କାନାଡ଼ା

କାନାଡା ଉତ୍ତର ଆମେରିକାରେ ଥିବା ଏକ ଦେଶ।

କାନାଡ଼ା
Flag of Canada
ରାଷ୍ଟ୍ରାଦର୍ଶ : A Mari Usque Ad Mare  (Latin)
"From Sea to Sea"
ଜାତୀୟ ସଙ୍ଗୀତ"O Canada"
ଜାତୀୟ ସଙ୍ଗୀତ"God Save the Queen"[୧][୨]
Canada ର ହାଲଚାଲ
ରାଜଧାନୀOttawa
45°24′N 75°40′W / 45.400°N 75.667°W
Largest city Toronto
ରାଜ ଭାଷା English and French
ସରକାରୀ ଭାଷା Chipewyan, Cree, Gwich'in, Inuinnaqtun, Inuktitut, Inuvialuktun, Slavey (North and South) and Tłįchǫ[୩]
ଏକା ଅର୍ଥ Canadian
ସରକାର Federal parliamentary democracy and constitutional monarchy[୪]
 -  Monarch Elizabeth II
 -  Governor General David Johnston
 -  Prime Minister Justin Trudeau
 -  Chief Justice Beverley McLachlin
ବିଧାନମଣ୍ଡଳ Parliament
 -  ରାଜ୍ୟସଭା Senate
 -  ଲୋକସଭା House of Commons
Establishment from the United Kingdom 
 -  Constitution Act, 1867 July 1, 1867 
 -  Statute of Westminster December 11, 1931 
 -  Canada Act April 17, 1982 
କ୍ଷେତ୍ରଫଳ
 -  ସର୍ବମୋଟ ୯ km2 (2nd)
୩ ବର୍ଗ ମି 
 -  ଜଳଭାଗ (%) 8.92 (891,163 km2/344,080 mi2)
ଲୋକସଂଖ୍ୟା
 -  ୨୦୧୯ ଆକଳନ [୫] (35th)
 -  2011 census 33,476,688[୬] 
 -  ଘନତା 3.41/କିମି (228th)
୮.୩/ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) 2011 ଅନୁମାନ
 -  ସର୍ବମୋଟ $1.396 trillion[୭] (14th)
 -  ମୁଣ୍ଡପିଛା ହାର ହିସାବରେ $40,541[୭] (12th)
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) 2011 ଆକଳନ
 -  ସର୍ବମୋଟ $1.736 trillion (10th)
 -  ପ୍ରତିଟି ମଣିଷ $50,436[୭] (9th)
ଜିନି (2005) 32.1[୮] (medium
ମାନବ ବିକାଶ ସୂଚନାଙ୍କ (2011) increase 0.908[୯] (very high) (6th)
ମୁଦ୍ରା Canadian dollar ($) (CAD)
ସମୟ ମଣ୍ଡଳ (ଇଉଟିସି−3.5 to −8)
 -  ଖରାଦିନ (ଡ଼ିଏସଟି)  (ଇଉଟିସି−2.5 to −7)
ତିଥି ଗଠନ dd-mm-yyyy, mm-dd-yyyy, and yyyy-mm-dd (CE)
ରାସ୍ତାର ଏପାଖରେ ଚାଲନ୍ତୁ Right
ଇଣ୍ଟରନେଟ ଟିଏଲଡ଼ି .ca
ଫୋନ କୋଡ଼ +1

ଆଧାର

  1. Department of Canadian Heritage. "Royal anthem 'God Save The Queen'". Queen's Printer. Retrieved May 23, 2011.
  2. Kallmann, Helmut. Marsh, James Harley (ed.). "National and royal anthems". Encyclopedia of Music in Canada. Historica-Dominion. Retrieved May 23, 2011.
  3. Official Languages Act (PDF). Government of the Northwest Territories. 2004. p. 4.
  4. Hail, M (February 25, 2010). "Federalism and Representation in the Theory of the Founding Fathers: A Comparative Study of US and Canadian Constitutional Thought". Publius: the Journal of Federalism. 40 (3): 366–388. doi:10.1093/publius/pjq001. Unknown parameter |coauthors= ignored (|author= suggested) (help)
  5. "Canada's population clock". Statistics Canada. Retrieved ଅକ୍ଟୋବର ୨୧, ୨୦୧୯. Check date values in: |accessdate= (help)
  6. "2011 Census: Population and dwelling counts". Statistics Canada. February 8, 2012. Retrieved February 8, 2012.
  7. ୭.୦ ୭.୧ ୭.୨ "Canada". International Monetary Fund. Retrieved April 18, 2012.
  8. "Distribution of family income – Gini index". World Factbook. CIA. Retrieved September 1, 2009.
  9. "Human Development Report 2011" (PDF). United Nations. Retrieved November 2, 2011.

ବାହାର ତଥ୍ୟ

Overviews
Government
Travel
Studies
ଅନୀତା ରାଉ ବାଦାମୀ

ଅନୀତା ରାଉ ବାଦାମୀ (ଜନ୍ମ ୨୪ ସେପ୍ଟେମ୍ବର ୧୯୬୧) କାନାଡ଼ାରେ ରହୁଥିବେ ଜଣେ ହକ୍ଷିଣ ଭାରତୀୟଙ୍କ ସନ୍ତାନ । ସେ ଓଡ଼ିଶାର ରାଉରକେଲାରେ ଜନ୍ମ ହୋଇଥିଲେ । ସେ ବମ୍ବେର ମାଡ୍ରାସ ବିଶ୍ୱବିଦ୍ୟାଳୟ ଓ ସୋଫିଆ ପଲିଟେକନିକରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ୧୯୯୧ରେ ସେ କାନାଡ଼ା ଚାଲିଯାଇଥିଲେ ଓ କାଲଗାରି ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ୧୯୯୭ରେ ତାମାରିନ୍ଦ ମେମ୍ ନାମରେ ପ୍ରକାଶିତ ହୋଇଥିଲା ।

ତାଙ୍କର ଉପନ୍ୟାସ ଭାରତୀୟ ପରିବାରର ଜଟିଳତା ଓ ଭାରତୀୟମାନେ ପଶ୍ଚିମକୁ ଯିବା ଫଳରେ ଉପୁଜୁଥିବା ସାଂସ୍କୃତିକ ଶୂନ୍ୟସ୍ଥାନ ଉପରେ ବର୍ଣ୍ଣିତ ।

ବାଦାମୀଙ୍କର ତୃତୀୟ ଉପନ୍ୟାସ, କ୍ୟାନ୍ ୟୁ ହିଅର୍ ଦି ନାଇଟବାର୍ଡ୍ କଲ୍ ସ୍ୱର୍ଣ୍ଣ ମନ୍ଦିର ହତ୍ୟାକାଣ୍ଡ ଓ ଏୟାର୍ ଇଣ୍ଡିଆ ବୋମାମାଡ ଉପରେ ଆଧାରିତ ।

ବାଦାମୀଙ୍କର ପ୍ରିୟ ବହି ହେଉଛି, ସଲମାନ୍ ରଶଡିଙ୍କ ମିଡ଼୍ନାଇଟସ୍ ଚିଲ୍ଡ଼୍ରେନ୍, ମାରଗାରେଟ୍ ଆଟଉଡଙ୍କ କ୍ୟାଟସ୍ ଆଏ, ସରଫେସିଂ, ଭି. ଏସ୍. ନାଇପଲଙ୍କ ଅ ହାଉସ୍ ଫର୍ ମିଷ୍ଟର୍ ବିଶ୍ୱାସ, ଓ ମାରିଲିନେ ରବିନଶନଙ୍କ ହାଉସକିପିଂ ।

୨୦୧୫ରେ ବାଦାମୀ ଏଡ଼ମଣ୍ଟନର ଆଥାବାସ୍କା ବିଶ୍ୱବିଦ୍ୟାଳୟର ରହଣି ଲେଖକ (writer-in-residence) ଥିଲେ । ୨୦୧୬ରେ ଦି ହିରୋଦ୍ ୱାକ୍ ସିବିସି କାନାଡ଼ା ରିଡସ୍ ପ୍ରତିଯୋଗିତାର ପାଞ୍ଚ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲା ।

୨୦୧୭ରେ ସେ ସ୍କଟିଆବ୍ୟାଙ୍କ ଗିଲର୍ ପୁରସ୍କାର ୨୦୧୭ର ବିଚାରକ ଘୋଷିତ ହୋଇଥିଲେ ।

ଇଂରାଜୀ ଭାଷା

ଇଂରାଜୀ ଭାଷା ଏକ ପଶ୍ଚିମ ଜର୍ମାନୀୟ ଭାଷା । ଏହା ଇଂଲଣ୍ଡରୁ ଆରମ୍ଭ ହୋଇ ବର୍ତ୍ତମାନ ସାରା ବିଶ୍ୱରେ ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଏହା ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ, ନିଉଜିଲ୍ୟାଣ୍ଡ ଓ ଅନେକ କାରିବିଆନ ରାଷ୍ଟ୍ର ସମେତ ଆହୁରି ଅନେକ ରାଷ୍ଟ୍ରରେ ପ୍ରଥମ ଭାଷା ରୂପେ ବ୍ୟବହାର କରାଯାଇଥାଏ ।

ଓଡ଼ିଆ ସାହିତ୍ୟ

ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାରେ ଲିଖିତ ସାହିତ୍ୟର ନାନା ବିଭବକୁ ବୁଝାଇଥାଏ ।

ସାହିତ୍ୟ ସମାଜର ହିତ ସାଧନ କରି ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବାରେ ପ୍ରମୁଖ ସହାୟକ । ଓଡ଼ିଆ ସାହିତ୍ୟ ଓଡ଼ିଶାବାସୀଙ୍କ ଉନ୍ନତିରେ କର୍ମରତ । ଏହା ଆମ ରାଜ୍ୟର ବିକାଶ ଓ ସଂସ୍କୃତିର ପରିଚୟ ଦେଇଥାଏ । ନିମ୍ନରେ ଓଡ଼ିଆ ସାହିତ୍ୟର ବିଭାଗୀକରଣ କରାଯାଇ ପ୍ରତ୍ୟେକ ବିଭାଗର ବିବରଣୀ ପ୍ରଦାନ କରାଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।

କଳ୍ପନା ଦାଶ

କଳ୍ପନା ଦାଶ (୭ ଜୁଲାଇ ୧୯୬୬ – ୨୩ ମଇ ୨୦୧୯) ଜଣେ ଓକିଲ ଓ ପର୍ବତ ଆରୋହଣକାରୀ ଥିଲେ । ସେ ପ୍ରଥମ ଓଡ଼ିଆ, ପ୍ରଥମ ଭାରତୀୟ ବେସାମରିକ ଓ ସବୁଠାରୁ ବୟସ୍କା ମହିଳା (୪୨) ଏଭରେଷ୍ଟ ଶୃଙ୍ଗ ଆରୋହଣକାରୀ । ସେ ପ୍ରଥମେ ୨୦୦୮ ମସିହା ମଇ ୨୧ ତାରିଖରେ ପ୍ରଥମଥର ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଓ ନେପାଳର ଅଧିବାସୀଙ୍କ ସଙ୍ଗେ ଏକ ପାଞ୍ଚଜଣିଆ ଦଳର ଅଂଶ ଭାବେ ଏଭରେଷ୍ଟ ଆରୋହଣ କରିଥିଲେ ।

ସେ ୨୦୦୪ ଓ ୨୦୦୬ ମସିହାରେ ପ୍ରଥମେ ଦୁଇଥର ଏଭରେଷ୍ଟ ଆରୋହଣ କରିବାକୁ ଚେଷ୍ଟାକରି ପାଣିପାଗ ଓ ସ୍ୱାସ୍ଥାବସ୍ଥା କାରଣରୁ ବିଫଳ ହୋଇଥିଲେ ।

ଦାଶ ଶେଷଥର ପାଇଁ ଏଭରେଷ୍ଟ ଶିଖରରେ ୨୦୧୯ ମସିହାରେ ମଇ ୨୩ ତାରିଖରେ ଆରୋହଣ କରିବାରେ ସଫଳ ହୋଇଥିଲେ ହେଁ ଫେରିବା ସମୟରେ ଅସୁସ୍ଥ ହୋଇ ଏଭରେଷ୍ଟ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିଲେ ।

କୃଷ୍ଣପ୍ରସାଦ ମିଶ୍ର

କୃଷ୍ଣପ୍ରସାଦ ମିଶ୍ର(୧୯୩୩-୧୯୯୪), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ପ୍ରବନ୍ଧ ଓ ଉପନ୍ୟାସ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ତାଙ୍କ ସାହିତ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜୀବନ ଶୈଳୀର ଏକ ତୁଳନାତ୍ମକ ଦୃଷ୍ଟିଭଙ୍ଗି ପ୍ରକାଶିତ ହେଉଥିଲା । ବିଦେଶରେ ରହୁଥିବା ଭାରତୀୟ ମାନଙ୍କର ଦ୍ୱନ୍ଦ୍ୱକୁ ସେ ନିଜ ସାହିତ୍ୟରେ ଦେଖେଇବାକୁ ଚେଷ୍ଟା କରିଥିଲେ । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଓ ସୁବକ୍ତା ଥିଲେ ।

ଗୁଜରାଟୀ ଭାଷା

ଗୁଜରାଟୀ ( /ˌɡʊdʒəˈrɑːti/; ગુજરાતી gujarātī [ɡudʒəˈɾɑːti]) ଏକ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତୀୟ ରାଜ୍ୟ ଗୁଜରାଟର ଅଧିବାସୀ ଏବଂ ପ୍ରଧାନତଃ ଗୁଜରାଟୀ ଭାଷାଭାଷୀଙ୍କଦ୍ୱାରା କଥିତ । ଗୁଜରାଟୀ ବୃହତ୍ତର ଇଣ୍ଡୋ-ଇଉରୋପୀୟ ଭାଷା ପରିଗୋଷ୍ଠୀର ଅଂଶ । ଗୁଜରାଟୀ ପୁରୁଣା ଗୁଜରାଟୀରୁ ସୃଷ୍ଟିହୋଇଛି (ପ୍ରାୟ ୧୧୦୦-୧୫୦୦ ଖ୍ରୀ) । ଭାରତରେ ଏହା ଗୁଜରାଟର ସରକାରୀ ଭାଷା ଓ ଡାମନ ଓ ଡିଉ ଓ ଦାଦ୍ରା ଓ ନଗର ହବେଳୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା । ୨୦୧୧ ଜନଗଣନା ଅନୁସାରେ ଗୁଜରାଟୀ ଭାରତରେ ମୋଟ ଜନସଂଖ୍ୟାର ୬ଷ୍ଠ ସର୍ବାଧିକ କଥିତ ଭାଷା ଓ ଏହା ୫୫.୫ ମିଲିଅନ (୫.୫ କୋଟି) ଭାଷାଭାଷୀଙ୍କଦ୍ୱାରା କଥିତ ଯାହା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୪.୫% । ୨୦୦୭ ମସିହାର ଗଣନା ଅନୁସାରେ ଏହା ସ୍ଥାନୀୟ ଭାଷାଭାଷୀଙ୍କ ସଂଖ୍ୟା ଭିତ୍ତିରେ ବିଶ୍ୱର ୨୬ ତମ ସର୍ବାଧିକ କଥିତ ଭାଷା ।

ଗୁଜରାଟୀ ଭାଷାଟି ୭୦୦ ବର୍ଷରୁ ଅଧିକ ପୁରୁଣା ଏବଂ ବିଶ୍ୱବ୍ୟାପୀ ୫୫ ମିଲିଅନରୁ ଅଧିକ ଲୋକଙ୍କଦ୍ୱାରା କଥିତ । ଗୁଜରାଟ ବାହାରେ ଗୁଜରାଟୀ ଲୋକ ବିଶେଷ କରି ମୁମ୍ବାଇ ଏବଂ ପାକିସ୍ତାନରେ (ପ୍ରଧାନତଃ କରାଚୀରେ) ଗୁଜରାଟୀ କଥିତ । ଗୁଜରାଟୀ ଭାଷାଭାଷୀମାନଙ୍କଦ୍ୱାରା ଦକ୍ଷିଣ ଏସିଆ ବାହାରେ ଅନେକ ଦେଶରେ ଗୁଜରାଟୀ ବ୍ୟାପକଭାବେ କଥିତ । ଉତ୍ତର ଆମେରିକାର କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା କ୍ରମବର୍ଦ୍ଧମାନ ଏବଂ ସର୍ବାଧିକ ବହୁଳ ବ୍ୟବହୃତ ଭାରତୀୟ ଭାଷାଗୁଡ଼ିକ ମଧ୍ୟରୁ ଏକ । ଇଉରୋପରେ ବ୍ରିଟିଶ ଦକ୍ଷିଣ ଏସୀୟ ଭାଷା ସମ୍ପ୍ରଦାୟ ମଧ୍ୟରୁ ଗୁଜରାଟୀମାନଙ୍କ ସଂଖ୍ୟା ଦ୍ୱିତୀୟ ଏବଂ ଗୁଜରାଟ ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନର ଚତୁର୍ଥ ସର୍ବାଧିକ କଥିତ ଭାଷା । ଗୁଜରାଟୀ ଦକ୍ଷିଣ-ପୂର୍ବ ଆଫ୍ରିକୀୟ ଦେଶଗୁଡ଼ିକରେ ବିଶେଷ କରି କେନିଆ, ଉଗାଣ୍ଡା, ତାଞ୍ଜାନିଆ, ଜାମ୍ବିଆ ଏବଂ ଦକ୍ଷିଣ ଆଫ୍ରିକାରେ କଥିତ । ଏହାଛଡ଼ା ଏହା ଚୀନ (ବିଶେଷ କରେ ହଂକଂ), ଇଣ୍ଡୋନେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ ବାହରିନ ଏବଂ ମଧ୍ୟ ପ୍ରାଚ୍ୟର ଦେଶଗୁଡ଼ିକରେ ମଧ୍ୟ କମ ପରିମାଣରେ କଥିତ ।ଗୁଜରାଟୀ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମାତୃଭାଷା ଥିଲା ।

ଜଗନ୍ନାଥ ପ୍ରସାଦ ଦାସ

ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ: ୨୬ ଅପ୍ରେଲ ୧୯୨୬) ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର

ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଇଂରାଜୀ ଭାଷାରେ ଏଡିଏଚଡି ବା ADHD) ମାନସିକ ବେମାରୀ ଯେଉଁଥିରେ ସ୍ନାୟୁ ବିକାଶରେ (neurodevelopmental) ତୃଟି ଥାଏ । ଏହି ରୋଗରେ ଧ୍ୟାନ ସମସ୍ୟା ହୁଏ, ଅତି ସକ୍ରିୟତା ଦେଖାଯାଏ ଓ ଯେପରି ବୟସାନୁଯାୟୀ ବ୍ୟବ‌ହାର ନିୟନ୍ତ୍ରଣ ହେବା କଥା ତାହା ହୋଇପାରେ ନାହିଁ । ଏହି ଲକ୍ଷଣ ଗୁଡ଼ିକ ୬ରୁ ୧୨ ବର୍ଷ ବୟସରେ ବାହାରେ, ୬ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ଥାଏ ସ୍କୁଲ, ଘର ବା ଆମୋଦ ପ୍ରମୋଦ ମଧ୍ୟରୁ ଯେ କୌଣସି ଦୁଇଟରେ ସମସ୍ୟା ଦେଖାଯାଏ । ଧ୍ୟାନ ଅଭାବରୁ ସ୍କୁଲରେ ଭଲ ପ୍ରଦର୍ଶନ ହୋଇପାରେ ନାହିଁ । ଆଧୁନିକ ସୋସାଇଟିରେ ଅସୁବିଧା ହେଲେ ମଧ୍ୟ ରୋଚକ ବିଷୟରେ ଭଲ ଧ୍ୟାନ ରହେ । ପିଲା ଓ କିଶୋରମାନଙ୍କର ଏହି ରୋଗ ଉପରେ ଅନେକ ଅନୁଧ୍ୟନ ହେଲେ ମଧ୍ୟ ଅଧିକାଂଶ କେଶ୍‌ରେ ଏହାର କାରଣ ଅଜଣା ହୋଇ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁସାରେ ଏହା ସନ ୨୦୧୩ରେ ୩୯ ନିୟୁତ ଲୋକଙ୍କୁ ଆକ୍ରମଣ କରିଥିଲା । ଡିଏସ୍ଏମ୍- ଆଇଭି (DSM-IV) ମାନ‌ଦଣ୍ଡ ଅନୁସାରେ ଏହା ପ୍ରାୟ ୫–୭% ପିଲାଙ୍କୁ ଆକ୍ରମଣ କରେ । ଓ ଆଇସିଡି-୧୦ (ICD-10) ମାନ‌ଦଣ୍ଡ ଅନୁସାରେ ପ୍ରାୟ ୧ରୁ ୨% ପିଲାଙ୍କୁ ଆକ୍ରମଣ କରେ । ଏହି ରୋଗ ହାର ସବୁ ଦେଶରେ ପ୍ରାୟ ସମାନ ଥାଏ, ନିର୍ଭର କରେ କେବଳ ନିର୍ଣ୍ଣୟ ପଦ୍ଧତି ଉପରେ । ଏହି ରୋଗ ଝିଅଙ୍କ ଅପେକ୍ଷା ପୁଅମାନଙ୍କଠାରେ ୩ଗୁଣ ଅଧିକ ହୁଏ । ପିଲାବେଳେ ଏହି ରୋଗ ନିର୍ଣ୍ଣୟ ହୋଇଥିବା ୩୦ରୁ ୫୦% ପିଲାଙ୍କର ଏହା ବୟଃପ୍ରାପ୍ତ ହେବା ପର୍ଯ୍ୟନ୍ତ ରହେ ଓ ପ୍ରାୟ ବଡ଼ ହେବା ପରେ ୨ରୁ ୫% ଏଭଳି ଲୋକଙ୍କର ରୋଗ ଥାଏ । ଏହି ସଦୃଶ ଅନ୍ୟାନ୍ୟ ରୋଗ ବା ସାଧାରଣ ସକ୍ରିୟତାର ଉପର ସ୍ତରରେ ଥିବା ପିଲାଙ୍କଠାରୁ ଏହାକୁ ଅଲଗା ଭାବେ ନିର୍ଣ୍ଣୟ କରିବା ଅତି କଷ୍ଟସାଧ୍ୟ ।ଦେଶ ଅନୁସାରେ ଏଡିଏଚଡି ଚିକିତ୍ସାରେ ପରିବର୍ତ୍ତନ ହୁଏ ଓ ସାଧାରଣତଃ ସାଇକୋଥେରାପି, ଜୀବନ ଚର୍ଯ୍ୟାର ପରିବର୍ତ୍ତନ ଓ ଔଷଧ ମାନଙ୍କ ସାହାଯ୍ୟରେ ଚିକିତ୍ସା କରାଯାଏ । ବ୍ରିଟିଶ୍ ମାର୍ଗଦର୍ଶନ ଅନୁସାରେ ସାଂଘାତିକ ରୋଗ ଥିଲେ ବା ମଧ୍ୟମ ଧରଣର ରୋଗ ଥିଲେ ମଧ୍ୟ ଉପଦେଶ ଅନୁସାରେ କିଛି ଉନ୍ନତି ପରିଲକ୍ଷିତ ନ ହେଉଥିଲେ ପ୍ରଥମ ଧାଡ଼ି ଚିକିତ୍ସା ଅନୁସାରେ ପ୍ରଥମେ ଔଷଧ ଦିଆଯାଏ । କାନାଡ଼ା ଓ ଆମେରିକା ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ବୟସର ପିଲାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଔଷଧ ଓ ବ୍ୟବ‌ହାରିକ ଥେରାପି ଦିଆଯାଏ । ଏହି ଦୁଇ ମାର୍ଗଦର୍ଶନ ଅନୁସାରେ ସ୍କୁଲ ପୂର୍ବ ପିଲାଙ୍କୁ ଉତ୍ତେଜକ ଥେରାପି ଦେବାକୁ ସୁପାରିସ କରାଯାଏ ନାହିଁ । ୧୪ ମାସ ପର୍ଯ୍ୟନ୍ତ ଉତ୍ତେଜକ ଚିକିତ୍ସା ପ୍ରଭାବଶାଳୀ ହୁଏ କିନ୍ତୁ ଦୀର୍ଘକାଳୀନ ଚିକିତ୍ସାର ଫଳ ଜଣାଯାଇ ନାହିଁ । କିଶୋର ଓ ଯୁବାବସ୍ଥା ଲୋକ ଅବସ୍ଥାର ମୁକାବିଲା ଶକ୍ତି ଆସିଯାଇଥିବାରୁ କେତେକ ଅଭାବ ପୂରଣ ହୋଇଯାଏ । ଊନବିଂଶ ଶତାବ୍ଦୀଠାରୁ ଏହି ରୋଗର ଲକ୍ଷଣ ସବୁ ଡାକ୍ତରୀ ଶାସ୍ତ୍ରରେ ଲିପିବଦ୍ଧ ହୋଇଆସିଛି । ଏହି ରୋଗର ଚିକିତ୍ସା ଓ ନିର୍ଣ୍ଣୟ ସନ ୧୯୭୦ରୁ ବିବାଦ ଘେରରେ ଅଛି । ଏହି ଘରରେ ଚିକିତ୍ସକ, ଶିକ୍ଷକ, ନୀତି ନିର୍ଦ୍ଧାରକ, ପିତାମାତା ଓ ମିଡିଆ ଅଛନ୍ତି । ଏହାର ବିବାଦ ଘେରରେ ଉତ୍ତେଜକ ଔଷଧ ଓ କାରଣ ଅଛି । ଅଧିକାଂଶ ଚିକିତ୍ସକ ଏହି ରୋଗକୁ ଏକ ବାସ୍ତବିକ ବେମାରୀ ଭାବରେ ବିବେଚନା କରନ୍ତି କିନ୍ତୁ ବୈଜ୍ଞାନିକମାନେ ଏହାର ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତି ଉପରେ ବିବାଦ ସୃଷ୍ଟି କରନ୍ତି । ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଏହି ରୋଗକୁ ଅତିସକ୍ରିୟତା ବିକାର ନାମ ଦିଆଯାଇଥିଲା କିନ୍ତୁ ଏହା ପୂର୍ବରୁ ଏହାର ନାମ ହାଇପର କାଇନେଟିକ ରିଆକସନ ଅଫ ଚାଇଲ୍‌ଡ‌ହୁଡ୍ ଥିଲା ।

ପ୍ରୋଗୁଆନିଲ

ପ୍ରୋଗୁଆନିଲ (ଇଂରାଜୀ ଭାଷାରେ Proguanil, ଅନ୍ୟ ନାମ କ୍ଲୋରୋଗୁଆନାଇଡ/କ୍ଲୋରଗୁଆନାଇଡ) ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଅଧିକାଂଶ କ୍ଷେତ୍ରରେ ଏହା କ୍ଲୋରୋକୁଇନ ବା ଆଟୋଭାକ୍ୱୋନ (atovaquone) ସ‌ହିତ ଦିଆଯାଏ । ସାମାନ୍ୟ କ୍ଲୋରୋକୁଇନ ଅବରୋଧ (resistant) କେଶ୍‌ରେ କ୍ଲୋରୋକୁଇନ ସ‌ହିତ ପ୍ରୋଗୁଆନିଲ ଦିଆଯାଏ । ଏହା ପାଟିରେ ଦିଆଯାଏ ।ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କୋଷ୍ଠକାଠିନ୍ୟ, ଚର୍ମରାସ, କେଶହାନୀ ଓ ଗଲୁ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ମ୍ୟାଲେରିଆ ସାଂଘାତିକ ହେଉଥିବାରୁ ଔଷଧ ସଙ୍କଟ ଅପେକ୍ଷା ଉପକାର ଅଧିକ ଜଣାପଡ଼େ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଏହା ସ‌ହିତ ଫୋଲେଟ (folate) ଦିଆଯାଏ । ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ । ଯକୃତରେ ଏହା ପରିବର୍ତ୍ତିତ ହୋଇ ସକ୍ରିୟ ସାଇକ୍ଲୋଗୁଆନିଲ (cycloguanil) ଚୟାପଚୟଜରେ (metabolite) ପରିଣତ ହୁଏ ।ପ୍ରୋଗୁଆନିଲ ଅତି କମ୍‌ରେ ସନ ୧୯୪୫ରୁ ଅନୁଶୀଳନ ହୋଇଆସିଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଦିନ‌ର ହୋଲସେଲ ମୂଲ୍ୟ ପ୍ରାୟ ୦.୧୦ରୁ ୦.୫୦ ଆମେରିକୀୟ ଡଲାର । କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଶ୍ରିତ ଭାବରେ ଆଟୋଭାକ୍ୱୋନ/ପ୍ରୋଗୁଆନିଲ (atovaquone/proguanil) ଆକାରରେ ମିଳେ ।

ଫ୍ରେଞ୍ଚ ଫ୍ରାଇଜ

ଫ୍ରେଞ୍ଚ ଫ୍ରାଇଜ (ଉତ୍ତର ଆମେରିକା ଇଂରାଜୀ, କାନାଡ଼ା ଇଂରାଜୀ, ବ୍ରିଟିଶ ଇଂରାଜୀ "ଚିପ୍ସ" ଫ୍ରାଇଜ, ଫିଙ୍ଗର ଚିପ୍ସ ([[ଭାରତୀୟ ଇଂରାଜୀ), କିମ୍ବା ଫ୍ରେଞ୍ଚ ଫ୍ରାଇଜ ଆଳୁ ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କାନାଡ଼ାର ଅଧିକାଂଶରେ ଶବ୍ଦ 'ଫ୍ରାଇଜ ଆଳୁକୁ ସିଝେଇ , ତେଲରେ ଛଣା ହୋଇ ଲମ୍ବା ଆକୃତିର ଖାଦ୍ୟକୁ ଦର୍ଶାଇଥାଏ , କିନ୍ତୁ ୟୁନଇଟେଡ଼ କିଙ୍ଗଡ଼ମ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଅୟର୍ଲ୍ୟାଣ୍ଡ ଗଣରାଜ୍ୟ ଏବଂ ନ୍ୟୁଜଲ୍ୟାଣ୍ଡରେ ଏହି ଲମ୍ବା କଟା ଆଳୁରେ ପ୍ରସ୍ତୁତ ଫ୍ରାଇଜକୁ ଶୁଏଷ୍ଟିଙ୍ଗ ଫ୍ରାଇଜ କିମ୍ବା ସ୍କିନୀ ଫ୍ରାଇଜ ବୋଲି କୁହାଯାଏ । ଫ୍ରାନ୍ସରେ ଫ୍ରେଞ୍ଚ ଫ୍ରାଇଜକୁ ଫ୍ରାଇଟ୍ସ କିମ୍ବା ପୋମଜ ଫ୍ରାଇଟ୍ସ କୁହାଯାଏ, ଏହା ଏକ ଏପରି ନାମ ଅଟେ ଯାହାର ପ୍ରୟୋଗ ଅନେକ ଫ୍ରାନ୍ସ ଦେଶରେ ମଧ୍ୟ ବ୍ୟବହାର କରାଯାଏ ।ଅନ୍ୟ ସ୍ଥାନରେ ଏହି ନାମର ଅର୍ଥ ଫ୍ରାଇଡ଼ ପୋଟାଟୋଜ କିମ୍ବା ଫ୍ରେଞ୍ଚ ପୋଟାଟୋଜ ହୋଇଥାଏ ।

ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬

ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬ ୧୯୬୧ରେ ପ୍ରଣୟନ ହୋଇଥିବା ମାତୃତ୍ୱକାଳୀନ ସୁବିଧା ଆଇନର ସଂଶୋଧନ ଚିଠା ଅଟେ । ଗର୍ଭଧାରଣ ସମୟରେ ମହିଳାମାନଙ୍କର ଉପଯୁକ୍ତ ଯତ୍ନ ଓ ଅଧିକ ସୁବିଧା ସୁଯୋଗ ପ୍ରଦାନକରିବା ଏହି ସଂଶୋଧନ ଚିଠାର ଉଦ୍ଦେଶ୍ୟ ଅଟେ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ ୧୯୫୨ ମସିହାରେ ଥିବା ୧୨ ସପ୍ତାହ ପ୍ରସ୍ତାବକୁ ପରିମାର୍ଜିତ କରି ୨୦୦୦ ମସିହା ସନନ୍ଦ ସଂଖ୍ୟା ୧୮୩ରେ ୧୪ ସପ୍ତାହ ମାତୃତ୍ୱକାଳୀନ ଛୁଟି ପ୍ରଦାନକୁ ସ୍ୱୀକୃତି ଦେଇଥିଲେ । ପୁରୁଣା ନିୟମ ଅନୁସାରେ ଭାରତ ସରକାର ୧୨ଟି ସପ୍ତାହ ଛୁଟି ପ୍ରଦାନ କରିଆସୁଥିଲେ । ମାତୃତ୍ୱକାଳୀନ ସୁବିଧା ଛୁଟି ସମୟ ବୃଦ୍ଧି କରିବା ଏହାର ମୁଖ୍ୟ ବୈଶିଷ୍ଟ୍ୟ ଅଟେ । ଏହି ଚିଠା ଆଇନରେ ପରିଣତ ହେଲେ ୧.୮ ନିୟୁତ ଭାରତୀୟ ମହିଳା ଉପକୃତ ହେବେ ବୋଲି ସରକାରୀ ଆକଳିତ ହୋଇଛି । ଏହି ଆଇନ ଲାଗୁ ହେବାପରେ ଭାରତ ତୃତୀୟ ସର୍ବଧିକ ମାତୃତ୍ୱକାଳୀନ ଛୁଟି ପ୍ରଦାନ କରୁଥିବା ଦେଶ ଆଖ୍ୟା ପାଇବ । ସମଗ୍ର ବିଶ୍ୱରେ ସର୍ବାଧିକ ମାତୃତ୍ୱକାଳୀନ ଛୁଟି ପ୍ରଦାନ କରୁଥିବା ଦେଶ କାନାଡ଼ା ଓ ନରୱେ ଯଥାକ୍ରମେ ୫୦ ଓ ୪୪ ସପ୍ତାହ ପାଉଣାଯୁକ୍ତ ଛୁଟି ନିଜ ମହିଳା କର୍ମଚାରୀଙ୍କୁ ଦେଇଥାନ୍ତି ।

ମିଫେପ୍ରିସ୍ଟୋନ

ମିଫେପ୍ରିସ୍ଟୋନ, ଅନ୍ୟ ନାମ ଆର‌ୟୁ-୪୮୬ (RU-486), ଏକ ଔଷଧ ଯାହା ଗର୍ଭପାତ କରିବା ନିମନ୍ତେ ମିସୋପ୍ରିସ୍ଟଲ ସ‌ହିତ ମିଶେଇ ଦିଆଯାଏ । ଏହି ସଂଯୁକ୍ତ ଔଷଧ ଗର୍ଭାବସ୍ଥାର ପ୍ରଥମ ୫୦ ଦିନ ମଧ୍ୟରେ ୯୫ % ଫଳପ୍ରଦ ରହେ । ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏହା ଫଳପ୍ରଦ ହୁଏ । ବ୍ୟବ‌ହାରର ୨ ସପ୍ତାହ ପରେ ଏହାର ପ୍ରଭାବ ପରୀକ୍ଷା କରି ଦେଖିବା ଆବଶ୍ୟକ । ଏହା ପାଟିରେ ଦିଆଯାଏ । ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଯନ୍ତ୍ରଣା, ଥକ୍କା ଲାଗିବା ଓ ଯୋନୀରୁ ରକ୍ତସ୍ରାବ ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅତ୍ୟଧିକ ଯୋନୀ ରକ୍ତସ୍ରାବ, ଜୀବାଣୁ ସଂକ୍ରମଣ ଓ ଗର୍ଭପାତ ନ ହେଲେ ବିକଳାଙ୍ଗ ଶିଶୁ ସୃଷ୍ଟି ହୁଏ । ଉପ‌ଯୁକ୍ତ ଅନୁସରଣ ଯତ୍ନ ସୁବିଧା ଥିଲେ ଏହା ବ୍ୟବ‌ହାର କରିବା ଉଚିତ । ପ୍ରୋଜେସ୍ଟେରନର ପ୍ରଭାବ ବାଧା ଦେଇ ଏହା ଜରାୟୁ ସଙ୍କୋଚନ କରେ ।ସନ ୧୯୮୦ରେ ଏହା ପ୍ରସ୍ତୁତ ହୋଇ ଫ୍ରାନ୍ସରେ ସନ ୧୯୮୭ରେ ବ୍ୟବ‌ହାର କରାଗଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୨୦୦୦ରେ ଉପଲବ୍‌ଧ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସନ ୨୦୧୪ ସୁଦ୍ଧା ଏହା କାନାଡ଼ା ଓ ଅଷ୍ଟ୍ରେଲିଆରେ ମିଳିପାରି ନାହିଁ । ବିକାଶଶୀଳ ପୃଥିବୀରେ ଏହାର ଅଧିକ ମୂଲ୍ୟ ଯୋଗୁ ମିଳୁନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଡୋଜ ପ୍ରତି ସନ ୨୦୧୫ରେ ୨୦୦ଡଲାରରୁ ଅଧିକ ମୂଲ୍ୟ ହେଉଛି ।

ମୃଦଙ୍ଗ

ମୃଦଙ୍ଗ ପ୍ରାଚୀନ ଭାରତର ଏକ ମୂଳ ତବଲା । କର୍ଣ୍ଣାଟକ ସଂଗୀତ କଳାକାରଙ୍କର ଏହା ହେଉଛି ପ୍ରଥମ ଛାନ୍ଦ । ମୃଦଙ୍ଗ କର୍ଣ୍ଣାଟକୀ ସଙ୍ଗୀତ ସ‌ହ ଭାରତ ବାହାରେ ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିଆ, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଏବଂ ବ୍ରିଟେନ ଆଦି ଦେଶମାନଙ୍କରେ ମଧ୍ୟ ପରିବେଷଣ କରାଯାଏ । ମୃଦଙ୍ଗ ସଦାସର୍ବଦା ଘାତମ, କାଞ୍ଜିରା ଏବଂ ମୋର୍ସିଙ୍ଗ ସ‌ହିତ ହିଁ ଥାଏ । ମୃଦଙ୍ଗକୁ ଢୋଲମାନଙ୍କର ରାଜା ବୋଲି ସମ୍ବୋଧିତ କରାଯାଇଛି ।

ମେଲାରସୋପ୍ରୋଲ

ମେଲାରସୋପ୍ରୋଲ (ଇଂରାଜୀ ଭାଷାରେ Melarsoprol) ଏକ ଔଷଧ ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗର ଚିକିତ୍ସାରେ ଦିଆଯାଏ । ମୂଖ୍ୟତଃ ଟ୍ରିପାନୋସୋମା ବ୍ରୁସେଇ ରୋଡେସିଏନସଦ୍ୱାରା (Trypanosoma brucei rhodesiense) ହେଉଥିବା ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗର ଦ୍ୱିତୀୟ ସ୍ଟେଜରେ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେଉଥିଲେ ଦିଆଯାଏ । ଟ୍ରିପାନୋସୋମା ବ୍ରୁସେଇ ଗାମ୍ବିଏସନ (Trypanosoma brucei gambiense) ଯୋଗୁ ହେଉଥିବା ରୋଗରେ ଇଫ୍ଲୋରନିଥିନ (eflornithine) ଦିଆଯାଏ । ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।ମେଲାରସୋପ୍ରୋଲର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଏନସେଫାଲୋପାଥି (brain dysfunction), କାଲୁଆ, ରାସ, ବୃକ୍‌କ ଓ ଯକୃତ ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗ୍ଲୁକୋଜ ୬ ଡିହାଇଡ୍ରୋଜେନେଜ ଅଭାବ (glucose-6-phosphate dehydrogenase ବା G6PD deficiency) ଥିଲେ ଲୋହିତ ରକ୍ତ କଣିକା (red blood cell breakdown) ଭାଙ୍ଗିଯିବା ସମ୍ଭାବନା ଥାଏ । ଗର୍ଭାବସ୍ଥାରେ ଏହାର ପ୍ରଭାବର ଅନୁଶୀଳନ ହୋଇନାହିଁ । ଆଡେନୋସିନ ଟ୍ରାଇଫସଫେଟ (adenosine triphosphate) ପ୍ରସ୍ତୁତ କରିବା ନିମନ୍ତେ ପରଜୀବୀ ଆବଶ୍ୟକ କରୁଥିବା ପାଇରୁଭେଟ କାଇନେଜ (pyruvate kinase) ଏଞ୍ଜାଇମକୁ ଏହି ଔଷଧ ଅବରୋଧ କରିଦିଏ । ମେଲାରସୋପ୍ରୋଲ ସନ ୧୯୪୯ରୁ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ହେଉଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଆଫ୍ରିକୀୟ ଟ୍ରିପାନୋସୋମିଆସିସ ରୋଗ ପ୍ରବଣ ଇଲାକାରେ ଏହା ବିନା ମୂଲ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦିଆଯାଏ । କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରେଭେନସନ (Centers for Disease Control and Prevention) ଓ କାନାଡ଼ାରେ ହେଲଥ କାନାଡ଼ା (Health Canada) ସଂସ୍ଥାରେ ଏହା ମିଳେ ।

ରାଖାଲ ମହାନ୍ତି

ରାଖାଲ ମହାନ୍ତି (୨୬ ଜୁନ ୧୯୩୨ - ୧୪ ଅପ୍ରେଲ ୨୦୧୯) ଓଡ଼ିଶାର ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ ଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ କାର୍ଯ୍ୟକରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, ତ୍ରିନାଥ ମେଳା, ଶ୍ରୀକୃଷ୍ଣ ରାସଲୀଳା, ଅମର ପ୍ରେମ, ଘର ସଂସାର ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ନିମନ୍ତେ ସେ ଜଣାଶୁଣା । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ୧୯୭୭ରେ ଗୀତ ଗୋବିନ୍ଦ ସମ୍ମାନ ଓ ୨୦୦୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନୀତ ।

ଶ୍ରୀୟା ଶରଣ

ଶ୍ରୀୟା ଶରଣ (pronounced [ʂrɪjaː sərən] (ଜନ୍ମନାମ: ଶ୍ରୀୟା ଶରଣ ଭଟନାଗର, ଜନ୍ମ: ୧୧ ସେପ୍ଟେମ୍ବର ୧୯୮୨), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ କଥାଚିତ୍ର ଜଗତରେ ଅଭିନୟ କରିନ୍ତୁ । ଏହିସ‌ହ ସେ ହିନ୍ଦୀ କଥାଚିତ୍ର ଜଗତ ଏବଂ ଆମେରିକାର ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି । ଶ୍ରୀୟା ଉତ୍ତରାଖଣ୍ଡର ଡେରାଡୁନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଅଧିକାଂଶ ପିଲାଦିନ ହରିଦ୍ୱାରରେ କଟିଥିଲା । ୨୦୦୧ରେ ଶ୍ରୀୟାଙ୍କର ନୃତ୍ୟଗୁରୁ ତାଙ୍କୁ ଏକ ଆଲବମ ଗୀତରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ । ତାଙ୍କର ଏହି ପ୍ରଥମ ଆଲବମ୍ ଥିଲା ଥିରକ୍ତି କ୍ୟୁଁ ହୁଆ ଯୋଗୁଁ ସେ ଅଧିକ ଦର୍ଶକଙ୍କ ପାଖରେ ପ‌ହ‌ଞ୍ଚିପାରିଥିଲେ ଏବଂ ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଏହାପରେ ଶ୍ରୀୟାଙ୍କୁ ତାଙ୍କର ପ୍ରରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ୨୦୦୧ରେ ସେ ଇଷ୍ଟମ କଥାଚିତ୍ର ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ, ମାତ୍ର ୨୦୦୨ର ଚଳଚ୍ଚିତ୍ର ସନ୍ତୋଷମ ଥିଲା ଶ୍ରୀୟାଙ୍କର ପ୍ରଥମ ସଫଳ ଚଳଚ୍ଚିତ୍ର ।

ଶ୍ରୀୟା ଏକାସାଙ୍ଗରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଜାରି ରଖିବା ସ‌ହିତ ହିନ୍ଦୀ ଏବଂ ତାମିଲ କଥାଚିତ୍ର ଜଗତରେ କାର୍ଯ୍ୟ କରୁଥିଲେ । ୨୦୦୭ରେ ଶ୍ରୀୟା ରଜନୀକାନ୍ତଙ୍କ ସ‌ହିତ ତାମିଲ କଥାଚିତ୍ର ଶିବାଜୀରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ସେହିସମୟର ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା । ୨୦୦୭ରେ ଶ୍ରୀୟାଙ୍କର ଏକ ହିନ୍ଦୀ କଥାଚିତ୍ର ଆୱାରାପଣ ପାଇଁ ସମୀକ୍ଷକମାନେ ତାଙ୍କୁ ଅନେକ ପ୍ରସଂଶା କରିଥିଲେ । ୨୦୦୮ରେ ଶ୍ରୀୟା ଏକ ଆମେରିକାର ଚଳଚ୍ଚିତ୍ର ଦ ଅଦର୍ ଏଣ୍ଡ ଅଫ୍ ଦ ଲାଇନ୍‌ରେ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଜଣେ ଆମେରିକୀୟ ଏବଂ ଜଣେ ଭାରତୀୟ । ଏହାପରେ ୨୦୦୯ର ତାଙ୍କର ତାମିଲ ଚଳଚ୍ଚିତ୍ର କାନ୍ତାସ୍ୱାମୀ ଏବଂ ୨୦୧୦ର ମାଲାୟଲମ ଚଳଚ୍ଚିତ୍ର ପକ୍କିରି ରାଜା ତାଙ୍କୁ ଅନେକ ସଫଳତା ଦେଇଥିଲା ଏବଂ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଜଣେ କ୍ଷ୍ୟାତନାମା ଅଭିନେତ୍ରୀ ଭାବରେ ନିଜର ସ୍ଥାନ ପକ୍କା କରିଥିଲେ । ୨୦୧୨ରେ ଶ୍ରୀୟାଙ୍କୁ ଏକ କାନାଡ଼ା-ବ୍ରିଟିଶ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ମିଡ୍‌ନାଟସ୍‌ ଚିଲ୍ଡ୍ରେନ ନାମକ ଏହି ଚଳଚ୍ଚିତ୍ରଟି ସଲମାନ ଖାଁଙ୍କ ଗାଡ଼ି ଚଢ଼େଇବା ଘଟଣା ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରଟିର ତାଙ୍କୁ ଆନ୍ତର୍ଜାତୀୟ ସମୀକ୍ଷକଙ୍କର ପ୍ରଶଂସା ଆଣିଦେଇଥିଲା । ଏହାପରେ ୨୦୧୩ର ଚଳଚ୍ଚିତ୍ର ପବିତ୍ରା ଏବଂ ଚନ୍ଦ୍ରା ବ୍ୟବସାୟିକ ସଫଳତା ପାଇଥିଲା । ୨୦୧୪ରେ ଆକ୍କିନେନୀ ପରିବାରଦ୍ୱାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର ମନମ୍‌ରେ ଶ୍ରୀୟାଙ୍କୁ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ ପ୍ରସଂଶା କରିଥିଲେ ଏବଂ ଚଳଚ୍ଚିତ୍ରଟି ଅନେକ ଲୋକପ୍ରିୟତା ଅର୍ଜନ କରିଥିଲା ।

ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ବ୍ୟତୀତ ଶ୍ରୀୟାଙ୍କୁ ଅନେକ ସ୍ୱାସ୍ଥ୍ୟୋପଯୋଗୀ ତ‌ଥା ସୌନ୍ଦର୍ଯ୍ୟ ଉତ୍ପାଦ ସଂସ୍ଥାର ମୁଖ୍ୟ ବିଜ୍ଞାପନ ପ୍ରଚାରିକ ଭାବରେ କାର୍ଯ୍ୟ କରୁଛନ୍ତି । ଅନ୍ୟାନ୍ୟ ଭାରତୀୟ କଳାକାରମାନଙ୍କ ଭଳି ଶ୍ରୀୟା ମଧ୍ୟ କିଛି ସମାଜସେବା ସଂସ୍ଥା ସ‌ହ ଯୋଡ଼ିହୋଇଛନ୍ତି । ୨୦୧୧ ମସିହାରେ ଶ୍ରୀୟା ଏକ ସ୍ପା ଖୋଲିଥିଲେ, ଯେଉଁଥିରେ ସେ ଦୃଷ୍ଟିଶକ୍ତିରେ ଅକ୍ଷମ ଲୋକମାନଙ୍କୁ କାମ ଦେଉଥିଲେ । ସେଲିବ୍ରେଟି କ୍ରିକେଟ ଲିଗ୍‌ର ପ୍ରଥମ ଦୁଇଟି ସଂସ୍କରଣ ପାଇଁ ଶ୍ରୀୟାଙ୍କୁ ମୁଖ୍ୟ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା ।

ସୁସ୍ମିତା ଦାସ

‌ସୁସ୍ମିତା ଦାସ‌ ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଆକାଶବାଣୀ କଟକରେ, କିଛି ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ଗାୟିକା ରୂପେ କାର୍ଯ୍ୟ କରିଛନ୍ତି । ସୁସ୍ମିତା, ଓଡ଼ିଶା ଭିତରେ ତ‌ଥା ଓଡ଼ିଶା ବାହାରେ ଅନେକ ମଞ୍ଚରେ ଗୀତ ଗାଇଛନ୍ତି । ସେ ଆକାଶବାଣୀରେ ମୁଖ୍ୟତଃ ପୂରାତନ ଓଡ଼ିଆ ଗୀତ, ଆଧ୍ୟାତ୍ମିକ ଗୀତ ଏବଂ ଓଡ଼ିଶୀ ସଙ୍ଗୀତ ଆଦି ଗାଉଥିଲେ । ଏଥିସ‌ହ ସେ ମଞ୍ଚରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ, ଦେବଦେବୀ ଭଜନ, ଗଜଲ, ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ତ‌ଥା ଚଳଚ୍ଚିତ୍ର ଦୁନିଆ ବ୍ୟତୀତ କିଛି ଆଧୁନିକ ଗୀତ ମଧ୍ୟ ଗାଇଥାନ୍ତି ।ସୁସ୍ମିତା ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ା ଗସ୍ତରେ ଯାଇ ସେଠାରେ ମଧ୍ୟ କିଛି ମଞ୍ଚରେ ଗୀତ ଗାଇଥିଲେ । ୨୦୦୭ରେ ଯୁକ୍ତରାଷ୍ଟ୍ର, ଲଣ୍ଡନ ଏବଂ କାନାଡ଼ାରେ ଅନୁଷ୍ଠିତ OSA Conventionରେ ସେ ଗୀତ ଗାଇଥିଲେ । ତାଙ୍କର ସେହି ଯାତ୍ରା ସମୟରେ ସେଠାରେ ମଧ୍ୟ ଏକ ଗୀତ ଆଲବମ ‌ମାୟ ଦର୍ପଣ‌ ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକି ଅନେକଙ୍କଦ୍ୱାରା ଆକୃଷ୍ଟ ହୋଇଥିଲା । ସେ ମଧ୍ୟ ଆମେରିକା ଏବଂ ଲଣ୍ଡନର ଅନେକ ସ୍ଥାନରେ ମଞ୍ଚମାନଙ୍କରେ ଗୀତ ଗାଇଛନ୍ତି ।

ସେ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଚାରିକା ଥିଲେ । ହିନ୍ଦୀ, ରାଜସ୍ଥାନୀ, ମାଥିଲି, ଛତିଶଗଡ଼ି, ପଞ୍ଜାବୀ ଆଦି ଚଳଚ୍ଚିତ୍ର ମାନଙ୍କର ସେ ବିଚାରିକା ଥିଲେ ।

୨ଜି

୨ଜି(କିମ୍ବା ୨-ଜି) ବେତାର ଟେଲିଫୋନ ଯନ୍ତ୍ରବିଜ୍ଞାନର ଦ୍ୱିତୀୟ ପିଢ଼ୀର ଏକ ଉଦ୍ଭାବନ । ଦ୍ୱିତୀୟ ପିଢ଼ୀର ୨ଜି ସେଲୁଲାର ଟେଲିକମ ନେଟ‌ୱାର୍କ ବ୍ୟବସାୟୀକ ଭାବରେ ୧୯୯୧ରେ ଫିନଲାଣ୍ଡରେ ରେଡିଓଲିଞ୍ଜା(ଏବେ ଏଲିସା OYJର ଏକ ଅଂଶ)ଦ୍ୱାରା ଆରମ୍ଭ କରାଯାଇଥିଲା । ୨ଜି ପଦ୍ଧତି ଏସ୍ଏମ୍ଏସ୍‌ଦ୍ୱାରା ବାର୍ତ୍ତା ପଠେଇବାର ବ୍ୟବସ୍ଥା ଆରମ୍ଭ କରିଥିଲା । ୨ଜି ପଦ୍ଧତି ଅନେକ ମୋବାଇଲ ଫୋନ ନେଟ‌ୱାର୍କ‌କୁ ଆକ୍ଷରିକ ବାର୍ତ୍ତା, ଛବିସ‌ହ ବାର୍ତ୍ତା ଓ ଏମ୍ଏମ୍ଏସ୍ ପଠେଇବାକୁ ସାମର୍ଥ୍ୟ କରାଇଥିଲା । ୨ଜି ନେଟ‌ୱାର୍କରେ ପଠାଯାଉଥିବା ସମସ୍ତ ଅକ୍ଷରିକ ବାର୍ତ୍ତା କେବେଳ ପାଇବାକୁ ଥିବା ଲୋକ ହିଁ ଗ୍ରହଣ କରିପାରିବ ଏବଂ ପଢ଼ିପାରିବ ।

୨ଜି ଆରମ୍ଭ ହେବା ପରେ, ପୂର୍ବବର୍ତ୍ତୀ ମୋବାଇଲ ଟେଲିକମ ପ୍ରଣାଳୀକୁ ୧ଜି ଭାବରେ ଗ୍ରହଣ କରାଗଲା । ୧ଜିରେ ବେତାର ତରଙ୍ଗ ଆନାଲୋଗ ଥିବା ବେଳେ ୨ଜିରେ ବେତାର ତରଙ୍ଗ ଡିଜିଟାଲ ରହିଲା । ଉଭୟ ବ୍ୟବସ୍ଥାରେ ମୋବାଇଲର କଥୋପକଥନ ଶୁଣିବାକୁ ଟାୱାରକୁ ଟାୱାର ସ‌ହ ଯୋଡ଼ିବା ପାଇଁ ଡିଜିଟାଲ ସଂକେତିକରଣ ପ୍ରକ୍ରିୟା ବ୍ୟବ‌ହାର କରାଗଲା ।

୨ଜି ଏମିତି ଭାବରେ ୨.୫ଜି, ୨.୭୫ଜି, ୩ଜି ଓ ୪ଜି ରୂପରେ ରୂପାନ୍ତରିତ ହୋଇଛି । ତ‌ଥାପି ଏବେବି ବିଶ୍ୱରେ କିଛ ସ୍ଥାନରେ ୨ଜିର ବ୍ୟବ‌ହାର ଚାଲିଛି ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.