ଜ୍ଞାନକୋଷ

ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ । [୧]

ଜ୍ଞାନକୋଷର ଜନ୍ମ

ପ୍ରାୟ ୨୦୦୦ ବର୍ଷ ତଳୁ ଜ୍ଞାନକୋଷ ରହିଛି । ସବୁଠାରୁ ପୁରୁଣା ଜ୍ଞାନକୋଷ ହେଉଛି ୭୭ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ "ନାଚୁରାଲିସ ହିଷ୍ଟୋରିଆ' । ପ୍ଲିନୀ ନାମକ ଜଣେ ରୋମୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଏହାର ପ୍ରସ୍ତୁତକର୍ତ୍ତା ଥିଲେ । ଏଥିରେ ପ୍ରାକୃତିକ ଇତିହାସ, କଳା ଏବଂ ପୃଥିବୀର ଅନ୍ୟାନ୍ୟ ବିଷୟ ଉପରେ ୩୭ଟି ଅଧ୍ୟାୟ ଥିଲା । ସେ ତାଙ୍କର ମୁଖବନ୍ଧରେ କହିଛନ୍ତି ଯେ ଏଥିରେ ୨୦୦ ଲେଖକଙ୍କର ୨୦୦୦ କାମରୁ ସେ ୮୦,୦୦୦ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିରେ ସେ ତାଙ୍କ ନିଜ ଅନୁଭୂତିରୁ ମଧ୍ୟ କିଛି ଯୋଡ଼ିଛନ୍ତି । ୭୭-୭୯ ଖ୍ରୀଷ୍ଟାବ୍ଦ ଭିତରେ ଏହା ପ୍ରକାଶିତ ହୋଇଥିଲା । ୭୯ ମସିହାରେ ବିସୁଭିୟସ ଆଗ୍ନେୟଗିରି ଉଦଗିରଣ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବୋଧହୁଏ ସେ ସମୟ ଯାଏ ସେ ତାଙ୍କ କାମର ପ୍ରୁଫ୍ ସଂଶୋଧନ ଶେଷ କରିପାରି ନ ଥିଲେ ।

ଏହା ଆଗରୁ ମାକେଙଏଛାସ ଟେରେଣ୍ଟିଅସ ଭାରୋ ନାମକ ଜଣେ ବ୍ୟକ୍ତି ଏହିଭଳି ଗୋଟିଏ ପ୍ରଚେଷ୍ଟା କରିଥିଲେ । କିନ୍ତୁ ତାହା ସେତେ ଜଣାଶୁଣା ହୋଇପାରି ନ ଥିଲା । ପ୍ଲିନୀଙ୍କ ଏନସାଇକ୍ଲୋପିଡିଆ ରୋମରେ ବହୁତ ଲୋକପ୍ରିୟ ଥିଲା । ଏହାର ଅନେକଗୁଡ଼ିଏ ନକଲ କରାଯାଇ ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରସାର କରାଯାଇଥିଲା । ୧୪୭୦ ମସିହାରେ ପୁନଃ ପ୍ରକାଶିତ ହୋଇଥିବା ଅନେକଗୁଡ଼ିଏ ମୌଳିକ ପାଣ୍ଡୁଲିପି ଭିତରୁ ଏହା ଗୋଟିଏ । ରୋମର କଳା, କାରିଗରୀ, ଯାନ୍ତ୍ରିକୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଏହା ଅତି ଉପାଦେୟ ପୁସ୍ତକ ଥିଲା । ସେ ସମୟର ଲେଖକମାନଙ୍କଦ୍ୱାରା ଆଲୋଚିତ ହୋଇ ନ ଥିବା ଭେଷଜ ବିଜ୍ଞାନ, କଳା, ଖଣିଜ ବିଜ୍ଞାନ, ପ୍ରାଣିବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଭୂବିଜ୍ଞାନ ଭଳି ଅନେକ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା । ସେଭିଲାର ସନ୍ଥ ଇସିଦୋର ମଧ୍ୟଯୁଗର ଜଣେ ପ୍ରସିଦ୍ଧ ଜ୍ଞାନୀ ଥିଲେ । ଏନସାଇକ୍ଲୋପିଡିଆ ଏଟିମାଲୋଜିଆ ବା ଅରିଜିନର ପ୍ରସ୍ତୁତକର୍ତ୍ତା ଭାବରେ ସେ ବେଶ ଜଣାଶୁଣା । ଏହା ପ୍ରାୟ ୬୩୦ ମସିହା ବେଳକୁ ପ୍ରକାଶିତ ହୋଇଥିଲା । ସେ ସମୟରେ ଉପଲବ୍ଧ ଜ୍ଞାନର ଅଧିକାଂଶ ଭାଗକୁ ସେ ଏଥିରେ ଏକାଠି କରିଥିଲେ । ଏହି ଏନସାଇକ୍ଲୋପିଡିଆରେ ୨୦ଟି ଭାଗରେ ୪୪୮ଟି ଅଧ୍ୟାୟ ରହିଛି । ଏହାର ବିଶେଷତ୍ୱ ହେଉଛି ସେଥିରେ ଥିବା ଅନେକ ଲେଖକଙ୍କ ଲେଖା ଏବଂ ଉକ୍ତିର ଉଦ୍ଧୃତି । ଏଥିରେ ସଂଗୃହୀତ ହୋଇ ନ ଥିଲେ ବୋଧହୁଏ ସେଗୁଡ଼ିକ ବିଲୁପ୍ତ ହୋଇଯାଇଥା'ନ୍ତା । ସେହିଭଳି ୯୬୦ ମସିହା ବେଳକୁ ଅନେକ ମୁସଲମାନ ପଣ୍ଡିତ ମଧ୍ୟ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରିଥିଲେ ।

ଆଧୁନିକ ଯୁଗର ଜ୍ଞାନକୋଷ

ଆଧୁନିକ ଯୁଗର ଏନସାଇକ୍ଲୋପିଡ଼ିଆ ଭିତରେ ରହିଛି ୧୭୨୮ ମସିହାରେ ପ୍ରକାଶିତ ଚାମ୍ବର୍ସ ସାଇକ୍ଲୋପିଡ଼ିଆ ଏବଂ ତା'ର ପ୍ରାୟ ୪୦ ବର୍ଷ ପରେ ପ୍ରକାଶ ପାଇଥବା ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା । ଏଥିରେ ବିଷୟଗୁଡ଼ିକ ଅକ୍ଷର କ୍ରମରେ ରହିଛି ଏବଂ କେତେ ଜାଗାରେ ଗଭୀର ଭାବରେ ଆଲୋ ଚିତ ହୋଇ ଛି । ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ପ୍ରଥମେ ସ୍କଟଲ୍ୟାଣ୍ଡରୁ ପ୍ରକାଶିତ ହୋଇଥିଲା । ସେତେବେଳେ ଏହା ମାତ୍ର ୨୩୯୧ ପୃଷ୍ଠାର ତିନୋଟି ଭାଗ (A-B,C-L ଏବଂ M-Z)ରେ ରହିଥିଲା । ୧୭୭୭-୮୪ରେ ୧୦ଟି ଭାଗ ଏବଂ ୮୫୯୫ ପୃଷ୍ଠାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଥିଲା । ୧୭୯୭ ମସିହାରେ ଏହାର ତୃତୀୟ ସଂସ୍କରଣ ପ୍ରକାଶିତ ହେଲା ବେଳକୁ ତାହା ବଢ଼ିଯାଇ ୧୮ ଭାଗ ହୋଇଥିଲା । ବିଭିନ୍ନ ପରିବର୍ତ୍ତନ ପରେ ୧୯୭୪ ମସିହାରେ ଏହାର ପଞ୍ଚଦଶ ସଂସ୍କରଣ ପ୍ରକାଶିତ ହୋଇଥିଲା । ଏହି ସଂସ୍କରଣଟି ୩୨ ଖଣ୍ଡରେ ପ୍ରାୟ ୩୨୦୦ ପୃଷ୍ଠାର ହୋଇଥିଲା । ଏହାକୁ ଲେଖିବାରେ ୧୩୧ଟି ଦେଶର ୪୦୦୦ ବିଶେଷଜ୍ଞ ଲାଗିଥିଲେ ।

୧୯୨୦ ଦଶକ ବେଳକୁ ଅନେକ ଲୋକପ୍ରିୟ ଏବଂ ଶିଶୁ ଏନସାଇକ୍ଲୋପିଡ଼ିଆ ପ୍ରକାଶିତ ହୋଇଥିଲା । ୧୯୫୦-୬୦ ଦଶକ ବେଳକୁ ଆମରେିକାରେ ଅନେକ ଲୋକପ୍ରିୟ ଏନସାଇକ୍ଲୋପିଡିଆ ପ୍ରକାଶିତ ହେଲା ଏବଂ ଏଗୁଡ଼ିକ କିସ୍ତି ଆକାରରେ କିଣିବାର ସୁଯୋଗ ସୃଷ୍ଟି କରାଗଲା । ଏଗୁଡ଼ିକ ଭିତରେ ମୁଖ୍ୟ ଥିଲା ୱାର୍ଲଡ ବୁକ, ଫଙ୍କ ଏବଂ ୱାଗନଲସ ଆଦି ।

ଭାରତରେ ଜ୍ଞାନକୋଷ

ପରାଧୀନ ଭାରତରେ ଇଂରେଜ ସରକାର ଜ୍ଞାନକୋଷ ପ୍ରସ୍ତୁତି ଦିଗରେ କୌଣସି ଆଗ୍ରହ ପ୍ରକାଶ କରି ନ ଥିଲେ । ସେତେବେଳେର ଶିକ୍ଷିତ ଲୋକେ ବି ଭାବୁଥିଲେ ଯେ କୌଣସି ଭାରତୀୟ ଭାଷାରେ ବିଜ୍ଞାନ ସମ୍ବନ୍ଧୀୟ ଲେଖା ଲେଖିବା ସମ୍ଭବ ନୁହେଁ । କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ବେଳକୁ ବଙ୍ଗ ପ୍ରଦେଶର ନଗେନ୍ଦ୍ର ନାଥ ବସୁ ଏ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ନିଜର କଠୋର ପରିଶ୍ରମ ଓ ମନୋବଳକୁ ନେଇ ଏକା ଏକା ବଙ୍ଗଳା ବିଶ୍ୱକୋଷ ଲେଖିବାରେ ଲାଗି ପଡ଼ିଥିଲେ । ଏହା ୧୯୧୧ ମସିହାରେ ୨୨ ଖଣ୍ଡରେ ପ୍ରକାଶିତ ହୋଇଥିଲା । ପରେ ଏହାର ହିନ୍ଦୀ ଅନୁବାଦ ବି କରାଯାଇଥିଲା । ଏହାପରେ ମରାଠୀ ଭାଷାରେ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରାଯାଇଥିଲା ।

ଓଡ଼ିଆ ଜ୍ଞାନକୋଷ

ବିଂଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ ଲାଲା ମାଧବ ଲାଲ ଓଡ଼ିଆ ଭାଷାରେ ଏହିଭଳି ଗୋଟିଏ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରସ୍ତୁତ କରିଥିଲେ ଏବଂ ଏହାର ନାଁ ରଖିଥିଲେ ବିବିଧ ସଂଗ୍ରହ । ଏଥିରେ ବିଷୟଗୁଡିକ ଅକ୍ଷରକ୍ରମରେ ନ ଥିଲା ବା କୌଣସି ନିର୍ଦ୍ଦିଷ୍ଟ କ୍ରମରେ ମଧ୍ୟ ନ ଥିଲା । ତେଣୁ ପ୍ରକୃତ ଅର୍ଥରେ ଏହାକୁ ଗୋଟିଏ ଜ୍ଞାନକୋଷ କୁହାଯାଇ ପାରିବନାହିଁ । ଏହାପରେ ଭାଗୀରଥି ମହାପାତ୍ର, ଲାଲା ନଗେନ୍ଦ୍ରକୁମାର ରାୟ ଏବଂ ଅକ୍ଷୟକୁମାର ଚକ୍ରବର୍ତ୍ତୀ ଯଥାକ୍ରମେ ରତ୍ନକୋଷ, ବିବିଧରତ୍ନ ସଂଗ୍ରହ ଏବଂ ବିବିଧସାର ସଂଗ୍ରହ ସଙ୍କଳନ କରିଥିଲେ । ଏସବୁ ଗୋଟିଏ ଗୋଟିଏ ଖଣ୍ଡରେ ପ୍ରକାଶିତ ହୋଇଥିଲା । ଏଭିତରୁ ଲାଲା ନଗେନ୍ଦ୍ରକୁମାରଙ୍କ ପୁସ୍ତକଟି ସବୁଠାରୁ ଅଧିକ ବ୍ୟବସ୍ଥିତ ଥିଲା ।

୧୯୩୦ ଦଶକରେ ପ୍ରକାଶିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ବିଶାଳ ଅଭିଧାନ ଥିଲା । ସାତ ଖଣ୍ଡରେ ପ୍ରକାଶିତ ପ୍ରାୟ ୧୦,୦୦୦ ପୃଷ୍ଠାର ଏହି ଭାଷାକୋଷରେ ୧,୮୫,୦୦୦ ଶବ୍ଦ ରହିଛି । ଏଭିତରୁ ଅନେକ ଶବ୍ଦର ବେଶ ଲମ୍ବା ବ୍ୟାଖ୍ୟା ରହିଛି । ତେଣୁ ଏହା କେବଳ ଗୋଟିଏ ସାଧାରଣ ଅଭିଧାନ ବା ଭାଷାକୋଷ ନଥିଲା । ସେଥିରେ କିଛି ସଂକ୍ଷିପ୍ତ ଓ ବିସ୍ତୃତ ରଚନା ରହିଥିଲା ଯାହା ତାକୁ ଏକ ଜ୍ଞାନକୋଷର ମାନ୍ୟତା ଦେଇପାରିବ ।

ବାଳକୃଷ୍ଣ କରଙ୍କ ଶିଶୁସଙ୍ଖ।ଳି ଓଡ଼ିଆ ଭାଷାରେ ପ୍ରଥମ ଯୋଜନାବଦ୍ଧ ଜ୍ଞାନକୋଷ । ୧୯୩୨ ମସିହା ବେଳକୁ ଏହାର ପରିକଳ୍ପନା କରାଯାଇଥିଲା । ଦଶବର୍ଷର କାମ ପରେ ୧୯୪୧ ମସିହାରେ ତାହାର ପ୍ରଥମ ଖଣ୍ଡ - ବିଚିତ୍ର ଜୀବଜଗତ - ପ୍ରକାଶ ପାଇଥିଲା । ବର୍ଷକ ପରେ ଦ୍ୱିତୀୟ ଖଣ୍ଡ - ବିଚିତ୍ର ଇତିହାସ -ପ୍ରକାଶିତ ହେଲା । ତିନି-ଚାରି ବର୍ଷ ଭିତରେ ବିଚିତ୍ର ବିଶ୍ୱ, ବିଚିତ୍ର ବିଜ୍ଞାନ, ବିଚିତ୍ର ଉଦ୍ଭାବନ, ବିଚିତ୍ର ଦେଶ, ବିଚିତ୍ର ଶିଳ୍ପ, ବିଚିତ୍ର ଭାରତ ନାମରେ ଅନ୍ୟ ଖଣ୍ଡମାନ ପ୍ରକାଶ ପାଇବାର ଯୋଜନା ରହିଥିଲା । କିନ୍ତୁ ଅନେକ ଅସୁବିଧା ଯୋଗୁଁ ତାହା ବନ୍ଦ ରହିଲା । ୧୯୫୭ ମସିହାରେ ଶିଶୁସଙ୍ଖ।ଳିର ପୁନରୁଦ୍ଧାର କରି ବିଜ୍ଞାନ ବିଷୟକ ସଂଖ୍ୟାଗୁଡ଼ିକ ପ୍ରଥମେ ବାହାର କରିବାର ଚେଷ୍ଟା କରାଗଲା । ଏହି କ୍ରମରେ ବିଚିତ୍ର ଜୀବଜଗତର ପୁନଃପ୍ରକାଶନ ସହିତ ବିଚିତ୍ର ବିଶ୍ୱ ପ୍ରକାଶିତ ହେଲା । କିନ୍ତୁ ଯୋଜନାଟି ଆଉ ଆଗେଇ ନପାରି ସବୁଦିନ ପାଇଁ ଅପୂର୍ଣ୍ଣ ରହିଗଲା । ଏହା ମୁଖ୍ୟତଃ ଶିଶୁ ଓ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଷୟଭିତ୍ତିକ କରାଯାଇଥିଲା । ସରଳ ଭାଷା, ମନଛୁଆଁ ବର୍ଣ୍ଣନା ଏବଂ ବେଶ କିଛି ସାଦା ଓ ରଙ୍ଗିନ ଚିତ୍ର ଥିଲା ଶିଶୁସଙ୍ଖ।ଳିର ବିଶେଷତା । ଏହାର ଅପ୍ରକାଶିତ ପାଞ୍ଚଖଣ୍ଡଯାକ ପ୍ରକାଶ ପାଇଥିଲେ ଶିଶୁ ଓ କିଶୋର ସାହିତ୍ୟ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇଥା'ନ୍ତା ସେଥିରେ ସନ୍ଦେହ ନାହିଁ ।

ଏହାପରେ ୧୯୫୦ ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଜ୍ଞାନକୋଷ ପ୍ରସ୍ତୁତି କାମ ଆରମ୍ଭ ହୋଇଥିଲା । ବଡ଼ ଧରଣର ଜ୍ଞାନକୋଷ ସଂକଳନ ଯଦିଓ ଏହାର ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରିଲା ନାହିଁ । ଶେଷରେ ୧୯୬୩ ମସିହା ବେଳକୁ ୪ଟି ଭାଗରେ ୩୨୦୦ ପୃଷ୍ଠାର ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷର ପ୍ରକାଶନ ସହିତ ଯୋଜନାଟି ବନ୍ଦ ହୋଇଗଲା । ସେହି ସମୟରେ, ୧୯୬୨ ମସିହାରେ, ରାମକୃଷ୍ଣ ନନ୍ଦଙ୍କର ଏକକ ଉଦ୍ୟମର ଫ ଳ ୮୪୦ ପୃଷ୍ଠାର ବିଶ୍ୱ ପରିଚୟ ପ୍ରକାଶ ପାଇଲା । ଏକ ସଂକ୍ଷିପ୍ତ ଜ୍ଞାନକୋଷ ଭାବରେ ଏହା ବେଶ ପ୍ରଶଂସନୀୟ ।

ଆଧାର

  1. http://www.orissabigyanacademy.nic.in/pdf/June-2012-SH.pdf Monthly Odia magazine "Bigyan Diganta"(June,2012 ) * Content Copied using OR-TTsarala2UNICODE CONVERTER

ଅଧିକ ତଥ୍ୟ

  • Texts on Wikisource:
    • "Cyclopædia" . Collier's New Encyclopedia. 1921.
    • "Encyclopædia" . Encyclopedia Americana. 1920.
    • "Encyclopædia" . The New Student's Reference Work . Chicago: F. E. Compton and Co. 1914.
    • Chisholm, Hugh, ed. (1911). "Encyclopaedia". Encyclopædia Britannica (Eleventh ed.). Cambridge University Press.
    • "Encyclopædia" . The Nuttall Encyclopædia. 1907.
    • "Cyclopædia" . The American Cyclopædia. 1879.
ଉଇକିଅଭିଧାନ

ଉଇକି-ଅଭିଧାନ ଏକ ବହୁଭାଷୀ ମୁକ୍ତ ଅଭିଧାନ ବା ଶବ୍ଦାବଳୀ ଅଟେ । ଏହା ୧୭୦ଟି ଭାଷାରେ ଉପଲବ୍ଧ । ବିଭିନ୍ନ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ସହଯୋଗୀତାମୂଳକ ଭାବେ ଲେଖାଯାଇଥାଏ । ଉଇକି ଅଭିଧାନର ମୂଳ ଲକ୍ଷ ହେଲା: "ସବୁ ଶବ୍ଦ ସବୁ ଭାଷାରେ" ।

ଉଇକିପିଡ଼ିଆ

ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।

ଓଡ଼ିଆ ଉଇକିପିଡ଼ିଆ

ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।

କୋରାପୁଟ ସାହିତ୍ୟ ଉତ୍ସବ

କୋରାପୁଟ ସାହିତ୍ୟ ଉତ୍ସବl (ଇଂରାଜୀ: Koraput Literary Festival), ଏକ ଜାତୀୟ ବାର୍ଷିକ ସାହିତ୍ୟ ଉତ୍ସବ ଯାହା କୋରାପୁଟ, ଓଡ଼ିଶାରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏହା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ବାରା କୋରାପୁଟର ଜନଜାତି ସଂଗ୍ରହାଳୟ ଠାରେ ଆୟୋଜିତ ହୋଇଥାଏ। କୋରାପୁଟ ସାହିତ୍ୟ ଉତ୍ସବର ପ୍ରଥମ ସଂସ୍କରଣ ୨୫ ମାର୍ଚ୍ଚ ୨୦୧୮ରେ ଅନୁଷ୍ଠିତ ହୋଇଥିଲା। ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ହେଉଛନ୍ତି ଏ ଉତ୍ସବର ସଂସ୍ଥାପକ ଓ ନିର୍ଦ୍ଦେଶକ।

ଚକ୍ରଧର ମହାପାତ୍ର

ଚକ୍ରଧର ମହାପାତ୍ର(୧୯୦୮-୧୯୮୨), ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ଥିଲେ । ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜ ପୁସ୍ତକ "କୁନ୍ତଳା କୁମାରୀ ଜୀବନ ଚରିତ" ପାଇଁ ସେ ୧୯୭୩ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଜିମି ୱେଲ୍ସ

ଜିମି ୱେଲ୍ସ (ଜନ୍ମ : ୭ ଅଗଷ୍ଟ ୧୯୬୬) ଜଣେ ଆମେରିକୀୟ ଇଣ୍ଟରନେଟ ଉଦ୍ୟୋଗୀ । ସେ ମଧ୍ୟ ଅଣଲାଭକାରୀ ଅନଲାଇନ ବହୁଭାଷୀ ଜ୍ଞାନକୋଷ ଉଇକିପିଡ଼ିଆର ସହ ସଂସ୍ଥାପକ ଓ ପ୍ରୋତ୍ସାହକ ।

ଜ୍ଞାନମଣ୍ଡଳ

ଓଡ଼ିଆ ଭାଷାର ସବୁଠାରୁ ଅଧିକ ଜଣାଶୁଣା ଏନସାଇକ୍ଲୋପିଡ଼ିଆ ହେଉଛି ଶ୍ରୀ ବିନୋଦ କାନୁନଗୋଙ୍କ ପ୍ରଣୀତ ଜ୍ଞାନମଣ୍ଡଳ । ବିନୋଦବାବୁ ୧୯୫୪ ମସିହା ବେଳକୁ ଜ୍ଞାନମଣ୍ଡଳର ପରିକଳ୍ପନା କରିଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୩୦ ମସିହା ବେଳକୁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେଥିପାଇଁ ତାଙ୍କୁ ଦଶମ ଶ୍ରେଣୀ ପ୍ରାରମ୍ଭରୁ ସ୍କୁଲ ଛାଡ଼ିବାକୁ ହୋଇଥିଲା । ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ, ରମାଦେବୀ, ଗୋପବନ୍ଧୁ ଚୌଧୁରୀ ଆଦି ଅନେକ ମହାନ ବ୍ୟକ୍ତିଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ । ଦେଶ ସ୍ୱାଧୀନ ହେବା ପରେ ସେ ରାଜନୀତିକୁ ପାଥେୟ ନ କରି ସାଧରଣଲୋକଙ୍କ ନିମନ୍ତେସରଳଭାଷାରେ ଲେଖିବା ପାଇଁ ସ୍ଥିର କଲେ । ସେଇଥିରୁ ଜନ୍ମ ନେଲା ଜ୍ଞାନମଣ୍ଡଳ ।

ଜ୍ଞାନମଣ୍ଡଳ ଲେଖା ଆରମ୍ଭ ବେଳକୁ ତାଙ୍କର ସଂଗୃହୀତ ତଥ୍ୟସବୁକୁ ବିଷୟ ଅନୁସାରେ ସେ ୩୦ଟି ଫ।ଇଲରେ ସଜାଇ ରଖିଥିଲେ । କିନ୍ତୁ ଶେଷ ବେଳକୁ ଏହା ବଢ଼ି ବଢ଼ି ୩୦,୦୦୦ ଫ।ଇଲରେ ପହଞ୍ଚିଥିଲା । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏସବୁ ଫ।ଇଲର ବିଷୟ ବିନୋଦବାବୁଙ୍କର ମନରେ ଥିଲା ।

ଜ୍ଞାନମଣ୍ଡଳର ମୋଟ ୪୦ ଖଣ୍ଡ ପ୍ରକାଶିତ ହୋଇଛି । ପୂରା ସେଟରେ ୫୦ ଖଣ୍ଡ ଏବଂ ୨୫ଟି ସ୍ୱତନ୍ତ୍ର ଖଣ୍ଡ ରହିବାର ଯୋଜନା ରହିଥିଲା । ପ୍ରତିଖଣ୍ଡରେ ପ୍ରାୟ ୨୦୦ ପୃଷ୍ଠା ଏବଂ ବିଷୟଗୁଡ଼ିକ ଅକ୍ଷର କ୍ରମରେ ସଜାଇ ହୋଇରହିଛି । ଏଥିରେ ବିଜ୍ଞାନ, ସାମାଜିକ ବିଜ୍ଞାନ, ସାଧାରଣ ଜ୍ଞାନ, ଜୀବନୀ, ଭୂଗୋଳ ଆଦି ଅନେକ ବିଷୟରେ ଲେଖା ରହିଛି । ପ୍ରକାଶିତ ୪୦ ଖଣ୍ଡରେ ମୋଟ ୩୫୧୯ଟି ଲେଖା ରହିଛି । କିଛି ଲେଖା ସଂକ୍ଷିପ୍ତ ହୋଇଥିବା ବେଳେ କେତେକ ଲେଖା ବେଶ ଗଭୀର ଏବଂ ବିସ୍ତୃତ । ଏଥିରେ 'ଅ' ଠାରୁ 'ଜ' ଅକ୍ଷର ଯାଏଁ ଲେଖା ରହିଛି ।

ପାଣ୍ଡୁରଙ୍ଗ ବାମନ କାଣେ

ପାଣ୍ଡୁରଙ୍ଗ ବାମନ କାଣେ (୭ ମେ ୧୮୮୦– ୮ ମେ ୧୯୭୨) ଜଣେ ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଭାରତବିଦ୍ୟାବିତ୍ । ଦୀର୍ଘ ୪୦ ବର୍ଷ ଧରି ଶୈକ୍ଷିକ କ୍ଷେତ୍ରରେ କରିଥିବା ଗବେଷଣା ତଥା ତାଙ୍କର ରଚନାକୃତି ପାଇଁ ସେ ୧୯୬୩ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଦ୍ୱାରା ସମ୍ମାନିତ । ତାଙ୍କର କୃତିଗୁଡିକ ମଧ୍ୟରେ ୬୫୦୦ ପୃଷ୍ଠାର ଧର୍ମଶାସ୍ତ୍ରର ଇତିହାସ ଅନ୍ୟତମ । ବିଶିଷ୍ଟ ଇତିହାସକାର ରାମ ଶରନ ଶର୍ମାଙ୍କ ଭାଷାରେ, "ପାଣ୍ଡୁରଙ୍ଗ ବାମନ କାଣେ ଭଳିଏକ ବିଶିଷ୍ଟ ସଂସ୍କୃତିବିତଙ୍କର ଜୀବନର ବ୍ରତ ଥିଲା ପ୍ରାଚୀନ ପରମ୍ପରା, ବିଦ୍‌ବତ୍ତା ତଥା ଆଚାର ସଂହିତା ଆଧାରରେ ଆଧୁନିକ ସମାଜ ସଂସ୍କାର । ବିଂଶ ଶତାବ୍ଦୀରେ "History of the Dharmasastra" ନାମରେ ପାଞ୍ଚ ଭାଗରେ ପ୍ରକାଶିତ ତାଙ୍କ ପ୍ରକାଣ୍ଡ ଗ୍ରନ୍ଥ ହେଉଛି ପ୍ରାଚୀନ ସଂସ୍କୃତି, ପରମ୍ପରା ତଥା ଆଚାର ସଂହିତାର ଏକ ଜ୍ଞାନକୋଷ । ପ୍ରାଚୀନ ଭାରତରେ ସାମାଜିକ ବିକାଶର ଧାରା ଅଧ୍ୟୟନ କରିବାରେ ଏକ ବିଶେଷ ସହାୟକ ଗ୍ରନ୍ଥ । "

ପାମ୍ପୁଡି ଚାଟ

ପାମ୍ପୁଡି ଚାଟ ଭାରତୀୟ ଉପ-ମହାଦ୍ୱୀପର ଏକ ଲୋକପ୍ରିୟ ପାରମ୍ପରିକ ଫାଷ୍ଟ ଫୁଡ଼ ଅଟେ, ବିଶେଷ କରି ବଙ୍ଗଳାଦେଶ ଏବଂ ପାକିସ୍ତାନରେ ଏହା ପ୍ରଚଳିତ ହୋଇଥାଏ । ସମଗ୍ର ଭାରତରେ ବହୁ ପ୍ରକାରର ବ୍ୟଞ୍ଜନ ପାମ୍ପୁଡି ଚାଟ ରୂପେ ମଧ୍ୟ ସନ୍ଦର୍ଭିତ ହୋଇଥାଏ । ସଂଯୁକ୍ତ ରାଜ୍ୟ ଆମେରିକାର କିଛି ରେଷ୍ଟୁରାଣ୍ଟରେ ଏହାର ପାରମ୍ପରିକ ସଂସ୍କରଣ ସେବା ପ୍ରଦାନ କରିଥାଏ ।

ଫକୀର ମୋହନ ସେନାପତି

ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।

ବଚେନ୍ଦ୍ରୀ ପାଲ

ବଚେନ୍ଦ୍ରୀ ପାଲ (ଜନ୍ମ: ୨୪ ମେ ୧୯୫୪) ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା ।

ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ୱର ପଞ୍ଚମ ମହିଳା । ବର୍ତ୍ତମାନ ସେ ଟାଟା ଷ୍ଟିଲ ଇସ୍ପାତ କମ୍ପାନୀରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି । ୨୦୧୯ ମସିହାରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନୀତ କରାଯାଇଥିଲା ।

ବାଂଲାପିଡିଆ

ବାଂଲାପିଡିଆ ହେଉଛି ବାଂଲାଦେଶର ପ୍ରଥମ ରାଷ୍ଟ୍ରୀୟ ବିଶ୍ଵକୋଷ । ଏହାର ମୁଦ୍ରିତ ଏବଂ ଅନଲାଇନ ସଂସ୍କରଣ ବ୍ୟତୀତ ଏହା ସିଡି-ରୋମ(CD-ROM) ମାଧ୍ୟମରେ ଉଭୟ ଇଂରାଜୀ ଏବଂ ବଂଗଳା ଭାଷାରେ ଉପଲବ୍ଧ ।ଏହି ମୁଦ୍ରିତ ସଂସ୍କରଣଟି ୫୦୦ ପୃଷ୍ଠା ସମ୍ବଳିତ ୧୦ଟି ଭାଗରେ ବିଭକ୍ତ । ଏହାର ପ୍ରଥମ ସଂସ୍କରଣ Asiatic Society of Bangladesh ଦ୍ଵାରା ୨୦୦୩ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପ୍ରତି ଦୁଇ ବର୍ଷରେ ଏହାର ଅପଡେଟ କରିବା ଯୋଜନା ଥିବା ସ୍ଥଳେ ଏହାର ଦ୍ଵୀତିୟ ସଂସ୍କରଣ ୨୦୧୨ ମସିହାରେ ପ୍ରକାଶିତ ହୋଇଥିଲା । ବାଂଲାପିଡିଆକୁ ଏକ ସାଧାରଣ ଜ୍ଞାନକୋଷ ପରିବର୍ତ୍ତେ ବାଂଲାଦେଶ ସଂବନ୍ଧିତ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ଵତନ୍ତ୍ର ବିଶ୍ଵକୋଷ ଭାବେ ଡିଜାଇନ କରାଯାଇଛି ।ଏହି ଜ୍ଞାନକୋଷର ମୁଖ୍ୟ ସଂପାଦକ ହେଉଛନ୍ତି ସିରାଜୁଲ ଇସଲାମ । ବାଂଲାଦେଶ ତଥା ଅନ୍ୟାନ୍ୟ ଦେଶର ୧୨୦୦ରୁ ଉର୍ଦ୍ଧ୍ଵ ଲେଖକ ଓ ବିଶେଷଜ୍ଞଙ୍କ ଦ୍ଵାରା ସହାୟତାରେ ସଂକଳିତ । ବାଂଲାପିଡିଆରେ ଛଅ ଗୋଟି ସଂପାଦକୀୟ ଶ୍ରେଣୀରେ ବିଭକ୍ତ ୫୭୦୦ରୁ ଅଧିକ ଲେଖା ରହିଛି ଏବଂ ପ୍ରତ୍ୟେକ ଶ୍ରେଣୀର ଲେଖା ପାଇଁ ଅନ୍ୟତଃ ଜଣେ ଜଣେ ବିଶେଷଜ୍ଞ ସଂପାଦକ କାର୍ଯ୍ୟରତ । ଏଥିସହ ଏହି ଜ୍ଞାନ କୋଷରେ ୨୦୦୦ରୁ ଅଧିକ ଏକକ ଏବଂ ଚତୁରଙ୍ଗୀ-ଚିତ୍ରଣ ସହ ୨୧୦୦ରୁ ଅଧିକ ପ୍ରତି ସଂଦର୍ଭ ରହିଛି ।

ଏହି ପରିଯୋଜନାଟିକୁ ବାଂଲାଦେଶ ସରକାର, କିଛି ବେସରକାରୀ ସଂଗଠନ ତଥା ଶୈକ୍ଷିକ ସଂସ୍ଥାନ ତଥା ୟୁନେସ୍କୋ ଦ୍ଵାରା ଅର୍ଥ ଯୋଗାଇଦିଆଯାଇଛି । ଏହାର ପ୍ରାରମ୍ଭିକ ଅଟକଳ ୮୦୦,୦୦୦ ଟାକା (ପ୍ରାୟ ୧୦ ହଜାର ଡଲାର) ଥିବା ସ୍ଥଳେ Asiatic Society ପକ୍ଷରୁ ଅନ୍ତତଃପକ୍ଷେ ଏହି ପରିଯୋଜନାରେ ୮୦ ମିଲିୟନ ଟାକା (ପ୍ରାୟ ୧ ମିଲିୟନ ଡଲାର) ଖର୍ଚ୍ଚ କରାଯାଇଛି । ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ଵଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ଵେ ଏହାର ବଂଗଳା ଏବଂ ଇଂରେଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।

ବିନୋଦ କାନୁନଗୋ

ବିନୋଦ କାନୁନଗୋ (୬ ଜୁନ ୧୯୧୨ - ୨୨ ଜୁନ ୧୯୯୦) କଟକ ଜିଲ୍ଲାର କିଶନନଗର ଥାନାର ମଲୀପୁର ଗ୍ରାମରେ ଜନ୍ମିତ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଅା ଭାଷାର ବିଶ୍ୱକର୍ମା। ବୃହତ୍ ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ସେ ହେଉଛନ୍ତି ମୂଳ ପ୍ରଣେତା। ଶିଶୁ ଓ କିଶୋରମାନଙ୍କ ପାଇଁ ବିନୋଦ କାନୁନଗୋଙ୍କ ଲିଖିତ ଶତାଧିକ ପୁସ୍ତକ ରହିଛି । ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିନୋଦ କାନୁନଗୋ ଓଡ଼ିଅା-ଭାଷା ଉତ୍କର୍ଷ କେନ୍ଦ୍ର ତୃଣମୂଳ ସ୍ତରରେ ଓଡ଼ିଅା ଭାଷାର ବୃଦ୍ଧି ଓ ବିକାଶର ବାର୍ତ୍ତାକୁ ନେଇ ପହଞ୍ଚାଇବାରେ ଅାଜି ଚେଷ୍ଟିତ।

ଭୀମ ସିଂ

ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦) ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।

ତାଙ୍କ ଅଭିନୀତ କିଛି ଓଡ଼ିଆ ସିନେମା ହେଲା ମଲାଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ, କୃଷ୍ଣ ସୁଦାମା, ମନ ଆକାଶ, ବନ୍ଧୁ ମହାନ୍ତି, ରଘୁ ଅରକ୍ଷିତ, ନିର୍ବାଚନ, ଭାଗ୍ୟ ହାତେ ଡୋରି, ଜୀବନସାଥୀ ଓ ସତ କହିବାକୁ କିଆଁ ଡରିବି ।

ଶାସ୍ତି

ଶାସ୍ତି କାହ୍ନୁ ଚରଣ ମହାନ୍ତି ଏକ ଅନବଦ୍ୟ ସୃଷ୍ଟି । ଏହାକୁ ଜୟଶ୍ରୀ ମୋହନରାଜ ତେଲୁଗୁ ଭାଷାରେ ଅନୁବାଦ କରିଥିଲେ । ଦୁର୍ଭିକ୍ଷ ଓ ମହାମାରୀ ପୃଷ୍ଠଭୂମିରେ ଉଭୟ ସାମାଜିକ ଓ ମାନବିକ ସମସ୍ୟା ଏହାର ମୁଖ୍ୟ ବିଷୟ ବସ୍ତୁ ।

ଶିଶୁ ଜ୍ଞାନମଣ୍ଡଳ

ଶିଶୁ ଜ୍ଞାନମଣ୍ଡଳ ପିଲାମାନଙ୍କ ପାଇଁ ଏକ ଜ୍ଞାନର ଭଣ୍ଡାର। ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ଏହା ଏକ ଉପାଦେୟ ପୁସ୍ତକ । ଏକଥାକୁ ଅନୁଭବ କରି ପଦ୍ମଶ୍ରୀ ବିନୋଦ କାନୁନଗୋ ଏକାକୀ ଓଡ଼ିଆ ଭାଷାରେ ଜ୍ଞାନକୋଷ ସଂପାଦ ନା କରି ବିଶ୍ୱ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ । ତେବେ ଏହି ପ୍ରବନ୍ଧରେ ଶିଶୁଙ୍କ ପାଇଁ ରଚିତ ଜ୍ଞାନକୋଷରେ ଥିବା ବିଜ୍ଞାନଭିତ୍ତିକ ତଥ୍ୟ ଉପରେ ଆଲୋକପାତ କରାଯାଇଛି । ବିନୋଦ କାନୁନଗୋଙ୍କ ଭାଷାରେ ଆମ ଚତୁଃପାର୍ଶ୍ୱରେ ଜ୍ଞାନ ଆହରଣ ପାଇଁ ଅନେକ ଉପାଦାନ ଭରି ରହିଛି । ସେଗୁଡ଼ିକୁ ଦୃଷ୍ଟିରେ ରଖି ଜ୍ଞାନ ଆହରଣ କରିବା ପାଇଁ ଯିଏ ତପିର ହୋଇଉଠେ ସେ ହିଁ ଦୁନିଆରେ ବଡ଼ମଣିଷ ହୋଇପାରେ । ଏମିତି କେତେକ କଥା ଅଛି ଯାହା ବିଷୟରେ ପିଲାମାନେ ସହଜରେ ଜାଣିପାରୁ ନାହାନ୍ତି । ତେଣୁ ତାଙ୍କ ହାତରେ ଏମିତି କିଛି ପୁସ୍ତକ ତୋଳିଦେବେ ଯାହାକି ସେମାନଙ୍କୁ ଅନେକ ଛୋଟ ବଡ଼ ବିଷୟରେ ଅବଗତ କରାଇବ। ଏହିସବୁ କଥା ଚିନ୍ତା କରି ବିନୋଦ କାନୁନଗୋ ସଂପାଦନ କଲେ ଶିଶୁ ଜ୍ଞାନ ମଣ୍ଡଳ ବା ଚିଲ୍ଡରେନ୍ ଏନସାଇକ୍ଲୋପିଡ଼ିଆ। ଏଥିରେ ଥିବା ଶହ ଶହ ଚିତ୍ର, ମାନଚିତ୍ରମାନ ବିଜ୍ଞାନଜଗତ ସଙ୍ଗେ ପିଲାଙ୍କୁ ପରିଚିତ କରାଇ ଦେଇ ପାରୁଛି । ସେମାନେ ପାଇ ଯାଉଛନ୍ତି ଏକବିଂଶ ଶତାବ୍ଦୀ ବେଳର ଜ୍ଞାନ ଓ ଘଟଣା କ୍ରମର ପରିଚୟ । ଆଜିର ପିଲାଙ୍କ ଭବିଷ୍ୟତ ଦିନେ କିଭଳି ହେବ , ସେ କଥା ନିର୍ଭର କରୁଛି ସେମାନଙ୍କ ଦୂରଦୃଷ୍ଟି ଉପରେ । ଗୋଟିଏ ସେଟ ଶିଶୁ ଜ୍ଞାନମଣ୍ଡଳ ଏହି ପ୍ରକ୍ରିୟାକୁ ଯେ ଆଗକୁ ନେଇ ପାରିବ - ଏକଥା ସେ ଶିଶୁ ଜ୍ଞାନମଣ୍ଡଳ ମୁଖବନ୍ଧରେ ବ୍ୟକ୍ତ କରିଛନ୍ତି।

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ)

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (CIS) ବେଙ୍ଗାଳୁରୁରେ ଥିବା ଏକ ବହୁମୁଖୀ ଗବେଷଣା ଓ ଓକିଲାତି ସଙ୍ଗଠନ ।

ସିଆଇଏସ ଇଣ୍ଟରନେଟ ଏବଂ ସମାଜରେ ସାଂଖିକ (ଡିଜିଟାଲ) ବହୁଳାବାଦ, ସର୍ବଜନୀନ ଉତ୍ତରଦାୟୀତ୍ୱ ଏବଂ ଶିକ୍ଷାଶାସ୍ତ୍ର ପ୍ରଚଳନ ଉପରେ କାର୍ଯ୍ୟ କରେ ।

ୱିକିଆର୍ଟ

ୱିକି ଆର୍ଟ (ପୂର୍ବତନ ୱିକି ପେନ୍ଟିଂ ) ଏକ ଅନ ଲାଇନ ବ୍ୟବାହାରକାରୀଙ୍କଦ୍ୱାରା ସମ୍ପାଦିତ ହେଇପାରୁଥିବା ଦ୍ରଷ୍ଟବ୍ୟ ଆର୍ଟ ଜ୍ଞାନକୋଷ । ଏହାର 2013 ମସିହାର ବିତ୍ତୀୟ ରିପୋର୍ଟ ଅନୁସାରେ ଏହି ସାଇଟ 2013 ରୁ ଅନ ଲାଇନ ରହିଛି । ସେଥିରେ ଜୁନ 2012 ସୁଦ୍ଧା 75,000 ପେଣ୍ଟିଂ ରହିଥିବାର ପ୍ରକାଶ । 2013 ଫେବ୍ରୁୟାରୀ ସୁଦ୍ଧା ଏହି ସାଇଟର କାର୍ଯ୍ୟକାରିତା ଆହୁରି ଗଠନମୂଳକ ସ୍ତରରେ ଥିଲା । ଏହି ସାଇଟର ଉନ୍ନୟନକାରୀ ମାନେ ଉକ୍ରେନରେ ଅବସ୍ଥିତ । .

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.