ପାରସ୍ୟ ସାମ୍ରାଜ୍ୟ

ପାରସ୍ୟ ସାମ୍ରାଜ୍ୟ କହିଲେ, ପାରସ୍ୟ (ଆଧୁନିକ ଇରାନ)ରେ କ୍ରମାନ୍ୱୟରେ ପ୍ରତିଷ୍ଠିତ ଆନେକ ରାଜକୀୟ ବଂଶକୁ ବୁଝାଏ । ଏସବୁ ମଧ୍ୟରୁ ପ୍ରଥମଟି ମହାନ ସାଇରସଙ୍କଦ୍ୱାରା ଖୀ. ପୂ. ୫୫୦ରେ ମିଡିଆ, ଲିଡିଆ ଓ ବାବିଲୋନର ଜୟଦ୍ୱାରା ପ୍ରତିଷ୍ଠା ହୋଇଥିଲା । [୧]

ପାରସ୍ୟ ବଂଶ ମାନଙ୍କର ଅଧିପତ୍ୟ ଖୀ.ଅ. ୬୫୧ରେ ମୁସଲମାନ ମାନଙ୍କ ଅଧିକାର ଓ ପରେ ମଙ୍ଗୋଲୀୟ ଅଧିକାରଦ୍ୱାରା ବାଧାପ୍ରାପ୍ତ ହୋଇଥିଲା ।

ପାରସ୍ୟର ମୁଖ୍ୟ ଧର୍ମ ଜୋରାଷ୍ଟ୍ରବାଦ ରହିଥିଲା, ମାତ୍ର ୭ମ ସତାବ୍ଦୀ ପରେ ଏଠାରେ ଇସଲାମ ଅନୁସୃତ ହେଲା ।

ଆଧୁନିକ କାଳରେ ଅନେକ ମୁସଲିମ ରାଜବଂଶ ପାରସ୍ୟକୁ ଶାସନ କରିଥିଲେ । ୧୯୭୯ ମସିହା ପରେ ଇରାନ(ପୁର୍ବତନ ପାରସ୍ୟ) ଏକ ମୁସଲିମ ଗଣତନ୍ତ୍ରରେ ପରିଣତ ହୋଇଛି ।

ପାରସ୍ୟ ସାମ୍ରାଜ୍ୟ ଶାସନକାରୀ ରାଜବଂଶ ସମୂହ

  • ଆକମେନିଡ ସାମ୍ରାଜ୍ୟ (ଖୀ.ପୂ. ୫୩୦ - ୩୩୦)
  • ପାର୍ଥିଆନ ସାମ୍ରାଜ୍ୟ (ଖୀ.ପୂ. ୨୪୭ - ଖୀ.ଅ. ୨୨୪)
  • ସାସନିଆନ ସାମ୍ରାଜ୍ୟ (ଖୀ.ଅ. ୨୨୪ -୬୫୧

ମୁସଲମାନଙ୍କ ପାରସ୍ୟ ଜୟ

  • ସାମାନିଦ୍ ସାମ୍ରାଜ୍ୟ
  • ସଫରିଦ ସାମ୍ରାଜ୍ୟ

ମଙ୍ଗୋଲୀୟଙ୍କ କ୍ୱାରେଜମିଆନ୍ ଜୟ

  • ସଫବିଦ ସାମ୍ରାଜ୍ୟ
  • ଅଫସରିଦ ସାମ୍ରାଜ୍ୟ
  • ଜାନ୍ଦ ସାମ୍ରାଜ୍ୟ
  • କାଜାର ସାମ୍ରାଜ୍ୟ
  • ପଲ୍ହବୀ ସାମ୍ରାଜ୍ୟ

ଆଧାର

  1. History of the World in 1,000 Objects (DK Publishing, 2014), p. 71.
ଥର୍ମୋପିଲୀ ଯୁଦ୍ଧ

ଥର୍ମୋପିଲୀ ଯୁଦ୍ଧ, ଗ୍ରୀକ ନଗର ରାଜ୍ୟ ମାନଙ୍କର ଏକ ସଂଗଠନ ଏବଂ ପାରସ୍ୟ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା ଏକ ଯୁଦ୍ଧ, ଯାହା ପାରସ୍ୟର ଦ୍ୱିତୀୟ ଗ୍ରୀକ ଆକ୍ରମଣ ସମୟରେ ତିନିଦିନ ଧରି ହୋଇଥିଲା । ୧ମ ଜେରକ୍ସେସ ନେତୃତ୍ତ୍ୱରେ ଆକ୍ରମଣ କରିଥିବା ପାରସ୍ୟ ସୈନ୍ୟବାହିନୀକୁ ଗ୍ରୀକମାନେ ରାଜା ଲିଓନାଇଡ଼ସଙ୍କ ନେତୃତ୍ତ୍ୱରେ ସାମନା କରିଥିଲେ । ଏହି ଯୁଦ୍ଧ ଆର୍ଟମେସିୟମ ନୌଯୁଦ୍ଧ ସହ ଏକ ସମୟରେ, ଖୀ.ପୂ. ୪୮୦ର ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଥର୍ମୋପିଲୀଠାରେ ସଂଗଠିତ ହୋଇଥିଲା ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.