗ ଥିବା ଦେଶ ସବୁ ସେମାନଙ୍କ ରକ୍ଷୟନରେ ଥିବା ଦେଶ ତଥା ଇଲାକା 

ଇତିହାସ

ଶୀତଳ ଯୁଦ୍ଧର ଯୁଗ 

Dag-hammarskjold 2
୧୯୫୩ରୁ ୧୯୬୧ରେ ତାଙ୍କର ମୃତ୍ୟୁ ହେବା ଯାଏ ସେକ୍ରେଟାରୀ ଜେନରେଲ ଭାବେ  ସକ୍ରିୟ ଭୂମିକାରେ ଥିବା ଦାଗ୍ ହମରର୍ଜୋଲ୍ଡ

ଶୀତଳ ଯୁଦ୍ଧ ପରବର୍ତ୍ତୀ କାଳ 

Kofi Annan
କୋଫି ଅନ୍ନନ, ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ସେକ୍ରେଟାରୀ ଜେନେରାଲ 
Directors of Global Smallpox Eradication Program
Three former directors of the Global Smallpox Eradication Programme read the news that smallpox had been globally eradicated, 1980

ବାହାର ତଥ୍ୟ

Official websites

Other

ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ । ଏହା ପ୍ରଥମେ ଇଉନେସ୍କୋଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିଲା । ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା ।ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଆସୁଛି । ଏହି ଦିବସଟି ୧୯୫୨ ମସିହାରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବୀ କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରମାନଙ୍କ ଅଧୁନା ବଙ୍ଗଳାଦେଶର ରାଜଧାନୀ ଢାକାର ଉଚ୍ଚନ୍ୟାୟାଳୟ ନିକଟରେ ପୁଲିସ ଗୁଳିରେ ପ୍ରାଣ ହରାଇବାର ସ୍ମୃତିରେ ପାଳିତ ହୋଇଥାଏ ।

ଆତ୍ମହତ୍ୟା

ଆତ୍ମହତ୍ୟାର ଏହାର ଅର୍ଥ ସ୍ୱଇଛାରେ ନିଜକୁ ହତ୍ୟା କରିବା ଓ ଏହାକୁ ସୁଇସାଇଡ (ଇଂରାଜୀ ଭାଷାରେ suicide) ମଧ୍ୟ କୁହାଯାଏ ।. ଏହାର ସଙ୍କଟ ଜନ‌କ ଅବସ୍ଥାମାନଙ୍କ ନାମ ମାନସିକ ବେମାରୀ ଅବସାଦ, ସିଜୋଫ୍ରେନିଆ, ମଦ୍ୟାତ୍ୟୟ, ନିଶା ଦ୍ରବ୍ୟ ସେବନ, ବାଇପୋଲାର ଡିଜଅଡର ଇତ୍ୟାଦି । ଅନ୍ୟ କାରକମାନଙ୍କ ନାମ ଚାପ ଜନିତ ଆବେଗ ଯାହା ଅର୍ଥନୈତିକ ସମସ୍ୟା, ସମ୍ପର୍କ ସମସ୍ୟା ବା ଭ‌ୟ । ପୂର୍ବରୁ ଆତ୍ମହତ୍ୟା ଚେଷ୍ଟା ଥିଲେ ଭବିଷ୍ୟତ ସଙ୍କଟ ଅଧିକ ରହେ । ବର୍ଡର ଲାଇନ ପର୍ସନାଲିଟି ଡିଜ୍ଅର୍ଡର ଓ ମ୍ୟାନିକ୍ ଡିପ୍ରେସନ ଯୋଗୁ ହତାଶା ହୁଏ ଓ ଏହାଦ୍ୱାରା ଆତ୍ମହତ୍ୟା ହୁଏ । ଆତ୍ମହତ୍ୟା ପ୍ରତିରୋଧ ନିମନ୍ତେ ଆଗ୍ନେୟାସ୍ତ୍ର ଓ ବିଷ ଅପ‌ହଞ୍ଚ, ମାନସିକ ବେମାରୀର ଚିକିତ୍ସା, ଡ୍ରଗ ଅପବ୍ୟବ‌ହାର, ଅର୍ଥନୀତିରେ ସୁଧାର ଓ ମିଡିଆ ରିପୋର୍ଟ ଅତି ଆବଶ୍ୟକ । ସାଧାରଣତଃ କ୍ରାଇସିସ୍ ହଟ୍ ଲାଇନ (ଫୋନ୍ ଯୋଗେ ପରାମର୍ଶ) ବ୍ୟବ‌ହାର କରାଯାଉଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତା ବିଷୟରେ ପ୍ରମାଣ ବିଶେଷ ନାହିଁ ।ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆତ୍ମହତ୍ୟା ଦେଖାଯାଏ । ସାଧାରଣତଃ ବେକ ଝୁଲେଇବା (Hanging), ପୋକମରା ଔଷଧ ସେବନ ଓ ଆଗ୍ନେୟାସ୍ତ୍ରଦ୍ୱାରା ଏହା ସମ୍ଭବ ହୁଏ । ପ୍ରତିବର୍ଷ ପ୍ରାୟ ୮୦୦,୦୦୦ରୁ ଏକ ନିୟୁତ ଲୋକ ଏହି ଭାବରେ ମରନ୍ତି ଓ ଏହା ପୃଥିବୀରେ ମୃତ୍ୟୁର ଦଶମ କାରଣ ରୁପେ ପରିଚିତ । ପୁରୁଷ ଆତ୍ମହତ୍ୟା ସଂଖ୍ୟା ମହିଳାଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ । ସନ ୧୯୯୦ରେ ୭୧୨,୦୦୦ ଆତ୍ମହତ୍ୟା ମୃତ୍ୟୁ ହୋଇଥବା ବେଳେ ୨୦୧୩ରେ ୮୪୨,୦୦୦ ମୃତ୍ୟୁ ହୋଇଥିଲା । ୧୦ରୁ ୨୦ ନିୟୁତ ଆତ୍ମଘାତୀ ଚେଷ୍ଟା ପ୍ରତି ବର୍ଷ ହୁଏ ଯାହା ଫଳପ୍ରଦ ହୋଇପାରି ନ ଥାଏ । ଯୁବକମାନେ ମହିଳାମାନଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ ଆତ୍ମହତ୍ୟା ଚେଷ୍ଟା କରନ୍ତି । ଅଣ-ମାରାତ୍ମକ ଆତ୍ମହତ୍ୟା ପ୍ରଚେଷ୍ଟଦ୍ୱାରା ଆଘାତ ଓ ଦୀର୍ଘସ୍ଥାୟୀ ଅକ୍ଷମତା ଦେଖାଯାଏ ।

୧୫-୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ହିଁ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ବୋଲି ମଙ୍ଗଳବାର, ୧୧ ସେପ୍ଟେମ୍ବର ୨୦୧୮ ମିଳିତ ଜାତିସଂଘ ନିଜର ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା। ଲାନ୍‌ସେଟ୍‌ ପବ୍ଲିକ୍‌ ହେଲ୍‌ଥ ଜର୍ନାଲ୍‌ରେ ‘ଦି ଗ୍ଲୋବାଲ୍‌ ବର୍ଡନ୍‌ ଅଫ୍‌ ଡିଜିଜ୍‌ ଷ୍ଟଡିଜ୍‌ ୧୯୯୦-୨୦୧୬’ ଶୀଷର୍କରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱବ୍ୟାପୀ ଘଟୁଥିବା ଆତ୍ମହତ୍ୟାର ୩୭% ପୁରୁଷ କେବଳ ଭାରତୀୟ ଏବଂ ୨୪% ମହିଳା ଚରମ ପଦକ୍ଷେପ ନେଇଥାନ୍ତି । ୧୫-୩୯ ବର୍ଷ ବୟସ୍କଙ୍କ ଆତ୍ମହତ୍ୟାରେ ଭାରତ ବିଶ୍ୱସ୍ତରରେ ତୃତୀୟ । ୧୯୯୦ରୁ ୨୦୧୬ ମଧ୍ୟରେ ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ୪୦% ବଢ଼ିଛି । କେବଳ ୨୦୧୬ରେ ଭାରତରେ ୨,୩୦,୩୧୪ ଲୋକ ଆତ୍ମହତ୍ୟା କରିଛନ୍ତି । କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଆତ୍ମହତ୍ୟା ହାର ସବୁଠାରୁ ଅଧିକ । କେରଳ, ଛତିଶଗଡ଼ରେ ଅଧିକ ପୁରୁଷ ଆମହତ୍ୟା କରିଥାନ୍ତି । ଭାରତରେ ପ୍ରତି ୧ଲକ୍ଷରେ ୧୫% ମହିଳା ଆତ୍ମହତ୍ୟା କରିଥାନ୍ତି।କେତେକ ଚିନ୍ତାଧାରା ଆତ୍ମହତ୍ୟା ପ୍ରରୋଚନା କରେ ଯଥା: ସମ୍ମାନ (Honour), ଧର୍ମ ଓ ଜୀବନର ମୂଲ୍ୟବୋଧ । ଆବ୍ରାହମ ଧର୍ମ ଅନୁଯାୟୀ ଜୀବନ ପବିତ୍ର, ତେଣୁ ଏହାକୁ ତ୍ୟାଗ କରିବା ପ୍ରଭୁଙ୍କ ପ୍ରତି ଅପରାଧ କରିବା ସଙ୍ଗେ ସମାନ । ଜାପାନର ସମୁରାଇ ଯୁଗରେ ଏହା (ସେପୁକୁ ବା ଆତ୍ମହତ୍ୟା) ଭୁଲର ପ୍ରାୟଶ୍ଚିତ କିମ୍ବା ପ୍ରତିବାଦ ରୁପେ ଗଣା ହେଉଥିଲା ।. ଆଇନ ବହିର୍ଭୂତ ସତୀ ଦାହ ପ୍ରଥାରେ ବିଧବାମାନେ ସ୍ୱଇଛାରେ ବା ପରିବାରର ପ୍ରରୋଚନାରେ ନିଜକୁ ଚିତାରେ ବିସର୍ଜନ କରୁଥିଲେ ।ପଶ୍ଚିମ ଦେଶମାନଙ୍କରେ ଆଗେ ଆତ୍ମହତ୍ୟା ଚେଷ୍ଟା ଦଣ୍ଡନୀୟ ଅପରାଧ ଥିଲା କିନ୍ତୁ ଏବେ ଅଧିକାଂଶ ଦେଶରେ ତାହା ନାହିଁ ।. ଅନେକ ଦେଶରେ ଏହାକୁ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରାଯାଏ । ବିଂଶ ଓ ଏକବିଂଶ ଶତାବ୍ଦୀରେ ଆତ୍ମଦାହ ଏକ ପ୍ରତିବାଦ ମାଧ୍ୟମ ହୋଇଛି । ଯୁଦ୍ଧ ସମୟରେ ଆତ୍ମଘାତୀ ବମ୍ ଉଡ଼ାଜାହାଜରୁ ପକେଇବାକୁ ଜାପାନୀମାନେ କାମିକାଜେ କ‌ହନ୍ତି ଓ ଉଗ୍ରବାଦୀମାନେ ମଧ୍ୟ ଏହିପରି ଆତ୍ମଘାତୀ ବମ୍ ପକେଇବା କାମ ମଧ୍ୟ କରନ୍ତି । ସୁଇସାଇଡ ଶବ୍ଦ ଲାଟିନ ଭାଷାର ସୁଇସାଇଡମ (suicidium) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ନିଜକୁ ହତ୍ୟା କରିବା ।

ଆନ୍ତର୍ଜାତିକ ଯୋଗ ଦିବସ

ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ । ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତି ଦାବୀ କରେନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଥିଲା ।

ଆନ୍ତର୍ଜାତୀୟ ଦାରିଦ୍ର‍୍ୟ ଉନ୍ମୁଳନ ଦିବସ

ଆନ୍ତର୍ଜାତୀୟ ଦାରିଦ୍ର‍୍ୟ ନିରାକରଣ ଦିବସ (English:The International Day for the Eradication of Poverty) ହେଉଛି ଆନ୍ତର୍ଜାତିକ ସ୍ତରରେ ପାଳିତ ହେଉଥିବା ଏକ ଦିବସ ଯାହା କି ପ୍ରତିବର୍ଷ ଅକ୍ଟୋବର ୧୭ ତାରିଖ ଦିନ ପାଳିତ ହୁଏ । ସମାଜରେ ଯେଉଁମାନେ ଅତ୍ୟନ୍ତ ଅବହେଳିତ ସେମାନଙ୍କ ମୌଳିକ ଆବଶ୍ୟକତା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏହାର ମୁଖ୍ୟ ଲକ୍ଷ୍ୟ ।

ଆନ୍ତର୍ଜାତୀୟ ବିଧବା ଦିବସ

ଆନ୍ତର୍ଜାତୀୟ ବିଧବା ଦିବସ ହେଉଛି ବହୁ ସଂଖ୍ୟକ ବିଧବା ତଥା ସେମାନଙ୍କ ସମ୍ପର୍କୀୟଙ୍କ ଦୁଃଖ, ଦୈନ୍ୟ ତଥା ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତଥା ସେମାନଙ୍କ ସମସ୍ୟାର ସମଧାନ କରିବା ଦିଗରେ ସମାଜର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ପ୍ରୟାସ । ମିଳିତ ଜାତିସଂଘ ଦ୍ୱାର ସ୍ୱୀକୃତ ଏହି ଦିବସ ବିଶ୍ୱ ସାରା ପ୍ରତିବର୍ଷ ଜୁନ ୨୩ ତାରିଖରେ ପାଳିତ ହୁଏ ।

ଜେ. ଆର. ଡି. ଟାଟା

ଫରାସୀ ମାଟିରେ ଜନ୍ମଗ୍ରହଣ କରିଥିବା ଜାହାଙ୍ଗିର୍ ରତନଜୀ ଦାଦାଭୋୟ ଟାଟା (ଜେ. ଆର୍. ଡି. ଟାଟା - J. R. D. Tata) ଏକାଧାରରେ ଜଣେ ଭାରତୀୟ ବିମାନଚାଳକ, ବ୍ୟବସାୟିକ ସୁଯୋଗ ସୃଷ୍ଟିକାରକ, ଟାଟା କମ୍ପାନୀପୁଞ୍ଜର ପୂର୍ବତନ ଅଧ୍ୟକ୍ଷ ଓ ଟାଟା ସନ୍ସର ଜଣେ ଶେୟାର୍-ହୋଲଡର୍ । ସେ ୨୯ ଜୁଲାଇ ୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଓ ୨୯ ନଭେମ୍ବର୍ ୧୯୯୩ରେ ତାଙ୍କର ତିରୋଧାନ ହୋଇଥିଲା । ତାଙ୍କୁ ଭାରତ ବର୍ଷରେ ଅନେକ ଲୋକ “ଜେ. ଆର୍. ଡି.” ନାମରେ ମଧ୍ୟ ସମ୍ବୋଧନ କରୁଥିଲେ ।

ପାରସି ସମ୍ପ୍ରଦାୟର ସମ୍ଭ୍ରାନ୍ତ ଟାଟା ପରିବାରରେ ତାଙ୍କର ଜନ୍ମ । ତାଙ୍କ ପିତା ରତନଜୀ ଦାଦାଭୋୟ ଟାଟା ଜଣେ ସୁନାମଧନ୍ୟ ବ୍ୟବସାୟୀ ହୋଇଥିବା ବେଳେ, ମାତା ସୁଜାନେ ବ୍ରିଏରେ ପ୍ରଥମ ମହିଳା ଭାରତରେ ଭାବେ ମୋଟର ଗାଡ଼ି ଚାଳନ କରି ବେଶ୍ ଜଣାଶୁଣା ହୋଇଥିଲେ । ୧୯୨୯ ମସିହାରେ ଜେ. ଆର୍. ଡି. ଭାରତର ପ୍ରଥମ ଅନୁମତି ପତ୍ରଧାରକ ବିମାନଚାଳକ (ପାଇଲଟ୍) । ଟାଟା କମ୍ପାନୀପୁଞ୍ଜର ଅନେକ ବ୍ୟବସାୟିକ ଅବୟବର ଗଠନ ଓ ବିକାଶରେ ଜେ. ଆର୍. ଡି. ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଟାଟା କଂସଲ୍ଟାଂସି ସର୍ଭିସେସ୍ (Tata Consultancy Services), ଟାଟା ମୋଟର୍ସ (Tata Motors), ଟାଇଟାନ୍ ଇଣ୍ଡଷ୍ଟ୍ରିଜ୍ (Titan Industries), ଟାଟାଟି (Tata Tea), ଭୋଲଟାସ୍ (Voltas) ଏବଂ ଏୟାର୍ ଇଣ୍ଡିଆ (Air India) ତନ୍ମଧ୍ୟରୁ ଉଲ୍ଲେଖଯୋଗ୍ୟ । ଭାରତୀୟ ଶିଳ୍ପୋଦ୍ୟୋଗ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୫୫ ମସିହାରେ ପଦ୍ମ ବିଭୂଷଣ, ୧୯୮୩ ମସିହାରେ ଫରାସୀ ଲିଜିଅନ୍ ଅଫ୍ ଅନର୍ ଓ ୧୯୯୨ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ଅଳଙ୍କୃତ କରାଯାଇଥିଲା ।

ଫଣୀ ଘୂର୍ଣ୍ଣିବାତ୍ୟା

ଅତି ଗୁରୁତର ଘୂର୍ଣ୍ଣିବାତ୍ୟା ଫଣୀ ( /ˈfɒniː/; ବଙ୍ଗଳା: ফণী) ୨୦୧୯ ମସିହା ମଇ ମାସ ପ୍ରାରମ୍ଭରେ ଆସିଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟା । ଏହାକୁ ଫୋନୀ, ଫନି ଏବଂ ଫନୀ ନାମରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହା ପୂର୍ବ ଭାରତରେ ପୁରୀଠାରେ ମଇ ମାସ ୩ ତାରିଖ ସକାଳରେ ଲ୍ୟାଣ୍ଡଫଲ କରିଥିଲା । ୨୦୧୯ ଉତ୍ତର ଭାରତୀୟ ମହାସାଗର ବାତ୍ୟା ଋତୁର ଫଣୀ ପଞ୍ଚମ ଗୁରୁତର ଝଡ଼ବାତ୍ୟା ଏବଂ ଚତୁର୍ଥ ନାମିତ ବାତ୍ୟା ଥିଲା । ଫଣୀ ପ୍ରଭାବରେ ଓଡ଼ିଶାର ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲାବେଳେ ପାଖାପାଖି ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲାରେ ଏହି ବାତ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା । ବଙ୍ଗଳାଦେଶରେ ଫଣୀ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଓଡ଼ିଶାରେ ୪୧ ଜଣ ବ୍ୟକ୍ତିଙ୍କ ସମେତ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା ।

ବିଶ୍ୱ ଶୌଚାଳୟ ଦିବସ

ବିଶ୍ୱ ଶୌଚାଳୟ ଦିବସ (World Toilet Day) ସାରା ବିଶ୍ୱରେ ପ୍ରତିବର୍ଷ ୧୯ ନଭେମ୍ବର ତାରିଖ ଦିନ ପାଳନ କରାଯାଏ । ମିଳିତ ଜାତିସଂଘର ଏକ ତଥ୍ୟ ପ୍ରକାରେ ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଇଁ ଏବେ ବି ପର୍ଯ୍ୟାପ୍ତ ସ୍ୱଚ୍ଛତା ଉପଲବ୍ଧ ନାହିଁ । ଖାଲି ସେତିକି ନୁହେଁ, ସାରା ବିଶ୍ୱର ଯେତେ ଲୋକ ଖୋଲାରେ ଶୌଚ କରନ୍ତି, ତାର ପ୍ରାୟ ଅର୍ଦ୍ଧାଂଶ ଲୋକ ହେଉଛନ୍ତି ଭାରତର । ଫଳସ୍ୱରୂପ, ପର୍ଯ୍ୟାବରଣ ଦୂଷିତ ହେବା ସହ ଲୋକ ବେମାର ହୁଅନ୍ତି ।

ମିସେଲ ବାଚେଲେଟ

ଭେରୋନିକା ମିସେଲ ବାଚେଲେଟ ଜେରିଆ (ସ୍ପେନୀୟ ଉଚ୍ଚାରଣ: [beˈɾonika miˈtʃel βatʃeˈle ˈxeɾja]; ଜନ୍ମ ୨୯ ସେପ୍ଟେମ୍ବର ୧୯୫୧) ଜଣେ ଚିଲି ସୋସିଆଲିଷ୍ଟ ପାର୍ଟି ରାଜନେତା । ସେ ଚିଲିର ରାଷ୍ଟ୍ରପତି ଭାବେ ୨୦୧୪ ମସିହା ମାର୍ଚ୍ଚ ୧୧ଠାରୁ କାର୍ଯ୍ୟକରୁଛନ୍ତି । ସେ ଆଗରୁ ୨୦୦୬ରୁ ୨୯୧୦ ଯାଏ ରାଷ୍ଟ୍ରପତି ଭାବେ କାର୍ଯ୍ୟକରିଥିଲେ । ସେ ଆଗରୁ ୨୦୦୬ରୁ ୨୦୧୦ ଯାଏ ରାଷ୍ଟ୍ରପତି ଭାବେ କାମ କରି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ସଙ୍ଗେ ସଙ୍ଗେ ଆଉଥରେ ସେହି ନିର୍ବାଚିତ ହେବା ନିୟମ ନ ଥିବାରୁ ସେ ନବଗଠିତ ମିଳିତ ଜାତିସଂଘ ଲିଙ୍ଗଗତ ସମତା ଓ ନାରୀ ସଶକ୍ତିକରଣ ସଂଘ (ଇଉଏନ ଉଇମେନ)ର କାର୍ଯ୍ୟନିର୍ବାହୀ ପରିଚାଳକ ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ଡିସେମ୍ବରରେ ବାଚେଲେଟ ଚିଲିର ରାଷ୍ଟ୍ରପତି ଭାବେ ନିଜେ ୨୦୦୬ ମସିହାରେ ପାଇଥିବା ୫୩.୫% ବହୁମତରୁ ଅଧିକ ୬୨% ବହୁମତ ସହ ପୁନର୍ନିବାଚିତ ହୋଇଥିଲେ । ୧୯୩୨ ପରଠାରୁ ପ୍ରତିଯୋଗିତାମୂଳକ ନିର୍ବାଚନରେ ଚିଲିର ରାଷ୍ଟ୍ରପତି ଭାର ଦୁଇଥର ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି ।

ବାଚେଲେଟ ଜଣେ ଡାକ୍ତର ଭାବେ ମୁଖ୍ୟତଃ ସାମରିକ କୌଶଳ ଅଧ୍ୟୟନ କରି ପ୍ରଥମେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଓ ପରେ ତାଙ୍କ ରାଷ୍ଟ୍ରପତିତ୍ୱ ଆଗରୁ ଥିବା ରାଷ୍ଟ୍ରପତି ରିକାର୍ଡ଼ ଲାଗୋସଙ୍କ ମନ୍ତ୍ରୀମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ । ସେ ତିନୋଟି ସନ୍ତାନର ଜନନୀ ଓ ତାଙ୍କ ବରଙ୍କଠାରୁ ଅଲଗା ରହନ୍ତି । ସେ ଜଣେ ଅଜ୍ଞାନବାଦୀ । ତାଙ୍କ ମାତୃଭାଷା ସ୍ପାନିସ ଛଡ଼ା ସେ ବିଭିନ୍ନ ବାକପଟୁତା ସଙ୍ଗେ ଇଂରାଜୀ, ଜର୍ମାନ, ପର୍ତ୍ତୁଗୀଜ ଓ ଫରାସୀ ଭାଷା କ ହିପାରନ୍ତି ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.