ବ୍ରାଜିଲ

ବ୍ରାଜିଲ ଦକ୍ଷିନ ଆମେରିକାରେ ଥିବା ଏକ ଦେଶ।

Flag of Belize
ବ୍ରାଜିଲ ପତାକା
Bh large locator
ବ୍ରାଜିଲ ଅବସ୍ଥିତି
ଅରକୁଟ

ଅରକୁଟ ଏକ ଗୁଗଲଦ୍ୱାରା ପରିଚାଳିତ ହେଉଥିବା ସମାଜିକ ନେଟୱାର୍କ ସେବା ଯାହାକୁ ବ୍ୟବହାର କରି ବ୍ୟବହାରକାରୀ ନିଜର ନୁଆ ଏବଂ ପୁରୁଣା ବନ୍ଧୁ ମାନଙ୍କ ସହିତ ଇଣ୍ଟରନେଟ ମଧ୍ୟମକୁ ବବ୍ୟବହାର କରି ଯୋଗାଯୋଗ ରକ୍ଷା କରି ପାରୁଥିଲା । ଏହି ସେବାଟିକୁ ଏହାର ପ୍ରସ୍ତୁତ କର୍ତ୍ତା ଅରକୁଟ ବୁୟୁକୁତେନଙ୍କ ନାମ ଅନୁସାରେ ନାମିତ କରାଯାଇଥିଲା ।

୨୦୦୮ ମସିହାରେ ଅରକୁଟ ଭାରତ ଏବଂ ବ୍ରାଜିଲର ସବୁ ଠାରୁ ଅଧିକ ଯୋଗାଯୋଗ ହେଉଥିବା ୱେବସାଇଟ ଭାବେ ଜଣାଶୁଣା ଥିଲା । ବ୍ରାଜିଲରେ ଏହାର ବାହୁଳ ଚାହିଦା ଦେଖି, ୨୦୦୮ ମସିହାରେ ଏହା ଘୋଷଣା କରାଯାଇଥିଲା ଯେ, ଅରକୁଟକୁ ସମ୍ପୁର୍ଣ ଭାବେ ବ୍ରାଜିଲରେ ପରିଚାଳନା କରା ହେବ ଏବଂ ଗୁଗଲ ବ୍ରାଜିଲ ଏହାର ତ‌ତ୍ୱାବଧାନ କରିବ । କିନ୍ତୁ କିଛି ନ୍ୟାୟିକ ଅସୁବିଧା ହେତୁ, ଏହାକୁ ପରବର୍ତ୍ତି କାଳରେ ବାତିଲ କରାଯାଇ ଥିଲା । ୨୦୧୪ ମସିହା, ଜୁନ ୩୦ ତାରିଖରେ ଗୁଗଲ ଅରକୁଟ ସେବାକୁ ବନ୍ଦ କରିବା ପାଇଁ ଘୋଷଣା କଲା ଏବଂ ଜୁଲାଇ ୨୦୧୪ ଠାରୁ ନୂଆ ବ୍ୟବହାରକାରୀ ସେବାକୁ ବନ୍ଦ କରିଦେଲା ।

ଆମ୍ବ

ଆମ୍ବ ହେଉଛି ଭାରତର ଜାତୀୟ ଫଳ ।ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ୱ ରହିଛି । ଆମ୍ବର ମଧୁର ସ୍ୱାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।

ଆର୍ଜେଣ୍ଟିନା

ଆର୍ଜେଣ୍ଟିନା ଦକ୍ଷିଣ ଆମେରିକାରେ ଥିବା ଏକ ଦେଶ । ଏହାର ପଶ୍ଚିମରେ ଚିଲି, ଉତ୍ତରରେ ବଲିଭିଆ ଓ ପାରାଗୁଏ ଉତ୍ତରପୂର୍ବରେ ବ୍ରାଜିଲ ଏବଂ ପୂର୍ବରେ ଉରୁଗୁଏ ଅବସ୍ଥିତ ।

ଆର୍ଟେସୁନେଟ/ମେଫ୍ଲୋକୁଇନ

ଆର୍ଟେସୁନେଟ/ମେଫ୍ଲୋକୁଇନ (ଇଂରାଜୀ ଭାଷାରେ Artesunate/mefloquine) ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । ଏହା ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯେଉଁଥିରେ ଆର୍ଟେସୁନେଟ ଓ ମେଫ୍ଲୋକ୍ୱିନ ଥାଏ । ଏହା ଅଣଜଟିଳ ଫାଲସିପ୍ୟାରମ ମ୍ୟାଲେରିଆ (falciparum malaria) ରୋଗରେ ଦେବାକୁ ନିର୍ଦ୍ଦିଷ୍ଟ ଭାବରେ ସୁପାରିସ କରାଯାଏ । ଏହା ପାଟିରେ ଦିଆଯାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏଥିରେ ଥିବା ଉପାଦାନମାନଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଅନୁସାରେ ହୋଇପାରେ । ଏଥିରେ ଥିବା ଉପାଦାନମାନ ଏକାକୀ ବ୍ୟବ‌ହାର କରିବା ଅପେକ୍ଷା ଦୁଇଟିଯାକ ଏକତ୍ର ଦେବାକୁ ସୁପାରିସ କରାଯାଏ । ପିଲାଙ୍କ ପାଇଁ ଏହାର ଅଲଗା ମାତ୍ରାର ଔଷଧ ମିଳେ ।ସନ ୨୦୦୮ରେ ଆର୍ଟେସୁନେଟ/ମେଫ୍ଲୋକୁଇନ ପ୍ରଥମେ ବ୍ୟବସାୟୀ ନିମନ୍ତେ ବିକ୍ରୟ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ବ୍ରାଜିଲ, ଭାରତ ଓ ମାଲେସିଆରେ ସ୍ୱୀକୃତ ହୋଇଥିଲା । ସନ ୨୦୧୨ରେ ଏହାର ଏକ କୋର୍ଷ ଔଷଧର ମୂଲ୍ୟ ୨.୫୦ ଆମେରିକୀୟ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟ ନିମନ୍ତେ ମିଳେନାହିଁ ।

କଳିଙ୍ଗ ପୁରସ୍କାର

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଉଲ୍ଲେଖନୀୟ ଅବଦାନଙ୍କୁ ସ୍ୱୀକୃତି ସ୍ୱରୂପ ଅନ୍ତର୍ଜାତୀୟ ସ୍ତରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ। ୧୯୫୨ମସିହାରୁ ଏହା ନିୟମିତଭାବେ (କେବଳ ୧୯୭୩ ଓ ୧୯୭୫ ମସିହାରେ ଦିଆ ଯାଇନଥିଲା) ପ୍ରଦାନ କରାଯାଇ ଆସୁଅଛି । କଳିଙ୍ଗ ଫାଉଣ୍ଡେସନ ସହ ସମନ୍ୱୟ ରକ୍ଷା ପୁର୍ବକ ୟୁନେସ୍କୋ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କଦ୍ୱାରା ମନୋନୀତ ବୈଜ୍ଞାନିକଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥାଏ । ମୂଳରୁ କଳିଙ୍ଗ ପୁରସ୍କାର ଭାବେ ପରିଚିତ ଏହି ପୁରସ୍କାରକୁ ୨୦୦୯ରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ଭାବେ ନାମିତ କରାଯାଇଛି । ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶର ୬୫ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ।

କାଜୁ

ଲଙ୍କାଆମ୍ବ ହେଉଛି ଏକ ଦ୍ରୁମ ଜାତୀୟ ବହୁ ବୀଜପତ୍ରୀ ସପୁଷ୍ପକ ଉଦ୍ଭିଦ। ଏହାକୁ ଇଂରାଜୀରେ cashew କହିଥାନ୍ତି, ଯାହା ପର୍ତ୍ତୁଗୀଜ ନାମ cajuରୁ ଆସିଅଛି। ଏହାର ମଞ୍ଜି ଓ ଫଳ ଉଭୟ ଖିଆଯାଏ। ଏହାର କାଣ୍ଡ ବଙ୍କା ତେଢା ହୋଇଥାଏ। ହଳଦିଆ, ଲାଲ ଓ ହଳଦିଆ-ଲାଲ ମିଶା ମିଶି ଫଳର ରଙ୍ଗ ଭେଦରେ ଲଙ୍କାଆମ୍ବ ତିନି ପ୍ରକାରର। ଲଙ୍କା ଆମ୍ବ ଦେଖିବାକୁ କେତେକାଂଶରେ ନାସପାତି ପରି।

ଏହାର ମଞ୍ଜି ଯାହା ଫଳର ତଳେ ରହିଥାଏ, ତାହା ଏହାର ଫଳଠାରୁ ଅଧିକ ଲୋକପ୍ରିୟ। ଏହି ମଞ୍ଜିର ଶକ୍ତ ଆବରଣ ଭିତରେଥିବା ଶସକୁହିଁ କାଜୁ କୁହାଯାଏ, ଯାହା ବଜାରରେ କିଣିବାକୁ ମିଳେ। ଏହି ଆବରଣକୁ ଗରମକଲେ ଏକ ପ୍ରକାର ତେଲ ବାହାରେ, ଯାହା ଚର୍ମରେ ଲାଗିଲେ ଘାଆ କରିଦିଏ। କିନ୍ତୁ ଏହି ତେଲର ଅନେକ ଔଷଧୀୟ ଗୁଣ ରହିଛି। କାଜୁର ଫଳ ଯାହା ମଞ୍ଜିର ଉପରେ ଥାଏ, ତାକୁ ଇଂରାଜୀରେ cashew apple କୁହାଯାଏ। ଏହାକୁ ଗାଁ ଗହଳିରେ ଲୋକମାନେ ଖାଇଥାନ୍ତି। ଲଙ୍କାଆମ୍ବର କେତଟି କିସମ ଖାଇବାକୁ ବହୁତ ମିଠା, ଆଉ କେତୋଟି ଖାଇଲେ ତଣ୍ଡି ଖର ଖର ହୁଏ। ଏହାର ରସ ଅନେକ ପ୍ରକାରର ଔଷଧୀୟ ଗୁଣଯୁକ୍ତ। ଚିନାବାଦାମ ଓ କାଠବାଦାମ ପରି ଏହାର ମଞ୍ଜି ପୌଷ୍ଟିକ କିନ୍ତୁ ସମସ୍ତଙ୍କ ଦେହରେ ଯାଏନାହିଁ। ତେବେ କାଜୁ ଚିନାବାଦାମ ଆଦିଠାରୁ ଅଧିକ ଲୋକଙ୍କ ଦେହରେ ଯାଏ।

କ୍ଷୀର

କ୍ଷୀର ଏକ ତରଳ ସଫା ଦ୍ରବ୍ୟ ଅଟେ ଯାହା ମାଦାୟ ମାନଙ୍କ କ୍ଷୀର ଗ୍ରନ୍ଥିରୁ ତିଆରି ହୋଇଥାଏ । ନବଜାତ ଶିଶୁ ସେ ପର୍ଯ୍ୟନ୍ତ କ୍ଷୀର ଉପରେ ନିର୍ଭର କରିଥାଏ ଯେ ପର୍ଯ୍ୟନ୍ତ ସେ ଅନ୍ୟ ଖାଦ୍ୟ ପଦାର୍ଥର ସେବନ କରିବାରେ ଅକ୍ଷମ ହୋଇଥାଏ । ସାଧାରଣତଃ କ୍ଷୀରରେ ୮୫ ପ୍ରତିଶତ

ଜଳ ରହିଥାଏ ଏବଂ ଶେଷ ଭାଗରେ ସଠିକ ତତ୍ତ୍ୱ ମାନେ ଖଣିଜ ଦ୍ରବ୍ୟ ବସିକରି ରହିଥାଏ ।ଗାଈ ମଇଁଷିଙ୍କ ଛଡା ବଜାରରେ ବିଭିନ୍ନ କମ୍ପାନିର ପ୍ୟାକେଟ କ୍ଷୀରବି ଉପଲବ୍ଧ ରହିଥାଏ । କ୍ଷୀର ପ୍ରୋଟିନ , କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ହୋଇଥାଏ , ଏହା ଛଡା ଏ , ଡି , କେ ଏବଂ ଈ ସହିତ ଫସଫରସ , ମ୍ୟାଗ୍ନେସିୟମ , ଆୟୋଡିନ ପରି କିଛି ଦ୍ରବ୍ୟ କିମ୍ବା ବସା ତଥା ଊର୍ଜା ମଧ୍ୟ ହୋଇଥାଏ । ଏହାଛଡା ଏଥିରେ କିଛି ଏଞ୍ଜାଇମ୍ ଏବଂ କିଛି ଜୀବିତ ରକ୍ତ କୌଶିକମାନ ମଧ୍ୟ ରହିପାରେ ।

ଗୋମାଂସ

ଗୋମାଂସ (ବିଫ୍, ଗୋରୁମାଂସ ଓ ହଡ଼ା ମାଂସ ଭାବେ ମଧ୍ୟ ଜଣା) ଖାଦ୍ୟ ଭାବେ ବ୍ୟବହୃତ ବିଶେଷ କରି କଙ୍କାଳରୁ ନିଆଯାଇଥିବା ଗୋରୁମାନଙ୍କ ମାଂସକୁ ବୁଝାଏ । ପ୍ରାକୈତିହାସିକ ସମୟରୁ ମଣିଷମାନେ ଗୋମାଂସ ଖାଇଆସୁଛନ୍ତି । ଗୋମାଂସରେ ଉଚ୍ଚମାନର ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ରହିଛି ।ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ ।କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ ।ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), ବୃକକ, ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ ।ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।

ଷଣ୍ଢ ଓ ବଳଦ ମାଂସ ସମାନ ଧରଣର । ଅର୍ଥନୀତି ଅନୁସାରେ କିଛି ବଳଦ ପ୍ରଜନନ ପାଇଁ ପାଳନ କରାଯାଇଥାନ୍ତି । ବୟସ୍କ ଷଣ୍ଢମାନଙ୍କ ମାଂସ ଶକ୍ତ ହୋଇଥିବାରୁ ଏସବୁକୁ ଛୋଟ ଛୋଟ ଖଣ୍ଡ (ମିନ୍ସିଂ, ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରାଉଣ୍ଡ ବିଫ) କୁହାଯାଏ କରାଯାଇଥାଏ । ମାଂସ ପାଇଁ ପାଳିତ ଗୋରୁମାନଙ୍କୁ ଘାସଭୂମିରେ ଖୋଲାରେ ବୁଲିବା ପାଇଁ ଛଡ଼ାଯାଇପାରେ କିମ୍ବା ଫିଡ଼ଲଟ ନାମକ ଏକ ବିଶାଳ ଖାଦ୍ୟଯୋଗାଣ କାର୍ଯ୍ୟକଳାପ ପାଇଁ ବନ୍ଦ କରି ରଖାଯାଇପାରେ । ସେଠାରେ ସେମାନଙ୍କୁ ବିଭିନ୍ନ ଶସ୍ୟ, ପୁଷ୍ଟିସାର, ରଫେଜ ଓ ଭିଟାମିନ/ଖଣିଜ ପିବ୍ଲେଣ୍ଡ ଖାଇବାକୁ ଦିଆଯାଏ ।

ହିନ୍ଦୁଧର୍ମରେ ଗାଈ ପବିତ୍ରଭାବେ ଗ୍ରହଣ କରାଯାଏ ଓ ଅନ୍ୟାନ୍ୟ ମାଂସ ଖାଉଥିବା ଧାର୍ମିକ ହିନ୍ଦୁମାନେ ସାଧାରଣତଃ ଗୋମାଂସ ଖାଆନ୍ତି ନାହିଁ ।

୨୦୧୫ରେ ଭାରତ, ବ୍ରାଜିଲ ଓ ଅଷ୍ଟ୍ରେଲିଆ ପୃଥିବୀର ସର୍ବାଧିକ ଗୋମାଂସ ରପ୍ତାନୀକାରୀ ଦେଶ ଥିଲେ । ଗୋମାଂସ ଉତ୍ପାଦନରେ ଉରୁଗୁଏ, କାନାଡ଼ା, ପାରାଗୁଏ, ମେକ୍ସିକୋ, ଆର୍ଜେଣ୍ଟିନା, ବେଲାରୁସ ଓ ନିକାରାଗୁଆ ଅନ୍ୟତମ ।

ଚିନି

ଚିନି - ସାଧାରଣତଃ ଏହାକୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ମିଠା ଅଟେ । ମୁଖ୍ୟତ ଏଥିରେ ଶ୍ୱେତସାର ଥାଏ । ସାଧାରଣ ଚିନିକୁ monosaccharides ବୋଲି କୁହାଯାଏ । ଏଥିରେ glucose ଓ fructose ଥାଏ । ଗ୍ରାନ୍ୟୁଲେଟେଡ ଚିନିକୁ disaccharide କୁହାଯାଏ । ଏଥିରେ maltose ଓ lactose ଥାଏ । ଚିନି ଆଖୁରୁ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଅଧିକ ଆଖୁ ଚାଷ କରାଯାଇଥାଏ ।

୨୦୧୧ରେ ସାରା ବିଶ୍ୱରେ ୧୬୮ ମିଲିୟନ ଟନ ଚିନି ଉତ୍ପାଦନ କରଯାଇଥିଲା ।ସାଧାରଣ ଜଣେ ମଣିଷ ପ୍ରତି ବର୍ଷରେ ୨୪ କିଲୋ ଚିନି ଖାଇଥାଏ ।

ଜର୍ମାନୀ

ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।

ପ୍ରାଚୀନ କାଳରୁ ଜର୍ମାନିକ୍ ଜନଜାତିର ଲୋକେ ବର୍ତ୍ତମାନର ଇତ୍ତର ଜର୍ମାନୀ ଓ ଦକ୍ଷିଣ ସ୍କାଣ୍ଡିନେଭିୟା ଅଞ୍ଚଳରେ ବସବାସ କରୁଥିଲେ । ପ୍ରାଚୀନ ରୋମାନମାନେ ଏହି ଅଞ୍ଚଳର ନାମ ଦେଇଥିଲେ ଜର୍ମାନିୟା । ରୋମାନ ସାମ୍ରାଜ୍ୟର ଅଧଃପତନ ବେଳେ ଏହି ଜନଜାତି ସାମ୍ରାଜ୍ୟ ବିସ୍ତାର କରି ଅର୍ଦ୍ଧାଧିକ ଇଉରୋପକୁ ଆୟତ୍ତ କରିଥିଲେ । ଦଶମ ଶତାବ୍ଦୀରେ Holy Roman Empireରେ ସେମାନେ ଏକ କେନ୍ଦ୍ରୀୟ ସ୍ଥାନ ଗ୍ରହଣ କରିଥିଲେ । ଷୋଡଶ ଶତାବ୍ଦୀରେ ଏହି ସାମ୍ରାଜ୍ୟର ଉତ୍ତରାଞ୍ଚଳ ପ୍ରୋଟେଷ୍ଟାଣ୍ଟ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ହୋ‍ଇଥିଲା । ନେପୋଲିୟନଙ୍କ ଅଧୀନସ୍ଥ ହେବା ପରେ ଜର୍ମାନ ସଂଘ ଗଠିତ ହେଲା ଯାହା ପରବର୍ତ୍ତୀ କାଳରେ ଜର୍ମାନ ଭାଷୀ ଅଞ୍ଚଳର ଐକୀକରଣ ଆନ୍ଦୋଳନର ରୂପ ନେଲା । ପ୍ରୁସିଆ ନେତୃତ୍ୱରେ ୧୮୭୧ରେ ଅଧିକାଂଶ ଜର୍ମାନ ଅଞ୍ଚଳ ସଂଗଠିତ ହୋ‍ଇଥିଲେ ।

୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା । ଯଦିଚ ଜର୍ମାନୀ ଅନେକ ବୈଜ୍ଞାନିକ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ଥିଲା, ଦେଶରେ ଲାଗିରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଯାହା Great Depression ସମୟରେ ଆହୁରି ବିକୃତ ରୂପ ନେଇଥିଲା ଏବଂ ଭାର୍ସାଇଲ୍ ସନ୍ଧିରେ ଜର୍ମାନୀର ଅପମାନ ଦେଶରେ ଅତିଦକ୍ଷିଣପନ୍ଥୀ ଆନ୍ଦୋଳନକୁ ଜନ୍ମ ଦେଲା । ୧୯୩୩ରେ ଜର୍ମାନୀରେ ତୃତୀୟ ରାଇଖ ବା ନାଜି ଶାସନ ଆରମ୍ଭ ହେଲା ଯାହା ସମୟକ୍ରମେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ Holocaustର କାରଣ ହୋ‍ଇଥିଲା । ୧୯୪୫ରେ ଜର୍ମାନୀର ପତନ ପରେ ମିତ୍ର ରାଷ୍ଟ୍ରମାନଙ୍କଦ୍ୱାରା ଜର୍ମାନୀ ପୂର୍ବ ଓ ପଶ୍ଚିମ ଜର୍ମାନୀରେ ବିଭାଜିତ ହେଲା । ୧୯୯୦ରେ ବର୍ଲିନ କାନ୍ଥ ଭଗ୍ନ ହେବା ପରେ ଜର୍ମାନୀର ପୁନଃଐକୀକରଣ ସମ୍ପନ୍ନ ହେଲା ।

ଜର୍ମାନୀ ପୃଥିବୀରେ ସର୍ବମୋଟ ଆନ୍ତରିକ ଉତ୍ପାଦ (GDP) ଅନୁସାରେ ଚତୁର୍ଥ ଓ କ୍ରୟ ଶକ୍ତି ସମତା (PPP) ଅନୁସାରେ ପଞ୍ଚମ ସର୍ବବୃହତ୍ ରାଷ୍ଟ୍ର । ଆମଦାନୀ ଓ ରପ୍ତାନୀ ଉଭୟରେ ଜର୍ମାନୀର ସ୍ଥାନ ପଥିବୀରେ ତୃତୀୟ । ଜର୍ମାନୀ ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଓ ଏଠାରେ ଜୀବନ-ସ୍ତର (Standard of Living) ବେଶ୍ ଉଚ୍ଚ । ଜର୍ମାନୀ ଅନେକ ଦାର୍ଶନିକ, କଳାକାର, ସଙ୍ଗୀତଜ୍ଞ, ବୈଜ୍ଞାନିକ ଓ ଉଦ୍ଭାବକଙ୍କୁ ଜନ୍ମ ଦେଇଛି । ଜର୍ମାନୀ ଏକ ବୃହତ୍ ଶକ୍ତି ଓ ଇଉରୋପୀୟ ସଂଘ ଛଡା ଜାତିସଂଘ, ନାଟୋ, ଜି ୮, ଜି ୨୦, OECD ଏବଂ ଇଉରୋପୀୟ କାଉନ୍ସିଲର ସଦସ୍ୟ ।

ଜିକା ଭୁତାଣୁ

ଜିକା ଭୁତାଣୁ (ZIKV)ଫ୍ଲାଭିଭିରିଡି ଭୁତାଣୁ ପରିବାର ଓ ଫ୍ଲାଭିଭୁତାଣୁ ଜେନସ୍‌ର ଏକ ସଦସ୍ୟ ଓ ଏହା ଦିବା ସକ୍ରିୟ ଏଡିସ ମଶା ପରିବାରର ଏଡିସ୍ ଇଜିପ୍ଟି ମଶାଦ୍ୱାରା ବ୍ୟାପିଥାଏ ।

ଡିସେମ୍ବର ୨୦୧୫ରେ ଏହି ଭୁତାଣୁର ପ୍ଲାସେଣ୍ଟା ମାଧ୍ୟମ ସଞ୍ଚାର ହୋଇ ଶିଶୁର ଛୋଟ ମୁଣ୍ଡ ବା ମାଇକ୍ରୋସେଫାଲି (microcephaly) ହେବା ସ‌ହିତ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା ସମ୍ଭାବନା ସନ୍ଦେହ କରାଯାଉଛି ।ମାନବ ଶରୀରରେ ଏହା ସାମାନ୍ୟ ଅସୁସ୍ଥତା ସୃଷ୍ଟି କରେ ଯାହାକୁ ଜିକା ଜ୍ୱର, ଜିକା ବା ଜିକା ରୋଗ କୁହାଯାଏ ଓ ଏହି ରୋଗ ସନ ୧୯୫୦ରୁ ଆଫ୍ରିକାରୁ ଏସିଆ ପର୍ଯ୍ୟନ୍ତ ଏକ ଅଣଓ‌ସାରିଆ ବିଷୁବ ମଣ୍ଡଳୀୟ ଇଲାକାରେ ହେଉଥିବା ଜଣାଯାଏ । ସନ ୨୦୧୪ରେ ଏହା ପୂର୍ବଦିଗକୁ ପ୍ରଶାନ୍ତ ମହାସାଗରକୁ ଟପି ଫ୍ରେଞ୍ଚ ପଲିନେସିଆ, ଇସ୍ଟର ଦ୍ୱୀପକୁ ବ୍ୟାପିଗଲା ଓ ସନ ୨୦୧୫ରେ ମେକ୍ସିକୋ, ମଧ୍ୟ ଆମେରିକା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଗତିକରି ପାଣ୍ଡେମିକ ବା ମହାମାରୀ ସ୍ତରକୁ ଚାଲିଗଲା ।1947 ମସିହାରେ ଉଗାଣ୍ଡାରେ କେତେକ ଲୋକଙ୍କ ଦେହରେ ଜିକା ପ୍ରଭାବିତ କୋଷ ଥିବା ଜଣାପଡ଼ିଥିଲା । ତେଣୁ ସେମାନେ ପୂର୍ବରୁ ଜିକାଦ୍ୱାରା ସଂକ୍ରମିତ ହୋଇଥିଲେ । ଏହା ପରେ ସାରା ଆଫ୍ରିକାରେ ବ୍ୟାପିଥିଲା ଜିକା । ତେବେ ନାଇଜିରିଆରେ ପ୍ରଥମ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଜଣା ପଡ଼ିଥିଲା ପ୍ରାୟ ଗୋଟିଏ ଦଶନ୍ଧିପରେ, 1960 ମସିହାରେ । ଏହା ପରେ ପ୍ରାୟ 10-12 ଜଣ ରୋଗୀଙ୍କୁ ଏ ସଂକ୍ରମଣ ହୋଇଥିଲା । 1966 ମସିହାରେ ଦକ୍ଷିଣ ପୂର୍ବ ଏସିଆକୁ ଫେରିଲା ଏ ଭୂତାଣୁ । ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ମାମଲା ପଦାକୁ ଆସିଲା । ଏହା ସହ ଭାରତ, ପାକିସ୍ତାନ, ମାଲେସିଆ, ଅଣ୍ଡୋନେସିଆ ଆଦି ଦେଶରେ ଅନେକ ସଂକ୍ରମିତ ମାମଲା ପଦାକୁ ଆସିଲା । ତେବେ ଏ ସମସ୍ତ ଅଞ୍ଚଳରେ ଜିକା ଏକ ମହାମାରୀରେ ପରିଣତ ହୋଇନଥିଲା । 2007ରେ ମାଇକ୍ରୋନେସିଆର ୟାପ୍‌ ଦ୍ୱୀପରେ ଏହା ଜିକା ମହାମାରୀରର ରୂପ ନେଲା । ୟାପ୍‌ର ଜନସଂଖ୍ୟା ଅତି ଅଳ୍ପ ଥିଲା । ଏହା ମଧ୍ୟରୁ ଜିକାଦ୍ୱାରା ସଂକ୍ରମିତ ହୋଇଥିଲେ 200ରୁ ଅଧିକ ।

2013ରେ ଫ୍ରେଞ୍ଚ ପଲିନେସିଆରେ ଜିକାର ପ୍ରକୃତ ରୂପ ପଦାକୁ ଆସିଲା । ସଂକ୍ରମିତଙ୍କ ସଂଖ୍ୟା ଥିଲା 35,000 । ଏହା ମଧ୍ୟରୁ କେତେକ ପକ୍ଷାଘାତରେ ମଧ୍ୟ ପୀଡ଼ିତ ଥିଲେ । ପରବର୍ତ୍ତୀ ସମୟରେ କେତେକ ଗବେଷଣାରୁ ଜଣାପଜଡ଼ିଛି ଏହା ପରେ ମାଇକ୍ରୋ ସେଫାଲି ବା କ୍ଷୁଦ୍ର ମସ୍ତିଷ୍କ ଥିବା ଶିଶୁମାନେ ମଧ୍ୟ ଜନ୍ମ ହୋଇଥିଲେ । 2014 ଫୁଟ୍‌ବଲ ବିଶ୍ୱକପ୍‌ ସମୟରେ ହିଁ ପହଁଚିଥିଲା ଜିକା । ପ୍ରଥମେ ଉତ୍ତର ବ୍ରାଜିଲରେ ଜିକା ସଂକ୍ରମିତ ଘଟଣା ସାମ୍‌ନାକୁ ଆସିଲା । ତେବେ ସେହି ସମୟରେ ଆର୍ଜେଣ୍ଟନାର ରିଓ-ଡି-ଜେନିରୋରେ ହେଉଥିବା ବିଶ୍ୱ ନୌଚାଳନା ପ୍ରତିଯୋଗିତା ସମୟରେ ଜିକା ପହଁଚିଥିଲା ଦକ୍ଷିଣ ଆମେରିକାରେ । କାରଣ ଏଥିରେ ଭାଗ ନେଇଥିଲେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପର ଅନେକ ଅଧିବାସୀ । ବର୍ଷେ କାଳ ଏହା ବ୍ରାଜିଲରେ ଧୀରେ ଧୀରେ ବ୍ୟାପିବାରେ ଲାଗିଲା । ତେବେ 21 ଅକଟୋବର 2015ରେ ବ୍ରାଜିଲ ବାହାରେ ପ୍ରଥମ ମାମଲା ପଦାକୁ ଆସିଲା କଲମ୍ବିଆରେ । ଏହା ପରେ ନଭେମ୍ବର ସୁଦ୍ଧା ସୁରିନାମ, ଏଲ-ସାଲଭାଡର, ଗୁଏଟମାଲା ଆଦି ଦେଶରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଲା । ଡିସେମ୍ବର ପ୍ରଥମ ଭାଗରେ ଏହା ମେକ୍ସିକୋକୁ ବ୍ୟାପିଲା । ଏହାପରେ ଯୁକ୍ତରାଷ୍ଟ୍ର, ପାରାଗୁଏ, ଭେନେଜୁଏଲା ଓ ପାନାମାରେ ଆତଙ୍କ ସୃଷ୍ଟି ହେଲା । ଜାନୁଆରୀରେ ଏହା ହଣ୍ଡୁରାସ, ପର୍ଟୋରିକୋ, ଫ୍ରେଞ୍ଚ ଗୁଏନା, ମାର୍ଟିନିକରେ ମଧ୍ୟ ବ୍ୟାପିଲା ଜିକା । ଗତ ସପ୍ତାହରେ ଗୁଏନା, ବାର୍ବାଡସ, ଇକ୍ୱେଡର, ବଲିଭିଆ, ହାଇତି ଓ ଡୋମିନିକାନ ରିପବ୍ଲିକରେ ମଧ୍ୟ ଜିକା ବ୍ୟାପିଲା । ଏହା ବାଦ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଡେନମାର୍କ ଓ ଜର୍ମାନୀରେ ମଧ୍ୟ କେତେକ ଜିକା ସଂକ୍ରମିତ ମାମଲା ଜଣାପଡ଼ିଛି । ତେବେ ବିଶେଷଜ୍ଞଙ୍କ କହିବା କଥା ଏସବୁ ପର୍ଯ୍ୟଟକଙ୍କଦ୍ୱାରା ବ୍ୟାପିଛି ।

ଜିରା

ଜିରା ଜୀବବିଜ୍ଞାନର Apiaceae ଜାତିର ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ। ଏହାର ଫଳ ଭିତରେ ଥିବା ମଞ୍ଜିକୁ ଶୁଖାଇ ବ୍ୟବହାର କରାଯାଏ। ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା। ଏହାକୁ ଗୋଟିକିଆ ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ।

ଫିଫା ବିଶ୍ୱକପ

ଫିଫା ବିଶ୍ୱକପ (ଈଂରାଜୀରେ FIFA World Cup) ହେଉଛି ଅନ୍ତର୍ଜାତୀୟ ଫୁଟବଲ୍ ସଂଘଦ୍ୱାରା ଆୟୋଜିତ ଏକ ଫୁଟବଲ୍ ପ୍ରତିଯୋଗିତା । ଲୋକେ ଏହାକୁ ଫୁଟବଲ୍ ବିଶ୍ୱକପ ବୋଲି ମଧ୍ୟ କହିଥାନ୍ତି । ଏଥିରେ ବିଶ୍ୱର ଫୁଟବଲ୍ ପରିଚାଳକ ସଂସ୍ଥା ଫିଫା (Fédération Internationale de Football Association - FIFA)ର ସଦସ୍ୟ ରାଷ୍ଟ୍ରମାନେ ଅଂଶ ଗ୍ରହଣ କରିଥାନ୍ତି । ୧୯୩୦ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୧୯୪୨ ଓ ୧୯୪୬ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବା ଯୋଗୁଁ ଫୁଟବଲ୍ ବିଶ୍ୱକପ ଆୟୋଜିତ ହୋଇନଥିଲା । ସଦ୍ୟ ସମାପ୍ତ ହୋଇଥିବା ‍(୨୦୧୮ ମସିହାରେ ଋଷିଆରେ ଅନୁଷ୍ଠିତ) ବିଶ୍ୱକପ ପ୍ରତିଯୋଗିତାରେ ଫ୍ରାନ୍ସ ବିଶ୍ୱବିଜେତା ଦଳ ହେବାର ଗୌରବ ଲାଭ କରିଥିଲା ।

ବର୍ତ୍ତମାନ ସମୟରେ ବିଶ୍ୱକପ ପୂର୍ବରୁ ସେଥିରେ କେଉଁ କେଉଁ ଦଳ ଖେଳିବେ ତାହା ନିର୍ଣ୍ଣୟ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକ ଯୋଗ୍ୟତା ଲାଭ ସ୍ତର ଦେଇ ଗତି କରିବାକୁ ହୁଏ । ବିଶ୍ୱକପ ଆୟୋଜନ ବର୍ଷର ପୂର୍ବ ତିନି ବର୍ଷ ମଧ୍ୟରେ ବିଭିନ୍ନ ଯୋଗ୍ୟତା ହାସଲକାରୀ ପ୍ରତିଯୋଗିତା ହୁଏ ଓ ସେଥିରୁ ୩୨ ଗୋଟି ଦଳ ବିଶ୍ୱକପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ଯେଉଁ ଦେଶରେ ବିଶ୍ୱକପ ପ୍ରତିଯୋଗିତା ଆୟୋଜିତ ହୁଏ, ସେ ଦେଶ ସ୍ୱତଃ ଯୋଗ୍ୟତା ହାସଲ କରେ ଓ ବିଶ୍ୱକପରେ ଅଂଶ ଗ୍ରହଣ କରିଥାଏ । ପ୍ରାୟ ୧ ମାସ ଧରି ଏହି ଫୁଟବଲ ମହାସମାରୋହ ଅନୁଷ୍ଠିତ ହୋଇଥାଏ ।

ବର୍ତ୍ତମାନ ପର୍ଯ୍ୟନ୍ତ ୮ଟି ଦେଶ ୨୦ ଥର ବିଶ୍ୱକପ ହାସଲ କରିଛନ୍ତି । ବ୍ରାଜିଲ ସର୍ବାଧିକ ୫ ଥର ବିଶ୍ୱବିଜୟୀ ହୋଇଛି ଏବଂ ଏହି ଏକମାତ୍ର ଦଳ ସମସ୍ତ ବିଶ୍ୱକପ ପ୍ରତିଯୋଗିତାରେ ଖେଳିବାର ଯୋଗ୍ୟତା ହାସଲ କରିଆସିଛି । ଉଭୟ ଜର୍ମାନୀ ଓ ଇଟାଲୀ ୪ ଥର ଲେଖାଏଁ, ଆର୍ଜେଣ୍ଟିନା,ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ ବିଶ୍ୱବିଜୟୀ ହୋଇଛନ୍ତି । ୧୯୩୦ ମସିହାରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉରୁଗୁଏ ବିଜୟଶ୍ରୀ ମଣ୍ଡନ କରିଥିଲା । ଏହା ବ୍ୟତୀତ ଲଂଲଣ୍ଡ ଓ ସ୍ପେନ୍ ଗୋଟିଏ ଥର ଲେଖାଏଁ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ।

ଫିଫା ବିଶ୍ୱକପ ବିଶ୍ୱର ସବୁଠାରୁ ଅଧିକ ଆଦୃତ ଓ ଲୋକପ୍ରିୟ ଫୁଟବଲ୍ ପ୍ରତିଯୋଗିତା । ଏହାର ଲୋକପ୍ରିୟତା ଓ ବିଶ୍ୱବ୍ୟାପୀ ଦର୍ଶକଙ୍କ ସଂଖ୍ୟା ଅଲମ୍ପିକ୍ କ୍ରୀଡ଼ାକୁ ମଧ୍ୟ ପଛରେ ପକାଇ ଦେଇଥାଏ । ୨୦୦୬ ଫିଫା ବିଶ୍ୱକପର ସର୍ବମୋଟ ଦର୍ଶକ ସଂଖ୍ୟା ୨୬୨୯୦ କୋଟି ଏବଂ ୨୦୦୬ ବିଶ୍ୱକପ ଫାଇନାଲ୍ ୭୧.୫୧ କୋଟି ଦର୍ଶକ ଉପଭୋଗ କରିଥିଲେ । ଏହି ସଂଖ୍ୟା ସମୁଦାୟ ବିଶ୍ୱର ଜନସଂଖ୍ୟାର ୯ ଭାଗରୁ ଏକ ଭାଗ ।

ବିଶ୍ୱ ଜଳ ଦିବସ

ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୁଏ । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ "ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ"ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।

ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା ।

ବେଞ୍ଜନିଡାଜୋଲ

ବେଞ୍ଜନିଡାଜୋଲ (ଇଂରାଜୀ ଭାଷାରେ Benznidazole) ଏକ ପରଜୀବୀ ବିରୋଧୀ ଔଷଧ (antiparasitic medication) ଯାହା ଚାଗାସ୍ ରୋଗରେ ଦିଆଯାଏ । ରୋଗ ଆରମ୍ଭରୁ ଏହା କାର୍ଯ୍ୟକ୍ଷମ ହେଲେ ମଧ୍ୟ ଦୀର୍ଘକାଳୀନ ରୋଗରେ ଏହାର ପ୍ରଭାବ କମିଯାଏ । ଏହା ଏକ ପ୍ରଥମ ଧାଡ଼ିର ଔଷଧ ଓ ନିଫୁର୍ଟିମକ୍ସର ପାର୍ଶ୍ୱ ପ୍ରତିକ୍ରିୟା ଅପେକ୍ଷା କମ ପ୍ରତିକ୍ରିୟା ଦେଖାଏ । ଏହି ଔଷଧକୁ ପାଟିରେ ଦିଆଯାଏ ।ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ଦେଖାଯାଏ । ଏହି ପ୍ରତିକ୍ରିୟାରେ ରାସ, କାଲୁଆ ଅନୁଭବ, ଜ୍ୱର, ମାଂସପେଶୀ ଯନ୍ତ୍ରଣା (muscle pain), ଅରୁଚି ଓ ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ବିରଳ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସ୍ଥିମଜ୍ଜା ଦମନ (bone marrow suppression) ଯୋଗୁ ଅଳ୍ପ ରକ୍ତ କଣିକା (low blood cell levels) ହୋଇପାରେ । ଗର୍ଭାବସ୍ଥା, ସାଂଘାତିକ ଯକୃତ ଓ ବୃକ୍‌କ ରୋଗ ଥିଲେ ଏହା ଦେବାକୁ ସୁପାରିସ କରାଯାଏନାହିଁ । ଏହା ନାଇଟ୍ରୋଇମିଡାଜୋଲ (nitroimidazole) ପରିବାରର ଔଷଧ ଓ ଫ୍ରୀ ରାଡିକାଲ (free radicals) ତିଆରି କରି କାର୍ଯ୍ୟକ୍ଷମ ହୁଏ ।ସନ ୧୯୭୧ରେ ବେଞ୍ଜନିଡାଜୋଲ ଡାକ୍ତରୀ ବ୍ୟବ‌ହାରରେ ପ୍ରଥମେ ଲାଗିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Centers of Disease Control) ମିଳିପାରିବ । ସନ ୨୦୧୨ ସୁଦ୍ଧା ବ୍ରାଜିଲ ଦେଶର ଏକ ସରକାରୀ ସଂସ୍ଥା (Laboratório Farmacêutico do Estado de Pernambuco) କେବଳ ଏହା ଉତ୍ପାଦନ କରୁଥିଲା ।

ବ୍ରାସିଲିଆ

ବ୍ରାସିଲିଆ, ବ୍ରାଜିଲର ରାଜଧାନୀ।

ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି

ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି (ଈଂରାଜୀରେ “କ୍ରାଇଷ୍ଟ୍ ଦ ରିଡିମର୍” - Christ the Redeemer ଓ ପର୍ତ୍ତୁଗୀଜରେ Cristo Redentor) ବ୍ରାଜିଲ ଦେଶର ରିଓ ଡି ଜେନିରୋ ସହରରେ ପ୍ରତିଷ୍ଠିତ ଯୀଶୁଖ୍ରୀଷ୍ଟଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି । ବ୍ରାଜିଲରେ କଥିତ ପର୍ତ୍ତୁଗୀଜ ଭାଷାଭାଷୀ ଲୋକେ ଏହାକୁ kɾistu ʁedẽˈtoʁ ଓ ସ୍ଥାନୀୟ ଭାଷାରେ ଏହି ମୂର୍ତ୍ତିକୁ kɾiɕtŭ̻ xe̞dẽ̞ˈtoɦ ବୋଲି ମଧ୍ୟ କୁହାଯାଏ । ଏହି ମୂର୍ତ୍ତିଟି ଫରାସୀ କଳାଶୈଳୀ ଆର୍ଟ୍ ଡେକୋର ଏକ ଉଦାହରଣ । ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ବ୍ରାଜିଲର ଯନ୍ତ୍ରୀ ହାଇଟର୍ ଡା ସିଲ୍‍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍‍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ କରାଯାଇଥିଲା । ଫରାସୀ ପ୍ରସ୍ତରଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ଅଧିକାଂଶ ଭାଗ ଗଢ଼ିଥିବା ବେଳେ ରୋମାନୀୟ ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡା ମୂର୍ତ୍ତିର ମୁଖ ଗଢ଼ିଥିଲେ । ୧୯୨୨ ମସିହାରୁ ୧୯୩୧ ମଧ୍ୟରେ ଏହି ମୂର୍ତ୍ତିର ନିର୍ମାଣ କରାଯାଇଥିଲା । କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍) ହୋଇଥିବା ବେଳେ ମୂର୍ତ୍ତିତଳ ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) । ମୂର୍ତ୍ତିରେ ଯୀଶୁଖ୍ରୀଷ୍ଟଙ୍କ ଦୁଇ ବାହୁ ପ୍ରସାରିତ ହୋଇ ରହିଛନ୍ତି ଯାହାର ଦୈର୍ଘ୍ୟ ୨୮ ମିଟର୍ (୯୨ ଫୁଟ୍) । ବବଲିଭିଆର କୋଚାବମ୍ବାସ୍ଥିତ “କ୍ରାଇଷ୍ଟୋ ଡି ଲା କୋନ୍‍କୋର୍ଡିଆ” ମୂର୍ତ୍ତି ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିଠାରୁ ସାମାନ୍ୟ ବଡ଼ ।

ମୂର୍ତ୍ତିର ଓଜନ ୬୩୫ ମେଟ୍ରିକ୍ ଟନ୍ । ଏହି ବିଶାଳ ମୂର୍ତ୍ତିକୁ କୋର୍କୋଭାଡୋ ପର୍ବତର ସର୍ବୋଚ୍ଚ ଅଂଶରେ ନିର୍ମାଣ କରାଯାଇଛି । କୋର୍କୋଭାଡୋ ପର୍ବତ ତିୟୁକା ବନ ଜାତୀୟ ଉଦ୍ୟାନ ମଧ୍ୟରେ ରିଓ ଡି ଜେନିରୋ ନଗର ପାର୍ଶ୍ୱରେ ଅବସ୍ଥିତ । ଖ୍ରୀଷ୍ଟଧର୍ମର ପ୍ରତୀକ ଏହି ମୂର୍ତ୍ତି ରିଓ ଡି ଜେନିରୋ ତଥା ବ୍ରାଜିଲର ସାଂସ୍କୃତିକ ଚିହ୍ନ ପାଲଟି ଯାଇଛି ଏବଂ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ମଧ୍ୟ ସ୍ଥାନ ପାଇଛି । ଏହି ପ୍ରତିମୂର୍ତ୍ତିଟି କଂକ୍ରିଟ୍ ଓ ଖଡ଼ିପଥରରେ ନିର୍ମିତ ।

ସାଧାରଣତନ୍ତ୍ର ଦିବସ (ଭାରତ)

୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.