ଭାଷା

Tepantitla mural, Ballplayer A (Daquella manera)
A mural in Teotihuacan, Mexico (ca. 200 AD) depicting a person emitting a speech scroll from his mouth, symbolizing speech.
Cuneiform script2
Cuneiform is the first known form of written language, but spoken language predates writing by at least tens of thousands of years.
Girls learning sign language
Two girls learning American Sign Language.
Braille house09
Braille writing represents language in a tactile form.

ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।

ମଣିଷ ଭାଷା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସର୍ଜୀବଙ୍କ ମଧ୍ୟରେ ସ୍ୱତନ୍ତ୍ର ଅଟେ । ଏହାର ଜଟିଳ ଗଠନ ଶୈଳୀ ଭାବ ପ୍ରକାଶ ପାଇଁ ଏକ ବୃହତ୍ତର କ୍ଷେତ୍ର ଯୋଗାଇଥାଏ ଯାହାକି ବର୍ତ୍ତମାନ ସୁଦ୍ଧା ଜଣାଥିବା ସମସ୍ତ ପ୍ରାଣୀମାନଙ୍କ ଯୋଗାଯୋଗ ପ୍ରଣାଳୀ ଅପେକ୍ଷା ଉତ୍କୃଷ୍ଟ ଅଟେ । ଏହି ପ୍ରାଣୀ-ଯୋଗାଯୋଗ ପ୍ରଣାଳୀ ସାଧାରଣତଃ ମନୁଷ୍ୟ ଭଳି ସାମାଜିକ ନହୋଇ ଅନୁବଂଶୀୟ ହୋଇଥାଏ ।

ଉତ୍ପତି

ଭାଷା ବିଜ୍ଞାନ

ଐତିହାସିକ, ତୁଳନାତ୍ମକ, ବର୍ଣ୍ଣନାତ୍ମକ, ବ୍ୟାବହାରିକ, ବ୍ୟାକରଣଗତ କିମ୍ବା ଅର୍ଥଗତ ଭାଷା ସମ୍ବନ୍ଧୀୟ ଯେକୌଣସି ଆଲୋଚନାକୁ ଆମେ ଭାଷାତତ୍ତ୍ୱର ଅନ୍ତର୍ଗତ ବୋଲି ଧରିନେଉ । ଭାଷା ଆଲୋଚନା କ୍ଷେତ୍ରରେ ଇଂରାଜୀ ଭାଷାରେ ଫିଲଲଜି ଓ ଲିଙ୍ଗୁଇଷ୍ଟିକସ୍ ବୋଲି ଦୁଇଟି ଶବ୍ଦ ପ୍ରଚଳିତ । ପୂର୍ବରୁ ସେମାନଙ୍କଦ୍ୱାରା ସୂଚିତ ଅର୍ଥରେ ବିଶେଷ ବ୍ୟବଧାନ ଥିବା ପରି ମନେହେଉନଥିଲା । ଅନ୍ତତଃ ଭାରତବର୍ଷରେ ଆମ୍ଭେମାନେ ଦୁଇଟିଯାକ ଶବ୍ଦକୁ ଏକପ୍ରକାର ଅର୍ଥରେ ବ୍ୟବହାର କରୁଥିଲୁ । ଏବେ କିନ୍ତୁ ସେମାନଙ୍କୁ ଦୁଇଟି ସ୍ୱତନ୍ତ୍ର ଅର୍ଥରେ ବ୍ୟବହାର କରାଯାଉଛି । ସେଥିପାଇଁ ଓଡ଼ିଆ ଭାଷାରେ "ଫିଲଲଜି" ପାଇଁ "ଭାଷାଜ୍ଞାନ" ଓ "ଲିଙ୍ଗୁଇଷ୍ଟିକସ୍" ପାଇଁ "ଭାଷାବିଜ୍ଞାନ" ଶବ୍ଦ ରଖିବା ଆବଶ୍ୟକ ହୋଇଛି ।

ଗଠନ

ବ୍ୟାକରଣ

ଅଧିକ ଦେଖନ୍ତୁ

  1. ବାଗ୍ ଯନ୍ତ୍ର
  2. ସ୍ୱର
  3. ବ୍ୟଞ୍ଜନ
  4. ସିଲେବ୍ଲ ବା ଅକ୍ଷର
ଇଂରାଜୀ ଭାଷା

ଇଂରାଜୀ ଭାଷା ଏକ ପଶ୍ଚିମ ଜର୍ମାନୀୟ ଭାଷା । ଏହା ଇଂଲଣ୍ଡରୁ ଆରମ୍ଭ ହୋଇ ବର୍ତ୍ତମାନ ସାରା ବିଶ୍ୱରେ ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଏହା ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ, ନିଉଜିଲ୍ୟାଣ୍ଡ ଓ ଅନେକ କାରିବିଆନ ରାଷ୍ଟ୍ର ସମେତ ଆହୁରି ଅନେକ ରାଷ୍ଟ୍ରରେ ପ୍ରଥମ ଭାଷା ରୂପେ ବ୍ୟବହାର କରାଯାଇଥାଏ ।

ଉଇକିପିଡ଼ିଆ

ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।

ଉତ୍ତର ଆମେରିକା

ଉତ୍ତର ଆମେରିକା, ଏକ ମହାଦେଶ ।

ଉତ୍ତର ପ୍ରଦେଶ

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

ଉତ୍ତର ପ୍ରଦେଶ ଭାରତର ଉତ୍ତର ଦିଗରେ ଅବସ୍ଥିତ ଏକ ରାଜ୍ୟ । ଲଖନଉ ସହର ଏହାର ରାଜଧାନୀ ।

ଏସିଆ

ଏସିଆ ପୃଥିବୀର ସବୁଠୁ ବଡ଼ ଓ ଅଧିକ ଲୋକଥିବା ମହାଦେଶ, ବେଶିଭାଗ ପୂର୍ବ ଓ ଉତ୍ତରରେ ବ୍ୟାପିଛି । ଏହା ପୃଥିବୀର ୮.୬ % ଭାଗ ଅଧିକାର କରିଛି । ଏସିଆର ଲୋକସଂଖ୍ୟା ୪୧୦ କୋଟି, ପୃଥିବୀର ୬୦ ପ୍ରତିଶତ ଲୋକ ଏଠାରେ ବାସ କରନ୍ତି । ବିଂଶ ଶତାବ୍ଦୀରେ ଏସିଆର ଜନସଂଖ୍ୟା ଚାରିଗୁଣ ହେଇଗଲା ।

ଓଡ଼ିଆ ଭାଷା

ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବ‌ହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।

ଓଡ଼ିଆ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇ ନ‌ ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।

ଓଡ଼ିଆ ସାହିତ୍ୟ

ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

ସାହିତ୍ୟ ସମାଜର ହିତ ସାଧନ କରି ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବାରେ ପ୍ରମୁଖ ସହାୟକ । ଓଡ଼ିଆ ସାହିତ୍ୟ ଓଡ଼ିଶାବାସୀଙ୍କ ଉନ୍ନତିରେ କର୍ମରତ । ଏହା ଆମ ରାଜ୍ୟର ବିକାଶ ଓ ସଂସ୍କୃତିର ପରିଚୟ ଦେଇଥାଏ । ନିମ୍ନରେ ଓଡ଼ିଆ ସାହିତ୍ୟର ବିଭାଗୀକରଣ କରାଯାଇ ପ୍ରତ୍ୟେକ ବିଭାଗର ବିବରଣୀ ପ୍ରଦାନ କରାଯାଇଛି।

ଓଡ଼ିଶା

ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।

ଜୀବାଶ୍ମ

ବହୁ ପ୍ରାଚୀନ ପ୍ରାଣୀ, ଉଦ୍ଭିଦ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ସଂରକ୍ଷିତ ଅବଶେଷକୁ ଜୀବାଶ୍ମ (ଇଂରାଜୀ: Fossil; ପାରମ୍ପରିକ ଲାଟିନ ଭାଷା fossilisରୁ ଆସିଛି, ଆକ୍ଷରିକ ଅର୍ଥ "ଖନନଦ୍ୱାରା ପ୍ରାପ୍ତ") କୁହାଯାଇଥାଏ ।

ତାମିଲ ଭାଷା

ତାମିଲ ଭାଷା (ବା ତାମିଳ ଭାଷା) ଭାରତର ତାମିଲନାଡୁ ରାଜ୍ୟର ପ୍ରଶାସନିକ ଭାଷା ଓ ଭାରତୀୟ ସମ୍ବିଧାନ ସ୍ୱୀକୃତିପ୍ରାପ୍ତ ଏକ ଭାଷା ଅଟେ ।

ତେଲୁଗୁ ଭାଷା

ତେଲୁଗୁ ଭାଷା, ଆନ୍ଧ୍ର ପ୍ରଦେଶର ସରକାରୀ ଭାଷା ।

ପଶ୍ଚିମ ବଙ୍ଗ

ପଶ୍ଚିମ ବଙ୍ଗ, (ବଙ୍ଗଳା: পশ্চিমবঙ্গ) ଭାରତର ଏକ ପ୍ରଶାସନିକ ରାଜ୍ୟ ।

ବଙ୍ଗଳା ଭାଷା

ବଙ୍ଗଳା ଭାଷା ( /bɛnˈɡɔːli/), ଏହାର ଅନ୍ୟନାମ "ବାଂଲା" (UK /ˈbʌŋlə/; বাংলা) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀୟ ବହୁଳ କଥିତ ଭାଷା ।

ବଙ୍ଗଳାଦେଶର ସରକାରୀ ଜାତୀୟ ଭାଷା ଏହାର ଆଧୁନିକ ମାନକ ବଙ୍ଗଳା ବା ସାହିତ୍ୟ ବଙ୍ଗଳା । । ବଙ୍ଗଳାଦେଶର ୯୮% ଲୋକ ଅନର୍ଗଳ ନିଜ ମାତୃଭାଷା ଭାବେ ବଙ୍ଗଳାରେ କଥାବାର୍ତ୍ତା କରିପାରନ୍ତି ଓ ଏହା ଦେଶର ମୁଖ୍ୟ ଭାବ ବିନିମୟର ଭାଷା । ଭାରତ ମଧ୍ୟରେ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମର ବରାକ ଉପତ୍ୟକାରେ ବଙ୍ଗଳା ସରକାରୀ ଭାଷା । ଏହା ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ବିଭିନ୍ନ ଅଂଶରେ କଥିତ । ଏହାଛଡ଼ା ବହୁଳ ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହା ପ୍ରଚଳିତ ଏବଂ ବିହାର, ଝାଡ଼ଖଣ୍ଡ, ମିଜୋରାମ, ନାଗାଲ୍ୟାଣ୍ଡ ଓ ଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଂଖ୍ୟାଲଘୁଙ୍କଦ୍ୱାରା କଥିତ । ବିଶ୍ୱବ୍ୟାପୀ ମୋଟ ପ୍ରାୟ ୨୫୦ – ୩୦୦ ମିଲିୟନ ଭାଷାଭାଷୀଙ୍କଦ୍ୱାରା କଥିତ ବଙ୍ଗଳା ଜନସଂଖ୍ୟା ଅନୁସାରେ ବିଶ୍ୱର ସପ୍ତମ ଅଧିକ କଥିତ ଭାଷା ।

ବିହାର

ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.

ବିହାର ଭାରତର ଉତ୍ତର-ପୂର୍ବ ଭାଗରେ ଅବସ୍ଥିତ ଏକ ରାଜ୍ୟ | ପଟନା ସହର ଏହାର ରାଜଧାନୀ |

ଭାରତ

ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।

ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍)ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.ରେ ଜୀଉମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେ ପାର୍ସୀ, ଖ୍ରୀଷ୍ଟିଆନ ଓ ମୁସଲମାନମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେ ଇଂରେଜମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କ ସଂଗ୍ରାମ ପରେ ୧୯ଶ ଶତାବ୍ଦୀର ମଧ୍ୟ ଭାଗରେ (୧୫ ଅଗଷ୍ଟ ୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା ।

ପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ । ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମ ପରି ବିଶ୍ୱର ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହେଉଛି ଏହି ଦେଶ । ଏହାଛଡ଼ା ଜୁଦା, ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥା ଇସଲାମ ଆଦି ଅନ୍ୟ ଧର୍ମର ଅନେକ ଧର୍ମାବଲମ୍ବୀମାନଙ୍କୁ ଦେଖିଲେ ଭାରତୀୟ ସଂସ୍କୃତିର ବ୍ୟାପକତା ଆକଳନ କରିହୁଏ ।

ମୋଟ ଜାତୀୟ ଉତ୍ପାଦ (Gross Domestic Product) ହିସାବରେ ଭାରତ ପୃଥିବୀର ଏକାଦଶ ବୃହତ ଅର୍ଥନୀତି ଓ କ୍ରୟ-ଶକ୍ତି-ସମତା (Purchasing Power Parity) ହିସାବରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥନୀତି । ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ ।

ପ୍ରତିରକ୍ଷା ଦୃଷ୍ଟିରୁ ଦେଖିଲେ ଭାରତ ପୃଥିବୀର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରୁ ଗୋଟିଏ । ଏହାର ସ୍ଥଳସେନା ପୃଥିବୀରେ ତୃତୀୟ ବୃହତ୍ତମ ଓ ପ୍ରତିରକ୍ଷାରେ ଭାରତ କରୁଥିବା ଖର୍ଚ୍ଚରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ଭିତରେ ଭାରତର ସ୍ଥାନ ନବମ ।

ରାଜନୈତିକ ଦୃଷ୍ଟିରୁ ଭାରତ ଏକ ସାର୍ବଭୌମ, ସାଂସଦୀୟ ଗଣତାନ୍ତ୍ରିକ, ପନ୍ଥନିରପେକ୍ଷ ରାଷ୍ଟ୍ର ଅଟେ । ୨୯ ଗୋଟି ପ୍ରଦେଶ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗଠିତ ଏହି ଦେଶର ଭାଷା, ଚଳଣି, ପରମ୍ପରା, ଜଳବାୟୁ ଓ ଧର୍ମମତର ବିଭିନ୍ନତାକୁ ଲକ୍ଷ୍ୟ କରି ଅବିଭାଜିତ ଭାରତକୁ ଉପମହାଦେଶର ଆଖ୍ୟା ଦିଆଯାଏ । ଏହି ଦେଶରେ ବିବିଧ ପ୍ରକାରର ପଶୁପକ୍ଷୀ ଓ ସଂରକ୍ଷିତ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି ।

ମଧ୍ୟ ପ୍ରଦେଶ

ମଧ୍ୟ ପ୍ରଦେଶ ଭାରତର ମଧ୍ୟଭାଗରେ ଥିବା ଏକ ରାଜ୍ୟ ଅଟେ ।ଏହାର ରାଜଧାନୀ ଭୋପାଳ ଅଟେ । ଏହାର ବଡ଼ ସହର ଇନ୍ଦୋର ଅଟେ । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ୱିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ ରାଜସ୍ଥାନ , ପଶ୍ଚମରେ ଗୁଜରାଟ , ଦକ୍ଷିଣରେ ମହାରାଷ୍ଟ୍ର , ଦକ୍ଷିଣ-ପୂର୍ବରେ ଛତିଶଗଡ଼ , ଉତ୍ତର-ପୂର୍ବରେ ଉତ୍ତରପ୍ରଦେଶ ଅଛି ।

ମରାଠୀ ଭାଷା

ମରାଠୀ ଭାଷା ଭାରତର ପଶ୍ଚିମରେ ଅବସ୍ଥିତ 'ମହାରାଷ୍ଟ୍ର' ରାଜ୍ୟର ସରକାରୀ ଭାଷା ଅଟେ |

ମହାରାଷ୍ଟ୍ର

ମହାରାଷ୍ଟ୍ର ଭାରତର ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ | ମୁମ୍ବାଇ ମହାନଗର ଏହାର ରାଜଧାନୀ ।

ଯୁକ୍ତରାଷ୍ଟ୍ର ଆମେରିକା

ଆମେରିକା ,ଉତ୍ତର ଆମେରିକାରେ ଥିବା ଏକ ପ୍ରଧାନ ଦେଶ। ୫୦ଟି ରାଜ୍ୟକୁ ଏକାଠି ନେଇ ତିଆରି,ଏହା ଏକ ସଙ୍ଘୀୟ ଗଣରାଜ୍ୟ। ଏହା ମଧ୍ୟରୁ ୪୮ଟି ରାଜ୍ୟ ଓ ରାଜଧାନୀ ୱାଶିଂଟନ ଡି. ସି. ଗୋଟିଏ ଭୂଖଣ୍ଡରେ ଅବସ୍ଥିତ।ଏହା ଛଡା ଉତ୍ତର ପଶ୍ଚିମରେ ଆଲାସ୍କା ଓ ପଶିମରେ ହାୱାଇ ଦ୍ୱୀପପୁଞ୍ଜକୁ ମିଶାଇ ୫୦ଟି ରାଜ୍ୟ ବୋଲି ଗଣାଯାଏ।

ହିନ୍ଦୀ

ମାନକ ହିନ୍ଦୀ ବା ଆଧୁନିକ ମାନକ ହିନ୍ଦୀ (मानक हिन्दी), ନାଗେରୀ ହିନ୍ଦୀ ଓ ସାହିତ୍ୟ ହିନ୍ଦୀ ଏକ ମାନକ ଭାଷା ଓ ସଂସ୍କୃତଦ୍ୱାରା ପ୍ରଭାବିତ ।ଏହା ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କହାଯାଉଥିବା ମୂଳ ଖାରିବୋଲିରୁ ଜନ୍ମ ନେଇଅଛି । ଏହା ଭାରତ ସମ୍ବିଧାନରେ ଥିବା ୨୨ଟି ସରକାରୀ ଭାଷାରୁ ଗୋଟିଏ ।

Flag of India.svg  ଭାରତର ସରକାରୀ ଭାଷାସମୂହ
କେନ୍ଦ୍ର ସ୍ତରର ସରକାରୀ ଭାଷା
ରାଜ୍ୟ ସ୍ତରର ସରକାରୀ ଭାଷା

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.